ହେଡଲାଇନସ୍:

ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ: ପାଟଣାଗଡ଼ ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)-ଗୋଲ୍ଡେନ ଷ୍ଟାର କ୍ରିକେଟ କ୍ଳବ ଖଇରପାଲି ଆନୁକୂଲ୍ୟରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ  କପ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ପାଞ୍ଚ ଦିନଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ପଡୋଶୀ ଜିଲ୍ଲା ତଥା ଛତିଶଗଡ଼ର ସମୁଦାୟ ୧୬ଗୋଟି ଟିମ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ମହାସମୁନ୍ଦ ଓ ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିସ୍ପତ୍ତି ନେଇଥିଲେ । ପାଟଣାଗଡ଼ ଦଳ ୧୦  ଓଭରରେ ୪ ଓ୍ବିକେଟ ବିନିମୟରେ ୯୨ ରନ କରିଥିଲେ । ୯୩ ରନର ଲକ୍ଷରଖି ମହାସମୁନ୍ଦ ଦଳ ଦ୍ବିତୀୟ ବ୍ୟାଟିଂ କରିଥିଲେ । ୧୦ ଓଭର ବିନିମୟରେ ସମସ୍ତ ଓ୍ବିକେଟ ହରାଇ ୬୪ରନ ସଂଗ୍ରହ କରିଥିଲେ ଏବଂ ପରାଜିତ ହୋଇଥିଲେ ।ବୁଡାମାଳ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେର ମୁଖ୍ୟ ଅତିଥି ଭାବରେ ଏବଂ ଅଶ୍ବିନୀ ବରିହା, ଅର୍ଜୁନ ଗିଙ୍ଗିରା ଓ ଜୟଦେବ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ପାଟଣାଗଡ଼ ଦଳକୁ ଟ୍ରଫି ସହ ୨୭୦୦୦ ପୁରସ୍କାର ରାଶି ଓ ରନର୍ସ  ମହାସମୁନ୍ଦ ଦଳକୁ ଟ୍ରଫି ସହ ୧୭୦୦୦ ପୁରସ୍କାର ରାଶି ପ୍ରଦାନ କରିଥିଲେ  । ମୋହନ ମେହେର ଓ ସୋନମ ସାହୁ ଖେଳ ପରିଚାଳନା କରିଥିଲେ । ସୁନିଲ ମେହେର ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ମିଟୁ ମେହେର ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସାନୁ ମେହେର,ଚନ୍ଦନ ସାହୁ, ସରୋଜ ମେହେର, ଝସକେତନ ମେହେର, ସୁଧାଂଶୁ ବରିହା, ଉମେଶ ସାହୁ, ଗୋକୁଳ ମେହେର, ନିରୋଜ ମେହେର, ନାରାୟଣ ମେହେର, ମୋହନ ମେହେର,ପ୍ରଦୀପ ବାରିକ, ଲକ୍ଷ୍ମଣ ବରିହା, ନିଳ ମେହେର, ଦୟାନିଧି ମେହେର ଓ ପଦ୍ମଲୋଚନ ମେହେର ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault