ହେଡଲାଇନସ୍:

କେନ୍ଦ୍ରସରକାରଙ୍କ ଜନକଲ୍ୟାଣ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବାକୁ ସମୀରଙ୍କ ଆହ୍ବାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସଭାପତିଙ୍କ ଦିନିକିଆ ମହାଙ୍ଗା ଗସ୍ତ

 ଭୁବନେଶ୍ୱର/ମାହାଙ୍ଗା (ଶାସକ ପ୍ରଶାସକ) : "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅନେକ ଜନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ମିଶନ,ସୌଭାଗ୍ୟ ଯୋଜନାରେ ବିଜୁଳୀ ଯୋଗାଣ, ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଣ, ମୁଦ୍ରା ଯୋଜନା, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଅଟଳ ପେନସନ ଯୋଜନା, ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ଆଦି ସମସ୍ତ ଜନ କଲ୍ୟାଣ ଯୋଜନାକୁ ପ୍ରକୃତ ଗରିବ ହିତାଧିକାରୀ ପାଖରେ ପହଂଚାଇବା ବିଜେପିର ମୁଖ୍ୟ ଲକ୍ଷ୍ୟ । ଏ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ଏବଂ ପ୍ରକୃତ ହିତାଧିକାରୀ ଯୋଜନାର କିପରି ଲାଭବାନ ହୋଇପାରିବେ, ତାହାର ତଦାରଖ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ମାହାଙ୍ଗା ଠାରେ ଆୟୋଜିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ସମ୍ବୋଧିତ କରି ଦଳୀୟ କେମି ଓ ନେତୃବୃନ୍ଦଙ୍କୁ ଆହ୍ବାନ ଜଣାଇଛନ୍ତି | 

ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲାପରେ ଶ୍ରୀ ମହାନ୍ତି ପ୍ରଥମ ଥର ପାଇଁ କଟକ ଜିଲ୍ଲା ମାହାଙ୍ଗା ଗସ୍ତ କରିଥିଲେ । ଗସ୍ତ ଅବସରରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଶ୍ରୀ ମହାନ୍ତି ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତାମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମ୍ଭୋଧିତ କରିଥିଲେ ।  

ଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ  ସଂସଦରେ ଆଗତ ହୋଇଥିବା ଚଳିତ ସାଧାରଣ ବଜେଟରୁ ଏହା ପ୍ରମାଣିତ ହୋଇଛି ଯେ, ମୋଦି ସରକାର ଦେଶର ସମସ୍ତ ବର୍ଗକୁ ସୁହାଇଲା ଭଳି ବଜେଟ କରିଛନ୍ତି । ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଏହି ବଜେଟରେ ଓଡିଶା ଭଳ ପଛୁଆ ରାଜ୍ୟ ବିଶେଷଭାବେ ଲାଭବାନ ହେବ । ଦେଶର ଯୁବ ବର୍ଗଙ୍କର ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ସହାୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ସେହିପରି ନାଗରିକତା ସଂଶୋଧନ ଆଇନ ସଂପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି । ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ଏହି ଆଇନ ଦ୍ୱାରା କୌଣସି ଭାରତୀୟ ନାଗରିକ ଭୟଭୀତ ହେବାର ଆବଶ୍ୟକ ନାହିଁ । ଗତ ସାଧାରଣ ନିର୍ବାଚନରେ ପାଖପାଖି ୧ କୋଟି ଓଡିଶାବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟରେ ବିଜେପି ବୁଥ, ପଂଚାୟତ, ବ୍ଲକ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ୱାର୍ଥ ଏବଂ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ତୂଣମୂଳ ସ୍ତରରେ ସଙ୍ଗଠନ ମଜବୁତ କରିବା ପାଇଁ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତାମାନଙ୍କୁ ନିଜ ଅଭିଭାଷଣରେ ମାର୍ଗଦର୍ଶନ ଦେଇଥିଲେ । ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ବଜେଟ ଉପରେ ଆଲୋଚନା କରି ଏହାର ସୁଫଳକୁ ଗ୍ରାମାଂଚଳ ଲୋକଙ୍କ ପାଖରେ ପହଂଚାଇବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କାର୍ଯ୍ୟକର୍ତା ମାନଙ୍କୁ ଆହ୍ବାନ ଜଣାଇଥିଲେ । 

ଏହି ଅବସରରେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ବରିଷ୍ଠ ନେତା ସତ୍ୟବ୍ରତ ପଣ୍ଡା,ଶାରଦା ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault