ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ତୀବ୍ର ଉତ୍ତେଜନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରସବ ବେଦନା ବୃଦ୍ଧି ସତ୍ତ୍ୱେ ନର୍ମାଲ ଡେଲିଭରି କହି ଦିନ ଗଡ଼ାଇ ଚାଲିଲେ ଡାକ୍ତରଖାନା କର୍ତ୍ତୃପକ୍ଷ 

ସିଜେରାନ କରିବା ପାଇଁ ପରିବାର ସଦସ୍ୟଙ୍କ ନିବେଦନକୁ କଲେନାହିଁ ଭୃକ୍ଷେପ   

ବାରିପଦା:(ଦିଲ୍ଲୀପ ମହାନ୍ତି )- ଫେବୃଆରୀ ୧ ଶନିବାର ପ୍ରତ୍ୟୁଷରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ତୀବ୍ର ଉତ୍ତେଜନା ଦେଖାଦେଇଛି।

ବିଭାଗୀୟ ଚିକିତ୍ସକ ଏବଂ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା କଥା ପ୍ରସୂତୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ୍‌ର ପାଇକବସା ଗ୍ରାମପଞ୍ଚାୟତ ଅଧୀନ ବଜ୍ରତୁଣ୍ଡି ଗ୍ରାମର ଚନ୍ଦନ ବେହେରାଙ୍କ ୨୭ ବର୍ଷୀୟ ପତ୍ନୀ ସୁରେଖା ବେହେରାଙ୍କର ପ୍ରସବ ଯନ୍ତ୍ରଣା  ହେବାରୁ ଗତ ଜାନୁଆରୀ ୨୯ ବୁଧବାର  ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଏବଂ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରସବ ସ୍ୱଭାବିକ ହେବ କହି ପ୍ରସୂତୀ ବିଭାଗରେ କାର୍ଯ୍ୟରତ ଚିକିତ୍ସକ ଓ କର୍ମଚାରୀମାନେ ସୁରେଖାଙ୍କ ସମ୍ପର୍କୀୟମାନଙ୍କୁ ବୁଝାଇ ଦେଇଥିଲେ। ଫଳରେ ଦିନ ଓ ସମୟ ଗଡ଼ିଚାଲିବା ସହ ସୁରେଖାଙ୍କ ଗର୍ଭ ଯନ୍ତ୍ରଣା ବୃଦ୍ଧି ପାଇବା ପରେ ଅସ୍ତ୍ରୋପ୍ରଚାର ମାଧ୍ୟମରେ ପ୍ରସବ କରାଇବାକୁ ତାଙ୍କର ସମ୍ପର୍କୀୟମାନେ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀଙ୍କୁ ଆକୁଳ ନିବେଦନ କରିଥିଲେ ।

। ମାତ୍ର ସ୍ୱଭାବିକ ପ୍ରସବ ହେବ କହି ସେମାନେ ତାଙ୍କ ଅନୁରୋଧକୁ ଏଡ଼ାଇ ଦେଇଥିଲେ ବୋଲି  ସ୍ୱାମୀ ଚନ୍ଦନ ବେହେରା ଓ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଏଥିସହିତ ସୁରେଖାଙ୍କର ନର୍ମାଲରେ ଡେଲିଭରୀ  କରାଇ ଦେବେ ବୋଲି ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀମାନେ ଲାଞ୍ଚ ମାଗିଥିବା ବିଷୟକୁ ନେଇ ସୁରେଖାଙ୍କ ସମ୍ପର୍କୀୟମାନେ ମଧ୍ୟ ଅଭିଯୋଗ କରୁଛନ୍ତି । ଖବର ପାଇ ବାରିପଦା ଟାଉନ ଥାନା  ପୁଲିସ ହସ୍ପିଟାଲ ପରିସରରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ଉକ୍ତ ଘଟଣାକୁ ନେଇ ସୁରେଖାଙ୍କ ସ୍ୱାମୀ ଚନ୍ଦନ ବେହେରା ପକ୍ଷରୁ ବାରିପଦା ଟାଉନ ଥାନାରେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟ ସେବୀକାଙ୍କ ନାମରେ   ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

0
0
0
s2sdefault