ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ,14ମାସ ପରେ ବି ମିଳୁନି ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ /ସଚିନ ସାହୁ : ମୃତ୍ୟୁ ଯେତେବେଳେ ଆସେ କାହାରିକୁ ପଚାରେ ନାହିଁ କି ତାର ସମୟ କାଳ ପାତ୍ର କିଛିନାହିଁ | ଏମିତି ଏକ ଦୁଖଦ ପୂର୍ଣ୍ଣ ଘଟଣା ଘଟଣା ଘଟିଥିଲା ଲରମ୍ଭା ଥାନା ନିକଟସ୍ଥ ଜୁରିଆ ଗ୍ରାମରେ | ପୋଖରୀରେ ବୁଡି ବୃଦ୍ଧ  ସ୍ବର୍ଣ୍ଣ ତାଣ୍ଡିଙ୍କ ମୃତ୍ୟୁ ହୋଇଥିଲା | ସୂଚନା ଅନୁଯାୟୀ,ଘଟଣା ଦିନ 04/11/2018 ତାରିଖ ଦିନ ମଧ୍ୟାହ୍ନ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ ଖସି ଯାଇ ପଥର ମୁଣ୍ଡରେ ବାଡେଇ ହୋଇ ଯାଇଥିବାରୁ ବେହୋସ ହୋଇ ପାଣିରେ ପଡି ଯାଇଥିଲେ | ଉଦ୍ଧାର କରିବା ନିମନ୍ତେ ସେଠାରେ କେହି ଉପସ୍ଥିତ ନ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। 

ତେବେ ଏହି ଘଟଣାକୁ ଦୁଇବର୍ଷ ପୁରିଯାଇଥିଲେ ହେ ପରିବାରକୁ ସରକାର ତରଫରୁ ଆର୍ଥିକ ସହାୟତା ମିଳିପାରିନାହିଁ | ଯାହାକି ଅତ୍ୟନ୍ତ ଦୁଃଖଦ ବିଶେଷ | ଏ ବିଷୟରେ ସ୍ଥାନୀୟପ୍ରଶାସନ ଅବଗତ ନ ଥିବା ପ୍ରକାଶ କରିଛନ୍ତି |  ଘଟଣାର ତଦନ୍ତ କରି ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି | 

 

0
0
0
s2sdefault