ହେଡଲାଇନସ୍:

ଏଲ୍ କେ ବି କେ ଦିଲ୍ଲୀରେ ସମ୍ୱର୍ଦ୍ଧିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ ପ୍ରତାପ ମେହେର: ବୌଦ୍ଧ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ( ଏଲ କେ ବି କେ ) ସରସରା ନିଜର ସଫଳ କାର୍ଯ୍ୟ ସଶକ୍ତିକରଣ ଏବଂ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଦିଲ୍ଲୀ ରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ଏବଂ ପ୍ରଶାସନିକ ଅଧିକାରୀ ଦିଲ୍ଲୀ ଯାଇ ମାନପତ୍ର ଗ୍ରହଣ କରିଛନ୍ତି ।

ଡି ଇ ଏଫ୍ ( Digital Empowerment Foundation ) ତରଫରୁ ୬ତମ e NGO CHALLENGE   ପ୍ରତିଯୋଗିତା  ଏରୋସ୍ ହୋଟେଲ୍ , ନେହେରୁ ପ୍ୟାଲେସ୍ ନୂଆ ଦିଲ୍ଲୀରେ  ଆୟୋଜନ କରାଯାଇଥିଲା । ଏଥିରେ ମୋଟ୍ ୭ ଟି ଦେଶ  ଭାରତ, ନେପାଳ, ପାକିସ୍ତାନ, ବଙ୍ଗଳାଦେଶ, ଭୁଟାନ, ଆଫଗାନିସ୍ଥାନ ଓ ମାଳଦ୍ଵିପ ର ୪୩୯ ଟି ସଂସ୍ଥା ସାମିଲ୍ ହୋଇଥିଲେ । ସେଥିରୁ ୧୫୯ ଟି ଅନୁଷ୍ଠାନ ମନୋନୀତ ହୋଇଥିଲେ । ଏଥି ମଧ୍ୟରୁ ୬୨ ସଂସ୍ଥା ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥିଲେ ।   ଏଥି ମଧ୍ୟରୁ ୧୭ ଟି ସଂସ୍ଥା ବିଜୟ ଲାଭ କରିଥିଲେ । ସେଥି ମଧ୍ୟରେ ଓଡ଼ିଶାରୁ ୫ ଟି ସଂସ୍ଥା ମଧ୍ୟରୁ କେବଳ ଏଲ କେ ବି କେ ହିଁ ଫାଇନାଲ କୁ ପହଞ୍ଚି ବିଜୟ ଲାଭ କରିଥିଲା । ଏନେଇ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ନିଜର  ଅନୁଷ୍ଠାନ ର ସମସ୍ତ  କର୍ମକର୍ତ୍ତା ,  ପରିବାର ର ସହଯୋଗ , ବୌଦ୍ଧ ବାସୀଙ୍କ ଭଲ ପାଇବା ପାଇଁ ଆଜି ଏସ୍ଥାନରେ ପହଞ୍ଚି ପାରିଛୁ ବୋଲି କହିଥିଲେ।

0
0
0
s2sdefault