ହେଡଲାଇନସ୍:

ଇନ୍ଧନ ସଂରକ୍ଷଣ କ୍ଷମତା ମହୋତ୍ସବ  ଓ ସକ୍ଷମ-୨୦୨୦ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆ ପରିସରରେ ହିନ୍ଦୁସ୍ଥାନ ପେଟ୍ରୋଲିଅମ ନିଗମ ଲିମିଟେଡ଼ ପକ୍ଷରୁ ଭାରତୀୟ ତୈଳ ନିଗମ ଲିମିଟେଡ଼ର ସହଯୋଗରେ "ଇନ୍ଧନ ସଂରକ୍ଷଣ କ୍ଷମତା ମହୋତ୍ସବ- ସକ୍ଷମ-୨୦୨୦ ପଦଯାତ୍ରା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

     ଏହି ଅବସରରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ:ନାରାୟଣ ରାଓ ଯୋଗଦେଇ ବାଇକ, ଗାଡି , ଗ୍ୟାସ ଓ ବିଭିନ୍ନ କ୍ଷେତ୍ରରେ ଇନ୍ଧନକୁ ସଂରକ୍ଷଣ କରିବା ସହ ଏ ସବୁର ବ୍ୟବହାରରେ ଇନ୍ଧନ ହ୍ରାସ କରିପାରିଲେ ଆମର ସ୍ୱାସ୍ଥ୍ୟ ଓ ପରିବେଶ ଠିକ ରହିବ ବୋଲି କହିଥିଲେ ।

    ହିନ୍ଦୁସ୍ଥାନ ପେଟ୍ରୋଲିଅମର ମ୍ୟାନେଜର ତଥା ଗଜପତି ଜିଲ୍ଲା ସଂଯୋଜକ ଶୁଭବ୍ରତ ଖାନ ଏବଂ ଇଣ୍ଡିଆନ ଅଏଲର ମ୍ୟାନେଜର ତଥା ଗଜପତି ଜିଲ୍ଲା ସଂଯୋଜକ ଦେବାଶିଷ ନାୟକ ଯୋଗଦେଇ ଆଜିର ଅପବ୍ୟବହାର--କାଲିର ଅଭାବ , ତେଣୁ ପେଟ୍ରୋଲିଅମ ସାମଗ୍ରୀର ଅପବ୍ୟବହାର ନ କରି ଏହାର ସଂରକ୍ଷଣ କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆବଶ୍ୟକତା ଓ ଆହ୍ବାନ । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଯଥା:-ପରିବହନ , ଶିଳ୍ପ , କୃଷି ଏବଂ ଘରୋଇ ପ୍ରଭୃତି କ୍ଷେତ୍ରରେ  ଇନ୍ଧନର ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେଣୁ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆଜିଠାରୁ ଇନ୍ଧନ ସଂରକ୍ଷଣ କରିବା ଆବଶ୍ୟକ ବୋଲି କହିଥିଲେ  ।

   ଏହି ଅବସରରେ ଭବିଷ୍ୟତ ପାଇଁ  ଏହି ଇନ୍ଧନକୁ  ସଂରକ୍ଷଣ କରିବା ଓ ଏହାର ଅପବ୍ୟବହାରକୁ ରୋକିବା ବାର୍ତ୍ତାକୁ ଲୋକଙ୍କ ଠାରେ ପହଞ୍ଚାଇବା ଦିଗରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଅଧିନସ୍ଥ ତୈଳ ଉଦ୍ୟୋଗ ଗୁଡିକର ପ୍ରତିନିଧି , ଡିଲର ଏବଂ ଏଲପିଜି ଡିଷ୍ଟ୍ରିବୁଟରମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

0
0
0
s2sdefault