ହେଡଲାଇନସ୍:

ଅରୁଣଙ୍କ ଗସ୍ତ ଛନକା :  ସାରମାନେ ଘୋଷୁଛନ୍ତି  ପିଲାଙ୍କ ନାଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ରହ୍ମପୁରରୁ ଫେରିବା ବାଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଚାନକ ପଶିଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ

ଛତ୍ରପୁର (ଶାସକ ପ୍ରଶାସକ):   "ଆମେ ଚାହୁଁଛେ ଏଜୁକେସନ ସିଷ୍ଟମକୁ ମଜଭୁତ ବା ଉନ୍ନତ କରିବା ପାଇଁ | ଆମେ କଣ ଦରମା ପାଇ, କିଛି ପିଲାଙ୍କୁ କ୍ଳାସରେ ବସେଇ କିଛି ପିଲାଙ୍କୁ ପାଠ ପଢ଼େଇ ଦେଇ ପରୀକ୍ଷା କରେଇ ସାର୍ଟିଫିକେଟ ପାଇଗଲେ ଏଜୁକେସନ ସିଷ୍ଟମ ଫୁଲଫିଲ ହେଇଗଲା !! ପିଲା ପାଠ ପଢିଲା ବେଳେ ଘରୁ ବାହରିକି ଆସିବ...କଲେଜରେ ପଢିବା, ଲେକ୍ଚର ମାନେ ପାଠ ପଢ଼େଇବେ, ବହୁତ କଥା ପଢିବ ଜାଣିବା, ଟେଷ୍ଟ ବିଷୟରେ ଜାଣିବା, ଲାଇବ୍ରେରୀରେ ପଢିବ, କରିକୁଲାର ଆକ୍ଟିଭିଟି ଭିତରେ ରହିବ ତାର ପର୍ସନାଲିଟିର ବିକାଶ ହେବ | କଲେଜ ଟା ସେଇଥି ପାଇଁ  ହୋଇଥାଏ | ଯଦି ଆପଣ ଭାବୁଛନ୍ତି ଟେକ୍ସଟ ବୁକ ପଢ଼େଇଦେଲେ କୋର୍ସ କମ୍ପ୍ଲିଟ କରିଦେଲେ ସରିଗଲା, ତେବେ ସେଇଟା ସେ ତ ଘରେ ବସି କରିପାରିବ, ଅନଲାଇନରେ ବସି ପଢି ପାରିବ | କଲେଜ କାହିଁକି ଆସିବ ସେ କି ଆପଣମାନଙ୍କ ଆବଶ୍ୟକତା ବା ଗୁରୁତ୍ୱ କେମିତି ସେ ଉପଲବ୍ଧି କରିବ ? ଆପଣମାନଙ୍କୁ ମୁଁ ତିନି ଚାରିଥର ବୈଠକ କଲାପରେ ବି ଆପଣମାନେ ବୁଝି ପାରୁନାହାନ୍ତି ବା ସିରିଏସ ନୁହନ୍ତି" ବୋଲି କହି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | 

ଖଲିକୋଟ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଅଚାନକ ପଶି ଯାଇଥିଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ | କଲେଜ ପରିସର ବୁଲି ଦେଖିବା ସହ ସେଠାରେ ଷ୍ଟାଫ ରୁମରେ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ କଲେଜ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିଥିଲେ |  ପ୍ରଥମେ ସେଇ ଗୋଟିଏ କଥା ମନ୍ତ୍ରୀଙ୍କର  | ସେଇ  ପ୍ରୋକ୍ଟରିଆଲ ଓ ମେଣ୍ଟରିଂ | କେମିତି ଚାଲିଛି, କୋଉ କ୍ଲାସରେ କେତେ ପିଲା ...କୋଉ ସାର କେତେ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ....ପ୍ରୋକ୍ଟରିଆଲ କ୍ଲାସ...ମେଣ୍ଟରିଂ ଠିକରେ ହେଉଛି କି ନାହିଁ ...|

 ରେଜିଷ୍ଟାର ମେଣ୍ଟେନ ହୋଇ ପିଲାମାନଙ୍କ କେୟାର ନିଆଯାଉଛି ଓ ପ୍ରୋକ୍ଟରିଆଲ କ୍ଲାସ...ମେଣ୍ଟରିଂ ଚାଲିଛି ବୋଲି ଅଧ୍ୟକ୍ଷା କହିବା ମାତ୍ରକେ ମନ୍ତ୍ରୀ ଡ଼ ସାହୁ ତୁରନ୍ତ ରେଜିଷ୍ଟାର ମାଗିଥିଲେ | ରେଜିଷ୍ଟାର ଯାଞ୍ଚ କରିବା ପରେ ବୋଧ ହୁଏ ମନ୍ତ୍ରୀ ସନ୍ତୁଷ୍ଟ ହୋଇନଥିଲେ | ଆଉ ତାପରେ ସେମାନଙ୍କ ଉପରୋକ୍ତ ମନ୍ତବ୍ୟ ଦେବା ସହ ଅସନ୍ତୋଷ ବ୍ୟକ୍ତ କରି ପ୍ରୋକ୍ଟରିଆଲ କ୍ଲାସ...ମେଣ୍ଟରିଂ କ୍ଳାସ ଠିକରେ କରିବା ପାଇ ପରାମର୍ଶ ଦେଇ ଭୁବନେଶ୍ୱର ଅଭିମୁଖେ ବାହାରି ଆସିଥିଲେ | 

ଏବେ ମୋଟାମୋଟି ରାଜ୍ୟର ସବୁ କଲେଜରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭିତରେ ଏକ ପ୍ରକାର ଛନକା ପଶିଯାଇଛି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ | ଅନେକଙ୍କ ଭିତରେ ସଚେତନତା ଆସିଲାଣି ଓ ଅନେକ ଯତ୍ନବାନ ହେଲେଣି | ଆଉ କିଛି ଏବେ ଫେସବୁକରେ ମନ୍ତ୍ରୀଙ୍କ ପରବର୍ତ୍ତୀ ଦିବସର ଗସ୍ତ କ୍ରମ କଣ ବା କେଉଁ ଅଂଚଳକୁ ଗସ୍ତ କରୁଛନ୍ତି ତାକୁ ଦରାଣ୍ଡୁଛନ୍ତି | କାରଣ ଯେଉଁ ଅଂଚଳକୁ ଯାଉଛନ୍ତି , ସେଇ ରୁଟରେ ଯେଉଁ କଲେଜ ପଡିବ ବା ମୁଖ୍ୟ ରାସ୍ତାଠାରୁ ପାଖାପାଖି ଯେଉଁ କଲେଜ ପଡିବ ସେଇ କଲେଜର ଅଧ୍ୟାପକମାନେ ଏକ୍ସଟ୍ରା ଆଲର୍ଟ ହୋଇଯାଉଛନ୍ତି | ଆଉ ସବୁଠାରୁ ବଡ଼କଥା ଏବେ ଅଧ୍ୟାପକ ଅଧ୍ୟାପିକାମାନେ ପିଲାମାନଙ୍କ ନା ଘୋଷିବା ଆରମ୍ଭ କଲେଣି | କାରଣ ମନ୍ତ୍ରୀ ମହୋଦୟ ପ୍ରୋକ୍ଟରିଆଲ କ୍ଲାସ...ମେଣ୍ଟରିଂ କଥା ପଚାରିଲାବେଳେ କେତେ ପିଲାଙ୍କୁ ନେଇ ଗ୍ରୁପ କରିଛ ଓ ପିଲାମାନଙ୍କ ନାଁ କଣ ପଚାରିଦେଉଛନ୍ତି | ବୁଗୁଡ଼ା କଲେଜରେ ପରିସ୍ଥିତି ସେଇଆ ହେଲା |  ତେଣୁ ମନ୍ତ୍ରୀ ଜଣେ ଅଧ୍ୟାପକଙ୍କୁ ପଚାରିଦେଲେ ପିଲାଙ୍କ ନ କୁହ | ତେଣୁ ମନ୍ତ୍ରୀ କାଳେ ସେମାନଙ୍କ କଲେଜକୁ ଆସିଯିବେ ଆଉ ସେମାନଙ୍କ ପାଳି ପଡିଯାଇପାରେ ବା ମନ୍ତ୍ରୀଙ୍କୁ ହାବୁଡ଼ରେ ପଡିଲେ ମନ୍ତ୍ରୀ ଅଚାନକ ପଚାରିଦେଇ ପାରନ୍ତି ସେ ଛନକାରେ ଏବେ ମନ୍ତ୍ରୀଙ୍କ ଫେସବୁକ ଆକାଉଣ୍ଟକୁ ଯାଇ ତାଙ୍କ ଟୁର ଚାର୍ଟ ଦେଖିବା ପୁରା ଆଲର୍ଟ ରହିବା ସହ ପିଲାଙ୍କ ନାଁ ଘୋଷିବା ଆରମ୍ଭ କରିଦେଇଛନ୍ତି |

0
0
0
s2sdefault