ହେଡଲାଇନସ୍:

ଅରୁଣଙ୍କ ମାଛଧରା ସାଙ୍ଗକୁ ନଈ ପହଁରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୁଗୁଡ଼ା/ ପୋଲସରାରୁ ସ୍ୱତନ୍ତ୍ର ପ୍ରତିନିଧି : ଯିଏ ଯାହା କୁହନ୍ତୁ, ଓଡିଶା ସରକାରଙ୍କ ମନ୍ତ୍ରୀମାନଙ୍କ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ କାମ କରିବାର ତରିକା ଟିକେ ନିଆରା | ସମୟର ସବୁଠୁ ଅଧିକ ସୁବିନିଯୋଗ କରିବାରେ ମାହିର | ଏକ ସାଙ୍ଗରେ ମାଛ ଧରା ସାଙ୍ଗରେ ନଈ ପହଁରା ବି କରିଦେଇ ଆସିବାରେ ବିଶ୍ୱାସୀ | ଗତ ସ୍ୱାଧୀନତା ଦିବସ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବାଟରେ ପଶିଗଲେ ସରପ୍ରାଇଜିଙ୍ଗ ଭାବେ  ଚୌଦ୍ଵାରର ଗୋଟିଏ କଲେଜରେ | କଲେଜ କର୍ତ୍ତୃପକ୍ଷ ଆବାକାବା | ମନ୍ତ୍ରୀ  ବୁଲିଲେଦେଖିଲେ, ପିଲାଙ୍କ ସହ କଥା ହେଲେ, ମାଷ୍ଟ୍ରଙ୍କ ସହ ଆଲୋଚନା କଲେ | ପତାକା ଉତ୍ତୋଳନ କରିକି ଆସିଲେ, ଆଉ ସଡନ ବେଶୀ ଅଳିଆ କରୁଥିବା ସେଇ କଲେଜର  ଜଣେ କିରାଣିଙ୍କୁ ବଦଳି | ଆଉ ତାପରେ ତା କେତେ ଜାଗା କେତେ କଲେଜ ସେ ବୁଲିଲେଣି, ତା ହିସାବ ନାହିଁ | କିଏ ମାନନ୍ତୁ ନମାନନ୍ତୁ ଅବା ରାଜନୈତିକ କାରଣରୁ କେହି ଉପରେ ଉପରେ ଗ୍ରହଣ ନକରି ବି ପାରନ୍ତି, ମନ୍ତ୍ରୀ ଡ଼ ସାହୁଙ୍କ ଅଚାନକ ପାରିଧି ବିଜେ ଟିକେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭିତରେ ଦାୟିତ୍ୱଜ୍ଞାନ, ସମୟାନୁବର୍ତ୍ତିତା ଆଉ ନିୟମାନୁବର୍ତ୍ତିତା ଅସ୍ୱାଭାବିକ ଭାବେ ବୃଦ୍ଧି କରିଛି | ଆଉ ପ୍ରୋକ୍ଟରିଆଲ ଓ ମେଣ୍ଟରିଂ  ଭଳି ଦୁଇଟି ଏମିତି ଅସ୍ତ୍ର ଛାଡିଛନ୍ତି ଯେ ସେମାନେ ଯତ୍ନବାନ ହେବ ପାଇଁ ବାଧ୍ୟ | କାରଣ କେତେବେଳେ ନିଜେ ମନ୍ତ୍ରୀ ପଶିଆସିବେ ତାଙ୍କ କଲେଜକୁ ଆଉ ପଚାରିଦେବେ ପ୍ରୋକ୍ଟରିଆଲ ଓ ମେଣ୍ଟରିଂ  ବିଷୟରେ ! ଆଉ ରାଜ୍ୟବ୍ୟାପୀ ବିଭିନ୍ନ ସରକାରୀ ବେସରକାରୀ କାମରେ ଗଲାବେଳେ ଅଚାନକ ଭାବେ ଯେମିତି କୋଉ କୃଷି ଅଫିସ ବା କଲେଜରେ ପଶିଯାଉଛନ୍ତି ସେ ଫଳରେ ଏବେ କଲେଜରେ ଶୃଙ୍ଖଳା ଓ ପାଠପଢା ପୂର୍ବପେକ୍ଷା ବହୁତ ଟ୍ରାକକୁ ଆସିଛି | ଏବେ ସେମିତି ଘଟିଛି ଗତକାଲି ଗଂଜାମ ଜିଲ୍ଲାର ଦୁଇଟି କଲେଜରେ | ମାନେ ମାଛଧରା କାମ ସହ ନଦୀ ପହଁରା | ଅଚାନକ ବାଟରେ ଗାଡି ରୋକି କଲେଜ ଗୁଡିକରେ ପଶିଯିବ ପରେ ଦୁଇଟିଯାକ କଲେଜରେ ମନ୍ତ୍ରୀ ଡ଼ ସାହୁଙ୍କୁ ଦେଖି କଲେଜ ଷ୍ଟାଫ ଆବାକାବା ହୋଇଯାଇଥିଲେ | ହେଲେ କେବଳ ଯେ ବସଗିରି ଦେଖାଇବା ନୁହେଁ, କଲେଜରେ ମନ୍ତ୍ରୀ ଡ଼ ସାହୁ ଭାବପ୍ରବଣତାର ସହ ସମସ୍ତଙ୍କୁ ଅନୁରୋଧ କରିଥିଲେ ପିଲାଙ୍କ ଦାୟିତ୍ୱ ନେଇ ମଣିଷ କରିବା ପାଇଁ | ଆଉ ଏଇ ଗସ୍ତ ଅବସରରେ ଅନୁରୋଧ ପୁର୍ଣ ତାଗିଦ ସହ ମଣିଷ ପଣିଆ ବି ଦେଖାଇଥିଲେ ମନ୍ତ୍ରୀ ଡ଼ ସାହୁ |

ଘଟଣାଟି ଏମିତି | ମନ୍ତ୍ରୀ ଡ ଅରୁଣ ସାହୁଙ୍କର ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ଼ ଅଭିବାଦନ ଗ୍ରହଣ  ପାଳି ଥିଲା ଗଂଜାମ ଜିଲ୍ଲାରେ | ଛତ୍ରପୁରରେରେ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମରେ ସେ ଯୋଗଦେବା ପାଇଁ ଯାଉଥିବା ବେଳେ ପାଖାପାଖି ସମୟ ୩ ଟାରୁ ସାଢେ ତିନିଟା ହେବ | ଗଂଜାମ ଜିଲ୍ଲାର ବୁଗୁଡ଼ା ଅତିକ୍ରମ କଲାବେଳେ ବାଟରେ ପଡିଲା ପିପୁଲସ କଲେଜ | ମନ୍ତ୍ରୀଙ୍କ ଗାଡି ହଠାତ ସେଠି ଅଟକି ଗଲା | ସିଧା ପଶିଗଲେ କଲେଜ କ୍ୟାମ୍ପସ ଭିତରେ ଆଉ ମନ୍ତ୍ରୀ ଆସିଥିବା ଦେଖି ସାମାନ୍ୟ ଇତସ୍ତତଃ ହୋଇପଡିଲେ | ମନ୍ତ୍ରୀ ପ୍ରିନ୍ସିପାଲ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସାଙ୍ଗରେ କଲେଜ ପରିସର ବୁଲିଲେ | ଉପର ମହଲରେ ପିଲାମାନଙ୍କ ପରୀକ୍ଷା ଚାଲିଥାଏ | ସେଠାକୁ ଗଲେ ମନ୍ତ୍ରୀ ଆଉ ଶ୍ରେଣୀ ଭିତରେ ପଶି ଅଳ୍ପ ସେକେଣ୍ଡ ଭିତରେ ପିଲାଙ୍କୁ ଡିଷ୍ଟର୍ବ ନକରି ବାହାରି ଆସିଲେ | ଆସିଲା  ବେଳେ ପ୍ରିନ୍ସିପାଲ ଟିକେ ଅଧିକ ଧଇଁସଇଁ ହେଉଥିବା ଦେଖି ମନ୍ତ୍ରୀ ତାଙ୍କୁ କାରଣ ପଚାରିଲେ | ପ୍ରିନ୍ସିପାଲ କହିଲେ " ସାର ଟିକେ ପ୍ରୋବ୍ଲେମ ଅଛି | ଡାକ୍ତର ସିଡ଼ି ଚଢ଼ିବାକୁ ମନା କରଛନ୍ତି | ଆପଣଙ୍କ ସାଙ୍ଗରେ ଆସିଗଲି ତରତରରେ | ଟିକେ ଅଶ୍ଵସ୍ତି ଲାଗୁଛି | ମନ୍ତ୍ରୀ ଡ଼ ସାହୁ ତାଙ୍କ କଥା ଶୁଣିବା ପରେ ସଂଗେସଂଗେ ମୋବାଇଲରେ ଟାଇମର ଦେଇ ଅଧ୍ୟକ୍ଷଙ୍କ ପଲସ ରେଟ ମାପିଥିଲେ | ତାପରେ କହିଲେ " ଆପଣ ଟିକେ ଦେହର ଯତ୍ନ ନିଅନ୍ତୁ | ଡାକ୍ତର ଯଦି ମନ କରିଛନ୍ତି ତେବେ ମୋତେ କହିଥାନ୍ତେ | ଆପଣ ତଳେ ଥାନ୍ତେ | ମେଡ଼ିସିନ କଂଟିନ୍ୟୁ କରନ୍ତୁ ଓ ଟିକେ ଦେହର ଯତ୍ନ ନିଅନ୍ତୁ | 

