ହେଡଲାଇନସ୍:

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ସୁରେଶ-ଦେବେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) :- ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସଂସଦ ସୁରେଶ ପୂଜାରୀ ଓ  ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପୃଥକ ପୃଥକ ଚିଠି ଲେଖିଛନ୍ତି।

ଶ୍ରୀ ଆଚାର୍ଯ୍ୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବରଗଡ଼ ସହରର ଜନସଂଖ୍ୟା ପ୍ରାୟ ଏକ ଲକ୍ଷ ରହିଛି। ତେବେ ଏଠାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହେବାପରେ ସ୍ଥାନୀୟ ଲୋକେ ଏବଂ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ଦାବିରେ ବରଗଡ଼ ବାସୀ ଦଳମତ ନିର୍ବିଶେଷରେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା କରାଗଲେ ଏଠାରେ ଅତି ସହଜରେ ସ୍ବାସ୍ଥ୍ୟସେବା ପାଇ ପାରି ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇପାରିବେ। ଫଳରେ ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ୪୦ ଶଯ୍ୟା ବିଶିଷ୍ଟ ସିଟି ହସ୍‌ପିଟାଲ ଘୋଷଣା ଦିଗରେ ବିହିତ ପଦକ୍ଷେପ ନେବାକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଅନୁରୂପ ଭାବେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ରବିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ସେହିପରି ବରଗଡ଼ରେ ଲେଭଲ-୩ କ୍ୟାନ୍‌ସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବା ସହିତ ଏକ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ହୋଇପାରିଲେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ଏମ୍‌ପି ପୂଜାରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।       

 ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଗତ କିଛିଦିନ ହେଲା ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଲୋକମାନେ ଅନେକ ଉପାୟରେ ଧାରଣ , ପ୍ରଦର୍ଶନ , ରାସ୍ତା ଅବରୋଧ , ଆଦି କରି ନିଜର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସରକାର ତୁରନ୍ତ ବରଗଡ଼ ବାସୀଙ୍କର ଦାବିକୁ ସମ୍ମାନ ଦେଇ ଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଅବସ୍ଥା ଅତି ଭୟାବହ ହେବ ଏଥିରେ ସନ୍ଦେହ ନାହିଁ ।

 

 

 

 

 

0
0
0
s2sdefault