ହେଡଲାଇନସ୍:

ବୀର ବଜରଙ୍ଗ ବଳୀ କପ କ୍ରିକେଟ ଟୁଣ୍ଡାମେଂଟ ଉଦଯାପିତ: କୁଦୋପାଲି ଚଂପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଗ୍ରାମର ବୀର ବଜରଙ୍ଗ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାରି ଦିନ ବ୍ୟାପୀ  ଚାଲିଥିବା ବୀର ବଜରଙ୍ଗ କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କୁଦୋପାଲି ଦଳ ଚଂପିଆନ ହୋଇଥିବା ବେଳେ ବାଟର୍ତେମା ଦଳ ଉପବିଜେତା ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ପୂର୍ବତନ ସରପଂଚ ପ୍ରମୋଦ ମାଝୀଙ୍କ ସଭାପତିତ୍ୱରେ ଉଦଯାପନୀ ପର୍ବ ଅନୁଷ୍ଠିତ  ହୋଇଥିଲା । ଏଥିରେ ବିଜେଡି ଯୁବ ନେତା ସୁବ୍ରତ ସିଂ ମୁଖ୍ୟ ଅତିଥି, ସାଲେପାଲି ଗ୍ରା.ପ ସରପଂଚଙ୍କ ପ୍ରତିନିଧି ଅନନ୍ତ ଭୋଇ, ଆନନ୍ଦ ଦିଶ୍ରୀ, ସରୋଜ ବିଶି, ପ୍ରଦୀପ ବେହେରା ପ୍ରମୁଖ ସମ୍ମାନୀତ ଅତିଥି  ଭାବେ ଯୋଗଦେଇ କ୍ରିକେଟ ଖେଲର ଉଦେଶ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଯାପନୀ ଦିନରେ ସମସ୍ତ ଦଳକୁ ପଛରେ ପକାଇ ଫାଇନାଲକୁ ଆସିଥିବା ବାଟର୍ତେମା ଓ କୁଦୋପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି କୁଦୋପାଲି ଦଳ ୮ ଓଭର ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାଟତେର୍ମା ଦଳ ପିଛା କରି ନର୍ଧାରିତ ଓଭରରେ ୫୨ ରନ ସଂଗ୍ରହ କରି କୁଦୋପାଲି ଦଳ ପାଖରୁ ପରାସ୍ତ ହୋଇଥିଲେ । ଆମନ୍ତ୍ରୀତ ଅତିଥି ଗଣ ଉଭୟ ଚଂପିଆନ କୁଦୋପାଲି ଏବଂ ଉପବିଜେତା ବାଟର୍ତେମା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କୁଦୋପାଲି ଦଳର ମାନସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ବାଟର୍ତେମା ଦଳର ଝିଲନକୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚର ଖେଳକୁ ଅମିୟ ଆଚାର୍ଯ୍ୟ ଓ ପଦ୍ମଲୋଚନ ବିଶି ପରିଚାଳନା କରିଥିବା ବେଳେ ସୁଶିଲ ଦୀପ ଧାରା ବିବରଣୀ ପ୍ରଦାନ କରିଥିଲେ | ସେହିପରି ଆଲୋକ ଓ ଚିନ୍ମୟ ସ୍କୋରିଙ୍ଗ ଦାୟିତ୍ୱ  ତୁଲାଇଥିଲେ । କାର୍ଯ୍ୟକ୍ରମ ସବୁକୁ ପଦୁ, ଯଦୁ, ବଲବନ୍ତ, ନିରଂଜନ,ଖଗେଶ୍ୱର, ଆଲୋକ ଓ ବୀର ବଜରଙ୍ଗ କ୍ରିକେଟ ଏସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଅଂଚଳର ହଜାର ସଂଖ୍ୟାରେ କ୍ରିକେଟ ପ୍ରେମି ମ୍ୟାଚ ଗୁଡିକୁ ଉପଭୋଗ କରିଥିଲେ ।

 

0
0
0
s2sdefault