ହେଡଲାଇନସ୍:

ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ  ବେଶୀ ଲାଭ ପାଇବ - ଧର୍ମେନ୍ଦ୍ର ପ୍ରଧାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୨୦-୨୧ କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା 

• ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ 

• ଦୀର୍ଘମିଆଦି ଯୋଜନା ପଛୁଆ, ଗରିବ ସାଧାରଣ ଲୋକଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବ 

• ଓଡିଶାରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ 

• 'ସାଗରମିତ୍ର' ଓଡିଆ ଯୁବପିଢି ପାଇଁ ହେବ ଉପାଦେୟ 

• ଦେଶର ଗ୍ରାମ ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ । ସରକାରୀ ସୁବିଧାରୁ 

ବଂଚିତ ସାଧାରଣ ତଥା ଗରିବ ଶ୍ରେଣୀର ଲୋକ ଏହାର ଲାଭ ପାଇବେ 

• ଓଡିଶାରେ ଜଙ୍ଗଲ ବୃଦ୍ଧି କାରଣରୁ ରାଜ୍ୟକୁ ଅଧିକ ଆର୍ଥିକ ସହାୟତା ମିଳିବ 

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୧ - ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବଜେଟରେ ଘୋଷଣା କରାଯାଇଥିବା କାରଣରୁ ଓଡିଶା ଭଳି ରାଜ୍ୟରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ । ଯୁବକମାନଙ୍କର ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢାଇବା ପାଇଁ "ସାଗରମିତ୍ର' ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି । ଦେଶର ଗ୍ରାମ ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ । ସରକାରୀ ସୁବିଧାରୁ ବଂଚିତ ସାଧାରଣ ତଥା ଗରିବ ଶ୍ରେଣୀର ଲୋକ ଏହାର ଲାଭ ପାଇବେ । ସେହିପରି ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା , ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ପଛୁଆ ରାଜ୍ୟ ମାନଙ୍କର ବିକାଶ ମୋଦି ସରକାରଙ୍କ ପ୍ରାଥମିକତା ବୋଲି କହିବା ସହ ଏଭଳି ନୀତି କାରଣରୁ ଓଡିଶା ଭଳି ରାଜ୍ୟ ଲାଭ ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି । ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ଏହିସବୁ କାମର ଲାଭ ଓଡିଶା ରାଜ୍ୟ ମଧ୍ୟ ପାଇବ । ଅପରପକ୍ଷରେ ଯେଉଁ ଅଂଚଳରେ ଜଙ୍ଗଲ ଅଧିକା ଅଛି ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ୧୫ଗ୍ଧଷ ଫାଇନାନ୍ସ କୋମିଶନରେ ବ୍ୟବସ୍ଥା ହୋଇଛି । ଓଡିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଇଥିବାରୁ ଓଡିଶାକୁ ଏହାର ଫାଇଦା ମିଳିବ । 

ଏହାବ୍ୟତିତ ମଧ୍ୟବିତ ଓ ବ୍ୟବସାୟୀ ମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି । ବ୍ୟକ୍ତିଗତ ଆୟରେ ଲାଗୁଥିବା ଟିକସ ହ୍ରାସ କରାଯାଇଛି । କର୍ପୋରେଟ୍ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି |  ଷ୍ଟାର୍ଟ ଅପ୍ କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ରହାତି ଦିଆଯାଇଛି । ଯଦ୍ୱାରା କରଦାତା ଓ ବ୍ୟବସାୟୀ ଉଭୟ ଲାଭ ପାଇବେ । ଓଡିଶା ମଧବର୍ଗୀୟ ରାଜ୍ୟ ହେଉଥିବାରୁ ଓଡିଶା ଲାଭ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

ସେ କହିଛନ୍ତି ଯେ ଗତ ୫ ବର୍ଷରେ ଯେଉଁଭଳି ଭାବେ ଏକ ସୁଧାରବାଦୀ ନୀତି ମାଧ୍ୟମରେ ମୋଦି ସରକାର ଦେଶକୁ ଆର୍ଥିକ ପ୍ରବନ୍ଧନର ବଜେଟ୍ ମାଧ୍ୟମରେ ବ୍ୟବସ୍ଥାକୁ ଯୋଡିଥିଲେ । ସେହି ନୀତି ଆଧାରରେ ଏହି ବଜେଟର କ୍ରିୟାନ୍ୱୟନ କରାଯାଇଛି । ନିରନ୍ତର ସୁଧାର ବଜେଟର ମୂଳବିନ୍ଦୁ ଓ ବଜେଟର କେନ୍ଦ୍ରରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ରଖାଯାଇଛି । ଦୀର୍ଘମିଆଦି ଯୋଜନା ମାଧ୍ୟମରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ଲମ୍ବା ସମୟ ଧରି ଅର୍ଥନୈତିକ ସ୍ୱାବଲମ୍ବୀ କରାଯିବା ସହ ଏହା ମାଧ୍ୟମରେ କଲ୍ୟାଣକାରୀ ଦେଶ ଓ ରାଜ୍ୟ ବନାଇବାର ସରକାରଙ୍କ ଲକ୍ଷ୍ୟ । 

ବଜେଟକୁ ସାମଗ୍ରିକ ଭାବେ ଦେଖିଲେ ବିଭିନ୍ନ ନୀତି ଓ ନୀତିରେ ସୁଧାର ଅଣାଯିବା କାରଣରୁ ଲୋକଙ୍କ ସଂଚୟ ବଢିବ । ସଂଚୟ ହେଲେ କ୍ରୟ ଶକ୍ତି ବଢିବ । କ୍ରୟ ଶକ୍ତି ବଢିଲେ ବଜାରରେ ଚାହିଦା ବଢିବ ଓ ଚାହିଦା ବଢିଲେ ଉତ୍ପାଦନ  ବଢିବ । ଅର୍ଥନୀତିରେ ଯେଉଁ ଦୁର୍ବଳବସ୍ଥା ଦେଖାଯାଇଥିଲା ସେହିଭଳି ଅର୍ଥନୀତିରୁ ବାହାରିବା ।ଇଁ ଏହାଠୁ ଭଲ ପଦକ୍ଷେ କିଛି ହୋଇନପାରେ । ସାରା ଭାରତବର୍ଷର  ସାଧାରଣ ଲୋକମାନେ ଏହି ବଜେଟରୁ ଅଧିକ ଲାଭାର୍ଥୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault