ହେଡଲାଇନସ୍:

ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସହଜ ବିଜୟ ସହ ସେମିଫାଇନାଲରେ ପଟଣାଗଡ଼

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୋଲ୍ଡେନ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଖଇରପାଲି ଠାରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ  ଚତୁର୍ଥ  ଦିବସ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳରେ ମେଲଛାମୁଣ୍ତା ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୫୭ ରନର ଲକ୍ଷ୍ଯ ଦେଇଥିଲେ ତାର ଜବାବରେ ଗାଇସିଲେଟ ଦଳ ୬.୪ ଓଭରରେ ୭ ୱିକେଟ ରେ ବିଜୟୀ ଲାଭ କରିଥିଲେ। ଦ୍ବିତୀୟ ଲିଗ ମ୍ଯାଚ ପାଟଣାଗଡ ଓ ବେଲପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପାଟଣାଗଡ ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୯୩ ରନର ଲକ୍ଷ୍ଯ ଦେଇଥିଲେ । ତାର ଜବାବରେ ବେଲପଡା ଦଳ ୩୬ ରନରେ ଆଲଆଉଟ ହୋଇ ପରାଜୟ ହେଲେ। ଚତୁର୍ଥ କ୍ବାଟର ଫାଇନାଲରେ ପାଟଣାଗଡ ଓ ଗାଇସିଲେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗାଇସିଲେଟ ଦଳ ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତି ନେଇ ଥିଲେ। ଗାଇସିଲେଟ ଦଳ ୮ ଓଭରରେ ୧୬ ରନ କରିଥିଲେ। ତାର ଜବାବରେ ପାଟଣାଗଡ ଦଳ ୧. ୫ ଓଭରରେ ବିଜୟୀ ଲାଭ କରିଥିଲେ। ଆଜିର ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ସଂଯୁକ୍ତା ମାଝୀ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

0
0
0
s2sdefault