ହେଡଲାଇନସ୍:

ଟୋଲ ଗେଟରେ ମନ୍ତ୍ରୀଙ୍କୁ ଅସମ୍ମାନ , ପରିଚୟ ଦେଲା ପରେ ବି ଛାଡିଲେନି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁନ୍ଦରଗଡ଼ ହୁଲୁସ୍ଥୁଲ , ସାର୍କିଟ ହାଉସ ଉଠୁଛି ପଡୁଛି 

ସୁନ୍ଦରଗଡ( ହୋରାଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ଏବେ ହୁଲୁସ୍ଥୁଳ । ସର୍କିଟ ହାଉସରେ ଚାଲିଛି କମ୍ପମାନ । ଜିଲ୍ଲାର ବିଧାୟକ ଓ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି ।  ମନ୍ତ୍ରୀ ସୁଶାନ୍ତ ସିଂକୁ ଟୋଲ ଗେଟରେ ହୋଇଥିବା ଅସମ୍ମାନକୁ ନେଇ ପରିସ୍ଥିତି ଗରମ ।

ଘଟଣାଟି ଏମିତି । ସୁନ୍ଦରଗଡ଼ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଇତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ ହେବାରୁ ସେଠାକୁ ମନ୍ତ୍ରୀ ନିରଞ୍ଜନ ପୁଜାରି ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶେଷ ମୁହୂର୍ତ୍ତରେ ଅତିଥି ଭାବେ ପ୍ରେରଣ କରାଯାଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂ ସୁନ୍ଦରଗଡ ଅଭିମୁଖେ ଯିବା ବାଟରେ ସହର ସନ୍ନିକଟସ୍ଥ ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ରାତି 2 ଟା ରେ ପହଂଚିଥିଲେ ।  ଗେଟରେ ନିୟୋଜିତ କର୍ମଚାରୀ ମନ୍ତ୍ରୀଙ୍କ ଗାଡିକୁ ଅଟକାଇ ଟୋଲ ଫୀ ମାଗିଥିଲା । ମନ୍ତ୍ରୀଙ୍କ କର୍ମଚାରି ଗାଡ଼ିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବସିଛନ୍ତି ବୋଲି କହିବା ପରେ ବି କର୍ମଚାରୀ ଜଣକ ନଶୁଣି ଅବାଗିଆ ଉତ୍ତର ଦେଇଥିଲା । ମନ୍ତ୍ରୀଙ୍କୁ ଦେଖିବା ପରେ ବି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିବା ସହ ଟୋଲ ଫି ନଦେଲେ ଗାଡି ଛାଡିବ ନାହିଁ ବୋଲି କହିଥିଲା ।  ମନ୍ତ୍ରୀ ବିରକ୍ତ ହୋଇ 100 କୁ ଡାଏଲ କରିଥିଲେ । ସେଠାରେ କିଛି ସମୟ ଯୁକ୍ତିତର୍କ ହେବାପରେ ଶେଷରେ ମନ୍ତ୍ରୀଙ୍କ ଗାଡି ଗେଟରୁ ବାହାରି ପହଞ୍ଚିଥିଲା ସାର୍କିଟ ହାଉସରେ । ଆଉ ତାପରେ ସେଠାରେ ଆରମ୍ଭ ହୋଇଥିଲା ପାଲା । ଜିଲ୍ଲାପାଳ, ଏସପି, ଜିଲ୍ଲାର ସବୁ ନେତା ଓ ଅଧିକାରୀ ଘଟଣା ସ୍ଥଳରେ ପହଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ବି ଖବର ଲେଖାହେବା ଯାଏ ପରିସ୍ଥିତି ଗରମ ରହିଥିଲା । ହେଲେ ଶେଷରେ ରାଉରକେଲା ବିଧାୟକ ସାରଦା ନାୟକ ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ମନ୍ତ୍ରୀ ଶ୍ରୀ ସିଂଙ୍କୁ ବୁଝାଇ ସୁନ୍ଦରଗଡ ମହାବିଦ୍ୟାଳୟ କାର୍ଯ୍ୟକ୍ରମକୁ ନେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ  National Highways Fee (Determination of Rates and Collection) Rules, 2008, ଧାରା ୧୧ ଅନ୍ତର୍ଗତ କେଉଁ କେଉଁ ବ୍ୟକ୍ତିଙ୍କୁ ଟୋଲ ପ୍ଳାଯ଼ାରେ ଟୋଲ ଫୀ ରିହାତି ମିଳିବ ତାହା ଉଲ୍ଲେଖ ଅଛି | ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ଶବ ବାହକ ଗାଡି ପର୍ଯ୍ୟନ୍ତ ଟୋଲ ଫି ମୁକ୍ତ ବୋଲି ଉଲେଖ ରହିଛି | ଏହି ରୁଲରେ ଧାରା ୧୧(ଏ) (୧୪) ଅନ୍ତର୍ଗତ ରାଜ୍ୟ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟ ମାନେ ନିଜ ରାଜ୍ୟର ପରିସୀମା ଭିତରେ ଟୋଲ ଫୀ ଦେବେ ନାହିଁ | 

“ 11.    Exemption from payment of fee. -  (1) No fee shall be levied and collected from a mechanical Vehicle ................(a)  transporting and accompanying– (xxiv) The Member of Legislative Assembly of  a State and the Member of Legislative Council of  a State within their respective State, if he or she produces his or her identity card issued by the concerned Legislature of the State;

ତେଣୁ ବିଧାୟକ ବା ମନ୍ତ୍ରୀ ବୋଲି ଜାଣିବା ପରେ ଟୋଲ ଗେଟ କର୍ମଚାରୀ ଆପେ ସମ୍ମାନର ସହ ଛାଡ଼ିଦେବା ଉଚିତ ଥିଲା | ହେଲେ ମନ୍ତ୍ରୀଙ୍କ ଷ୍ଟାଫଙ୍କ ସହ ଯୁକ୍ତି କରିବା ବା ମନ୍ତ୍ରୀଙ୍କୁ ଦେଖିବା ପରେ ବି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିବା ଉଚିତ ନଥିଲା |

0
0
0
s2sdefault