ହେଡଲାଇନସ୍:

ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) . - ପୋଖରୀପୁଟସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ  ଜୟଦେବ ଭବନଠାରେ ଅନୁଷ୍ଠିତ  ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଶିକ୍ଷାବିତ ପ୍ରଫେସର ଡ. ବାସୁଦେବ ଛାଟୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ଯୋଗ ଦେଇଥିଲେ  ୟୁଥ ଆଣ୍ଡ ସ୍ପୋର୍ଟ ଅଫିସର ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ| ମୁଖ୍ୟ ଅତିଥି ପ୍ରଫେସର ଛାଟୋଇ  ତାଙ୍କ ଅଭିଭାଷଣରେ କହିଥିଲେ ଯେ , ଛାତ୍ରଛାତ୍ରୀମାନେ ଦେଶ ଓ ରାଜ୍ୟର ଭବିଷ୍ୟତ । ତେଣୁ ସେମାନଙ୍କୁ  ପ୍ରଥମରୁ ଉଚିତ୍ ଶିକ୍ଷା, ସଂସ୍କାର, ନିତିନିୟମ ଅନୁସରଣ  କରିବାପାଇଁ ପିତାମାତା ମାନେ ପ୍ରଭାବିତ କରାଇବା ଉଚିତ |  ସମ୍ମାନିତ ଅତିଥିଭାବେ  ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ ଯେ  କୁନିକୁନି  ପିଲାଙ୍କ ଭିତରେ ଅସୀମ ସମ୍ଭାବନା ଭରି ରହିଛି | ସେମାନଙ୍କ ଭିତରେ ଥିବା ପ୍ରତିଭା ଓ ଦକ୍ଷତାର ଯଥୋଚିତ ଉନ୍ମେଷ କରାଇବା କ୍ଷେତ୍ରରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁ ଦାୟିତ୍ୱ ଟାହିଛି |  ଏହି ଅବସରରେ ଶ୍ରୀମତୀ ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଉଚ୍ଚପ୍ରଶଂସା କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରର ବିଦ୍ୟାଳୟର ଅନୁଷ୍ଠିତ  ହୋଇଥିବା ପ୍ରତିଯୋଗିତାରେ ବିଜୟଲାଭ କରିଥିବା କୁନି କୁନି ପିଲାମାନଙ୍କୁ ଓ ଅଭିଭାବକ ମାନଙ୍କ ମଧ୍ୟରେ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହାପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶୀକ୍ଷୟତ୍ରୀ ବନଲତା, ସୁଜାତା, ଅରୁନ୍ଧତୀ , ସ୍ନିଗ୍ଧା ଓ ନୃତ୍ୟ ଗୁରୁ ଦିଲ୍ଲୀପ କାର୍ଯ୍ୟକ୍ରମକୁ ପରିଚାଳନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ, ଶତରୁପା, ସୁଭାଙ୍ଗୀ, ଅକ୍ସିତା ଓ  ଦିବାଂଶୀ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବିସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault