ଶରୀରର ଉଷ୍ମତା ପାଇଁ ଶ୍ରୀଜୀଉ ସର୍ବାଙ୍ଗରେ ପିନ୍ଧିଲେ ଶୀତବସ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀରଘୁନାଥଜିଉଙ୍କ ଓଢଣଲାଗି ବେଶ ଉଲାଗୀ ଓ ବସନ୍ତପଂଚମୀ ନିତୀ ପାଳିତ 

ଓଡଗାଁ (ଶ୍ରୀକାନ୍ତ ମିଶ୍ର) : ପ୍ରଭୁରଘୁନାଥଙ୍କର ପ୍ରତ୍ୟେକ ଲୀଳା ମାନବ ଧର୍ମୀି ହୋଇଥିବା ବେଳେ ଋତୁଚକ୍ରର ପରିବର୍ତନ ଅନୁସାରେ ପ୍ରଭୁଙ୍କର ବେଶଭୁଷା ସହିତ ଅନ୍ୟ ସମସ୍ତ ନୀତିରେ ପରିବର୍ତନ ଦେଖିବାକୁ ମିଳିଥାଏ । ମାର୍ଗଶୀର ଓଢଣ ଷଷ୍ଠୀ ତଥା  ପ୍ରାବରଣ ତିଥିଠାରୁ ମାଘ ଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶରୀରର ଉସ୍ମତା ପାଇଁ ମୁଖମଣ୍ଡଳକୁ ଛାଡି ସର୍ବାଙ୍ଗରେ ଶୀତବସ୍ତ୍ର ପରିଧାନ କରିଥିଲେ । ଓଢଣ ଉଲାଗୀ ପରେ ବସନ୍ତପଂଚମୀ ଠାରୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପୂର୍ଣ୍ଣାଙ୍ଗ ରୁପକୁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ବସନ୍ତପଂଚମୀ ନୀତି ଅନୁସାରେ ଖେଚୁଡି ଧୁପ ପରେ ମଧ୍ୟାନ୍ନ ୧୨ଟା ସମୟରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ରନôବେଦୀରେ ଆଳତି ପରେ ମଣି ବିମାନରେ ବସନ୍ତପଂଚମୀ ନୀତି ମଣ୍ଡପକୁ ବିଜେ ହୋଇଥିଲେ । ଦୋଳି ଖଟୁଳିରେ ଅବସ୍ଥାନ କରିବା ପରେ ପଂଚ ଉପଚାରରେ ଶ୍ରୀଜିଉଙ୍କ ଶ୍ରୀପଂଚମୀ ବନ୍ଦାପନା କରାଯାଇଥିଲା । ରାତି ୮ବେଳେ ପୁନଃ ମଣି ବିମାନରେ ନଗର ପରିକ୍ରମା କରିବା ସମୟରେ ଚାଚେରୀ ଭୋଗ ନୈବେଦ୍ୟ ପାଇ ମନ୍ଦିର ପ୍ରବେଶ କରିଥିଲେ । ଚତୁଃଶମ, ଗୀତଗୋବିନ୍ଦ ଓ ବଡସିଂଘାର ନୀତି କରାଯାଇ ରାତ୍ର ୧୦ଟାରେ ପହୁଡ ପଡିଥିଲା । ମନ୍ଦିର ବେଢାରେ ପାଶ୍ୱର୍ଦେବାଦେବୀ ରୁପେ ପୁଜିତ ମା ସରସ୍ୱତୀଙ୍କର ପୂର୍ବାହ୍ନ ୧୧ଟା ସମୟରେ ସ୍ୱତନ୍ତ୍ର ରାଜଭୋଗ ଓ ଆଳତୀ ଅର୍ପଣ କରାଯାଇଥିଲା । ପାଳିଆପଣ୍ଡା, ପରିଚ୍ଛା ହରିବନ୍ଧୁ ଷଢଙ୍ଗୀ ଓ ପୂଜକ ପରିଷଦର ସମସ୍ତ କର୍ମକର୍ତା ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହା ସହିତ ସ୍ଥାନୀୟ ଅଂଚଳର ସମସ୍ତ ଶିକ୍ଷାନୁଷାଠାନ, ଅଣ ଶିକ୍ଷାନୁଷ୍ଠାନ ଏବଂ ଗାଁ ମାନଙ୍କରେ ମା ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ  ହୋଇଥିଲା । 

 

 

0
0
0
s2sdefault