ମଦ୍ୟପାନ, ଅନଭିଜ୍ଞତା ଓ ରାସ୍ତା ଜବରଦଖଲ ଘଟାଉଛି ଦୁର୍ଘଟଣା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ନୂଆ ପରିବହନ ଆଇନ ଲାଗୁ ହେବା ପରେ ମଧ୍ୟ ଦୁର୍ଘଟଣା ସଂଖ୍ୟା କମିବାର ନା ଧରୁନି । କେବଳ ୧୦୮ ନୁହଁ, ଦମକଳ ବାହିନୀ ମାଧ୍ୟମରେ ଦୁର୍ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସଠିକ ସମୟରେ ଚିକିତ୍ସା ଯୋଗାଇ ଦେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିଥାଏ । ମଦ୍ୟପାନ କରି ଟ୍ରାଫିକ ନୀତି ନିୟମକୁ ନମାନି ବେପରୁଆ ଗାଡି ଚାଳନା କାରଣରୁ ହିଁ ବହୁ ଦୁର୍ଘଟଣା ଘଟିଥାଏ । ଏଥିସହିତ ରାସ୍ତା କଡ଼ ଜବରଦଖଲକାରିଙ୍କ କବ୍ଚାରେ ରହିଥିବାରୁ ମଧ୍ୟ ଟ୍ରାଫିକ୍ ଜାମ ରହିବା ସହିତ ଦୁର୍ଘଟଣାମାନ ହୋଇଥାଏ । ଓଡ଼ଗାଁ ସିନେମାହଲ ଛକଠାରୁ ବାହାଡ଼ାଝୋଲା ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ ଦୋକାନୀ ଓ ଘରମାଲିକମାନେ ରାସ୍ତାକୁ ମଡାଇ ବ୍ୟବସାୟ କରୁଥିବା ସ୍ଥଳରେ ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ହୋଇପଡିଥିଲା ।  ସ୍ଥାନୀୟ ଲୋକେ ରାତି ପାଇବା ବେଳକୁ ସେଠାରେ ବେଆଇନ ଭାବେ  ହମ୍ପସ ନୁହେଁ ତ ଏକ ହୁଡା ନିର୍ମାଣ କଲେ । ଏହାକୁ ବିରୋଧ କରିବାରୁ ସେମାନେ ଜବରଦଖଲ ନହଟାଇ ଓଲଟା ଧମକଚମକ ଦେଇଥିଲେ । ଏ ସଂକ୍ରାନ୍ତରେ ଓଡ଼ଗାଁ ତହସିଲଦାର, ପୋଲିସ ଏବଂ ପିଡବ୍ଲୁଡି ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳ କିନ୍ତୁ ଶୂନ । ସିନେମାହଲ ଠାରୁ ଓଡ଼ଗାଁ ଏବଂ ଅପରପାଶ୍ୱର୍ ଭଞ୍ଜନଗର ଯାଇଥିବା ରାସ୍ତାର ଅବସ୍ଥା ବି କହିଲେ ନସରେ । ଓଡ଼ଗାଁ ବସଷ୍ଟାଣ୍ଡରେ ଦୋକାନିମାନେ ମୂଖ୍ୟ ରାସ୍ତା ଉପରକୁ ଦୋକାନ ଜିନିସ ରଖି କାରବାର କରୁଥିବା ବେଳେ ଗ୍ରାହକମାନଙ୍କ ଯାନବାହାନ ରହି  ରାସ୍ତାଟି ଜାମ ହୋଇ ରହୁଥିବାରୁ ୨ଭାଗରେ ବିଭାଜିତ ରାସ୍ତାର ଅପରପାଶ୍ୱର୍ ରାସ୍ତାରେ ଯାତ୍ରୀମାନେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି । ମନ୍ଦିର ରୋଡରେ ମଧ୍ୟ ଅନୁରୁପ ଭାବେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥାଏ । ଜନସଂଖ୍ୟା ସାଙ୍ଗକୁ ଜାନବାହାନ ଚାଳନା ବୃଦ୍ଧି ହୋଇଥିବାରୁ ଏହାର ସୁନିୟନ୍ତ୍ରୀତ କରିବାର ଆବଶ୍ୟକତା ଜରୁରୀ ହୋଇପଡିଛି । କେବଳ ସହର ନୁହେଁ, ଜବରଦଖଲ କାରୀଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ଗୁଡିକ ମଧ୍ୟ ଦିନକୁ ଦିନ ସଙ୍କୁଚିତ ହେବାକୁ ଲାଗିଛି । ଏଥିପ୍ରତି ପ୍ରଶାସନର କୈାଣସି ନିଘାନାହିଁ । ସରକାରୀ ହିସାବ ଅନୁସାରେ ଗତ ୩ ମାସ ମଧ୍ୟରେ ୭ଟି ଦୁର୍ଘଟଣା ପଞ୍ଜିକୃତ ହୋଇଥିବା ବେଳେ ଅନେକ ଦୁର୍ଘଟଣା ପଞ୍ଜିକୃତ ହୋଇନଥିବା ଜଣାଯାଏ । ୪ ଦିନ ପୂର୍ବେ ବାହାଡ଼ାଝୋଲା ରାସ୍ତାର ଜାମୁପାଟଣା ଠାରେ ଏକ ମର୍ମତୁଦ ଓଡ଼କ ଦୁର୍ଘଟଣା ଘଟିଥିଲେ ମଧ୍ୟ ସେନେଇ ଏ ପର୍ଯ୍ୟନ୍ତ କୈାଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । ଏଭଳି ଅନେକ ଘଟଣା ହିସାବକୁ ଆସୁନଥିବାରୁ ନୂତନ ପରିବହନ ନୀୟମ ଲାଗୁହେବା ପରେ ଦୁର୍ଘଟଣା କମିଯାଇଥିବା ଦର୍ଶାଇ ସରକାର ନିଜର ପାରଦର୍ଶିତାକୁ ପ୍ରକାଶ କରୁଛନ୍ତି । ମଦ୍ୟପାନ କରି ଗାଡିଚାଳନା, ମୋବାଇଲ ବ୍ୟବହାର, ଚାଳନା ନଜାଣି ଚାଳକ, ଆବଶ୍ୟକ ନଥିପତ୍ର ନଥାଇ ଗାଡି ଚାଳନା ଏବଂ ରାସ୍ତା ଜବରଦଖଲ କାରୀଙ୍କୁ ସୁ ନିୟନ୍ତ୍ରଣ କରାଗଲେ ଦୁର୍ଘଟଣା ହୁଏତ କେତେକାଂଶରେ କାମିଯାଇ ପାରେ ।       

 

0
0
0
s2sdefault