ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: ପୁତନା ପ୍ରେରଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦ୍ବିତୀୟ ଦିବସରେ କଂସ ଦରବାରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ରାଜ ଅତିଥି 

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ଶନିବାର ଦିନ ଦ୍ବିତୀୟ ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ଦିନ ୧୧ଟାରେ ରାଜା ଉଗ୍ରେସନଙ୍କ ଦ୍ବାରା ଦେବକୀ ବସୁଦେବଙ୍କ ବିବାହ ଗଣ୍ତପାଲି ରେ ସଂପନ୍ନ ହୋଇଥିଲା।

ସଂଧ୍ୟାରେ ରାଜ ଦରବାରରେ ପାଟ ପାଲିଙ୍କିରେ ଦେବକୀ ବାସୁଦେବ ଶୁନ୍ୟ  ବାଣୀ ହୋଇ କଂସ ଭୟଭୀତ  ହୋଇ ଦେବକୀ ବସୁଦେବଙ୍କୁ ବନ୍ଦୀଶାଳା ରେ ବନ୍ଦୀ କରିଥିଲେ। କଂସ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଥିଲେ । ଦେବକୀର ପ୍ରଥମ ସନ୍ତାନକୁ ନିହତ କରିବା ପରେ କଂସାସୁର ନିଜ ହାତେ ନିହତ କରିଥିଲେ ଏବଂ ଷଡପୁତ୍ର ଙ୍କୁ ମଧ୍ୟ ନିହତ କଲା ପରେ ସପ୍ତମ ଗର୍ଭ  ସନ୍ତାନକୁ ଭଗବାନ ଅନ୍ତର୍ଧ୍ୟାନ କରି ରୋହିଣୀ ଗର୍ଭରେ ରଖିଥିଲେ। ଅଷ୍ଟମ ସନ୍ତାନ ହେଲାପରେ କୃଷ୍ଣ ମଥୁରାରୁ ଗୋପପୁରକୁ ପ୍ରେରଣ କରିଥିଲେ। ପରେ କଂସାସୁର ପୁତୁନାକୁ ଗୋପପୁରକୁ ପ୍ରେରଣ କରିଥିଲେ । ଏହା ପରେ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରା ଯାଇଥିଲା । 

ଦ୍ବିତୀୟ ରଜନୀ ଦିବସରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପଦ୍ମପୁର  ବିଜ୍ଞାପିତ ଅଞ୍ଚଳ ପରିଷଦ ପୂର୍ବତନ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ଶଶିଭୂଷଣ ସାହୁ, ଡାଲିମ୍ବ ସାହୁ ପ୍ରମୁଖ ରାଜ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ମିନା ବଜାର, ଅପେରା,ସର୍କସ,ଯାଦୁ ଆଦି ଆୟୋଜନ କରାଯାଇଛି।

0
0
0
s2sdefault