ହେଡଲାଇନସ୍:

ବିବାଦ : ଅନୁଭବ ମହାନ୍ତି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପିଛା ଛାଡ଼ୁନି ବିବାଦ, ଅଭିନେତାଙ୍କ ପାଇଁ ହରଡ଼ଘଣାରେ ପଡୁଛନ୍ତି ଦଳ ଓ ଦଳପତି 

ଭୁବନେଶ୍ୱର(ଶାସକ ପ୍ରଶାସକ)  – କି ବେଳରେ ସାଂସଦ ହେଲେ ଆଉ କି ବେଳାରେ ବୈଜୟନ୍ତଙ୍କ ସହ ଟକ୍କର ନେଲେ ଯେ ବାଳୁଙ୍ଗା ଟଙ୍କାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ଲାଙ୍ଗୁଡ଼ ସାଜିଛି ବିବାଦ | ମାନେ ବିବାଦ ତାଙ୍କର ପିଛା ଛାଡ଼ୁନି | ଏବେ ବିବାଦର ଅନ୍ୟ ନାମ ପାଲଟି ଯାଇଛନ୍ତି ମାନ୍ୟବର ସାଂସଦ ଅନୁଭବ | କେତେବେଳେ ଆଚରଣ ପାଇ, କେତେବେଲେ ଉଚ୍ଚାରଣ ପାଇଁ, କେତେବେଳେ ଦାଦାଗିରି ପାଇ, କେତେବେଳେ ଅହଂକାର ପାଇ ବା କେତେବେଳେ ଅତୀତ ପାଇଁ | ସଂସଦ ହେବାର ୮/୯ମାସ ପୂରିନି, ହେଲେ ବିବାଦ ସଂଖ୍ୟା କିନ୍ତୁ ସମାନ ସଂଖ୍ୟା ଛୁଇଁଲାଣି | ପ୍ରସଙ୍ଗ ବହୁଳ ଓଡିଶା ଭଳି ବିବାଦ ବହୁଳ ହୋଇପଡିଛନ୍ତି | କେତେବେଲେ ମହିଳା ସାଂବାଦିକାଙ୍କ ସହ ପଙ୍ଗ ନେଇ,ତ କେତେବେଳେ ନିଜ ଦଳର ଯୁବନେତାଙ୍କ ସହ ହାତାହାତି ହୋଇ, ବା କେତେବେଳେ ସାମ୍ବାଦିକକୁ ଅସୌଜନ୍ୟ ବ୍ୟବହାର ଦେଖାଇ ହେଉ , କେତେବେଳେ କାହାର ପଇସା ବାକି ରଖିଥିବା ଅଭିଯୋଗ ହେଉ | ଏବେ ସଦ୍ୟ ହେଉ ବିବାଦ ତାଙ୍କ ଶ୍ରୀଵର୍ଦ୍ଧନ କରିଛି ତାହା ଅତ୍ୟନ୍ତ ଗୁରୁତର |  ସେ ପୁଣି ମିଥ୍ୟା ସତ୍ୟପାଠ | ସୂଚନା ଅଧିକାର ବଳରେ କୁଆଡେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି ଯେ ସେ ଶିକ୍ଷାଗତ ଯୋଗ୍ୟତା ଜାଳି କରିଛନ୍ତି | ଉତ୍କଳ ବିଶ୍ୱବିଦ୍ୟାଳୟ ସୂଚନା ଅନୁସାରେ ଅନୁଭବ ସେ କନ୍ଦରପୁର କଲେଜରେ ପ୍ଲସ ଥ୍ରୀ ଛାତ୍ର ଥିବା ବେଳେ ସେ କିନ୍ତୁ ମିରଟର ଏକ ଅନୁଷ୍ଠାନରୁ ବିଏ ପାସ କରିସାରିଛନ୍ତି, ଯାହାକି ଅସମ୍ଭବ ଓ ଆଇନ ସମ୍ମତ ନୁହେଁ | ଆଉ ୟାକୁ ଧରି ଏବେ ପ୍ରସଙ୍ଗ କରିଛି କଂଗ୍ରେସ | ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନନେଲେ ଉପରସ୍ତର  ପର୍ଯ୍ୟନ୍ତ ନେବେ ବୋଲି ଚେତାବନୀ ଦେଇଛି କଂଗ୍ରେସ | ଅନୁଭବଙ୍କ ଏଇଭଳି କାର୍ଯ୍ୟ ପାଇଁ ତାଙ୍କର କଣ ଲାଭ ହେବ କି କ୍ଷତି  ହେବ ତାହା ଭିନ୍ନ କଥା ହେଲେ ବିକୁ ଜନତା ଦଳ ଓ ଦଳପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ହରଡ଼ଘଣାରେ ପଡିଯାଉଛନ୍ତି | ଆହେ ବାବୁ, ଆପଣତ ଆଇଏ ପାସ କରିଛନ୍ତି | ଏମପି ହେବ ପାଇଁ ଯୋଗ୍ୟତା ଢେର | ତୃତୀୟ ପଢି ବା ଅନପଢ଼ ବି ସାଂସଦ ହୋଇଛନ୍ତି | ହେଲେ କାହିଁକି ବାହାଦୁରି ଦେଖାଇବା ପାଇଁ ଆଇଏ ଜାଲି ସାର୍ଟିଫିକେଟ ବଳରେ ବିଏ ଲେଖିଲେ ସତ୍ୟପାଠରେ !!!!

 ଅନୁଭବଙ୍କ ଜାଲ୍ ସାର୍ଟିଫିକେଟର  ପ୍ରମାଣ ଦେଇ ତୁରନ୍ତ ଅଭନେତାଙ୍କୁ ଜେଲ୍ ପଠାଇବା ପାଇଁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ତଥା ଜନପ୍ରତିନିଧି ଆଇନ ନିର୍ବାଚନ ଲଢିବା ପାଇଁ ଜଣେ ପ୍ରାର୍ଥୀଙ୍କର ନିର୍ଦ୍ଦିଷ୍ଟ  ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିନଥିବା ସ୍ଥଳେ, ଯେଉଁମାନେ ଆଇନ୍ ପ୍ରଣୟନ କରିବା ପାଇଁ ବିଧାନସଭା ହେଉ କି ଲୋକସଭା ନିର୍ବାଚନ ଲଢୁଛନ୍ତି ସେମାନେ ନିଜକୁ ସମାଜ ଆଖିରେ ଉଚ୍ଚ କରିବା ପାଇଁ ହେଉ କି ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ଉଦ୍ଦେଶ୍ୟରେ ଉଚ୍ଚଶିକ୍ଷିତ ବୋଲି ସତ୍ୟପାଠ ମାଧ୍ୟମରେ ଦର୍ଶାଇବା ଏକ ସାଧାରଣ ପ୍ରକି୍ରୟା ହୋଇଯାଇଛି ।

ସଦ୍ୟ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ (ପଦ୍ମନାଭ ବେହେରା) ଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ ରାଜ୍ୟ ସରକାର କିଭଳି ଜାଲି ନେତାମାନଙ୍କୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି, ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି । କେବଳ ସେତିକି ନୁହେଁ ସୂଚନା ଅଧିକାର ଆଇନକୁ ଆଧାର କରି ଯାହା ତଥ୍ୟ ସଂଗୃହୀତ ହୋଇଛି, ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଯାହାକୁ ‘ତାରକା ପ୍ରଚାରକ’ ଭାବରେ ପ୍ରଚାର ମୈଦାନକୁ ଛାଡିଛନ୍ତି, ସେ ମହାଶୟ (ଅନୁଭବ ମହାନ୍ତି) ୨୦୧୪ ମସିହା ରାଜ୍ୟସଭା ନିର୍ବାଚନ ସମୟରେ ତାଙ୍କ ସତ୍ୟପାଠରେ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ବି.ଏ. ଇନ୍ ଆର୍ଟସ୍, ପବ୍ଲିକ୍ ଆଡମିନ୍ଷ୍ଟେ୍ରସନ ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି । ଯାହା ବାସ୍ତବ ଚିତ୍ର ଠାରୁ ସଂପୂର୍ଣ୍ଣ ଭିନ୍ନ । ଏବେ ମଧ୍ୟ ସଂପୃକ୍ତ ସାଂସଦ କଟକ କନ୍ଦରପୁର କଲେଜର +୩ ଛାତ୍ର । ଯାହାର ରେଜିଷ୍ଟ୍ରେସନ ନଂ – ୧୪୧୦୮/୨୦୦୩ । ଯାହା ସୂଚନା ଅଧିକାର ଆଇନ୍ ଦ୍ୱାରା ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସଂଗ୍ରହ କରାଯାଇଅଛି । ଖାଲି ସେତିକି ନୁହେଁ ଉକ୍ତ ରେଜିଷ୍ଟେ୍ରସନ୍ ନମ୍ବରରେ କୌଣସି ମାଇଗ୍ରେସନ୍ ସାର୍ଟିଫିକେଟ୍ ଇସ୍ୟୁ କରାଯାଇନାହିଁ ବୋଲି ମଧ୍ୟ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶ । ଏପରି ମଧ୍ୟ ଯେଉଁ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ସାଂସଦ ବି.ଏ. ଇନ୍ ଆର୍ଟସ୍, ପବ୍ଲିକ୍ ଆଡମିନ୍ଷ୍ଟେ୍ରସନ ପାସ୍ କରିଛନ୍ତି ବୋଲି କହୁଛନ୍ତି, ବାସ୍ତବତା ହେଲା ଯେ ୨୦୧୦ ମସିହାରେ ଭାରତ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ସଂପୃକ୍ତ ୟୁନିଭରସିଟିର ସ୍ୱୀକୃତି ପ୍ରତ୍ୟାହାର କରାଯାଇଛି ବୋଲି ଦର୍ଶାଇଥିଲେ । 

ବିଶ୍ୱ ବିଦ୍ୟାଳୟରୁ ଜାଲି ସାର୍ଟିଫିକେଟ୍ ନେଇଥିବା ସାଂସଦ ଭାରତବର୍ଷ ଲ’ମେକର । ସରକାର ତୁରନ୍ତ ମାମଲା ରୁଜୁ କରି ପଦକ୍ଷେପ ନିଅନ୍ତୁ । ଏହା କେବଳ କେନ୍ଦ୍ରାପଡା ପାଇଁ ଲଜ୍ଜା ନୁହେଁ, ଏହା ସମଗ୍ର ରାଜ୍ୟ ପାଇଁ ଲଜ୍ଜା । ନିଜର ସାଧୁତା ଓ ସ୍ୱଚ୍ଛତା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଅଦାଲତର ଛାଟ ପଡିବା ପୂର୍ବରୁ ନବୀନ ବାବୁ ଏବଂ ତାଙ୍କ ସରକାରଙ୍କର ଯଦି ଟିକେ ବି ମୂଲ୍ୟବୋଧ ଥାଏ, ତାହେଲେ ଜାଲି ନେତାମାନଙ୍କୁ ତୁରନ୍ତ ଜେଲକୁ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ନଚେତ୍ କଂଗ୍ରେସ ଏହାକୁ ନେଇ ଉପରସ୍ତରକୁ ଯିବ । ଏହି ଖୁଲାସା କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଜିନେଶ ଦାସ, ଜ୍ଞାନଦେବ ବେହୁରା, ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ମାନସ ମଲ୍ଲିକ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault