ଖୁବ ଅଳ୍ପ ସମୟ ବ୍ୟବଧାନରେ ହତ୍ୟାକାରୀକୁ ଚିହ୍ନଟ କରିବାରେ ପୁଲିସ ସଫଳ
ବଆରିପଡା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୨୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପରଉଞ୍ଚାଡିହା ଗ୍ରାମର ଗୁରା ସିଂ ନାମକ ଜଣେ ବ୍ୟକ୍ତି ଙ୍କ ଗଳା କାଟି ହତ୍ୟା କରାଯାଇଥିବାର ଖବର ପୁଲିସ ନିକଟରେ ପହଞ୍ଚିଥିଲା ଏବଂ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ପୁତୁରା ଉପରେ ସନ୍ଦେହ ହୋଇଥିଲା । ଫଳରେ ତାକୁ ଥାନାକୁ ଆଣି ପଭାରାଉଚରା କରିବା ପରେ ନିଜର ଦୋଷକୁ ସ୍ୱୀକାର କରିଥିଲା ବୋଲି ବାଟିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏସଡ଼ିପିଓ ଶ୍ରୀହରିପ୍ରସାଦଙ୍କ କହିବା ଅନୁସାରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ ଖୁବ ଅଳ୍ପ ସମୟ ବ୍ୟବଧାନରେ ହତ୍ୟାକାରୀକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ପୁତୁରା ମନୋଜ ସିଂ ଓ ଦାଦା ଗୁରା ସିଂ ଙ୍କ ମଧ୍ୟରେ ସମ୍ପତ୍ତିବାଡ଼ିକୁ ନେଇ ଗଣ୍ଡଗୋଳ ରହିଥିଲା । ପ୍ରତିଶୋଧ ନେବା ନିମନ୍ତେ ମନୋଜ ଅପେକ୍ଷାରେ ଥିବା ସମୟରେ ଜାନୁଆରୀ ୨୮ରେ ସୁଯୋଗ ପାଇଁ ଏକ କଟୁରୀରେ ଗୁରାକୁ ଅତର୍କିତ ଭାବେ ହାଣି ହତ୍ୟା କରିଥିଲା । ହତ୍ୟାରେ ବ୍ୟବହାର ଅସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଥିଲେ । ଆଜି ଅଭିିିଯୁକ୍ତ ମନୋଜକୁ କୋର୍ଟ ଚାଲାଣ କରାଗଲା ।