ହେଡଲାଇନସ୍:

ନିର୍ମାଣ ଶ୍ରମିକଙ୍କର ମୃତ୍ୟୁର ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ମାଲପଡା ଗ୍ରାମର କବିରାଜ ଜଗତଙ୍କ ସ୍ତ୍ରୀ ସ୍ବର୍ଗତ ଗୌମତୀ ଜଗତଙ୍କ ମୃତ୍ୟୁ ବରଣ ହୋଇଥିଲା। ସେ ଜଣେ ଅଣ କୁଶଳୀ ଶ୍ରମିକ ଥିଲେ। ମଜୁରୀ କାମ ଯାଉଥିବା ସମୟରେ ହଠାତ ତଳେ ପଡି ମୃତ୍ୟୁ ବରଣ କରିଥିଲେ । ଏ ବିଷୟରେ ମାଣ୍ଡୋସିଲ ଉପାୟ ଶ୍ରମିକ ସଂଘର ସାଧାରଣ ସଂପାଦକ ତଥା ନିର୍ଦ୍ଦେଶକ ଲଳିତ ଜଗତଙ୍କୁ ଜଣାଇଥିଲେ। ଶ୍ରୀ ଜଗତ ସମସ୍ତ କାଗଜପତ୍ର କୁ ଧରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପାଖକୁ ଯାଇ ଥିଲେ। ସେଠାରୁ ଜିଲ୍ଲା ଶ୍ରମ କାର୍ଯାଳୟ ବରଗଡକୁ ଯାଇ ସମସ୍ତ କାଗଜପତ୍ର କାର୍ଯ୍ୟାଳୟରେ  ଦାଖଲ କରିଥିଲେ। ସବୁ କାଗଜପତ୍ରକୁ ଅନୁସନ୍ଧାନ କଲା ପରେ ଓଡିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ  ବୋର୍ଡ ତରଫରୁ ମୃତ୍ୟୁବରଣ କରିଥିବା ଶ୍ରମିକ ସ୍ୱାମୀ କବିରାଜ ଜଗତଙ୍କୁ ୧,୦,୫୦୦୦( ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା)ର  ଚେକ୍ ମାଧ୍ୟମରେ ପ୍ରଦାନ କରା ଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ହେମନ୍ତ ପ୍ରଧାନ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ମାଣ୍ଡୋସିଲ ଉପାୟ ଶ୍ରମିକ ସଂଘ ସାଧାରଣ ସମ୍ପାଦକ ଲଳିତ ଜଗତ ଉପସ୍ଥିତ ଥିଲେ ।

 

 

 

0
0
0
s2sdefault