ତାପରେ ମନ୍ତ୍ରୀ ଲାଇବ୍ରେରୀ  ଠାରୁ ଆରମ୍ଭ କରି ପରିମଳ ଓ ସ୍ୱଚ୍ଛତା ପର୍ଯ୍ୟନ୍ତ ନିରେଖିଲେ | ତାପରେ ଅଧ୍ୟାପକ ଅଧ୍ୟାପିକାଙ୍କୁ ଡାକି ବୈଠକ ନେଲେ | ମନ୍ତ୍ରୀଙ୍କ ଗୋଟିଏ ଚିନ୍ତା , ସେଇ  ପ୍ରୋକ୍ଟରିଆଲ ଓ ମେଣ୍ଟରିଂ | କେମିତି ଚାଲିଛି, କୋଉ କ୍ଲାସରେ କେତେ ପିଲା ...କୋଉ ସାର କେତେ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ....ପ୍ରୋକ୍ଟରିଆଲ କ୍ଲାସ...ମେଣ୍ଟରିଂ ଠିକରେ ହେଉଛି କି ନାହିଁ ...ଅଭିଭାବକଙ୍କ ସହ ନିୟମିତ ବ୍ୟବଧାନରେ ଆଲୋଚନା ହେଉଛିକି ନାହିଁ  ଇତ୍ୟାଦି ଇତ୍ୟାଦି |

 ମନ୍ତ୍ରୀ କହିଲେ " ପ୍ରୋକ୍ଟରିଆଲ କ୍ଲାସ କେମିତି ଚାଲିଛି" 

ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସନ୍ତୋଷଜନକ ଉତ୍ତର ନପାଇବା ପରେ ମନ୍ତ୍ରୀ କହିଲେ ଯେ " ମୁଁ କଣ କରିବାକୁ ଚାହୁଁଛି ଆପଣମାନେ ବୁଝିପାରୁନାହାନ୍ତି | କେମିତି କଲେଜରେ ପାଠ ପଢାଟା ଟିକେ ଉନ୍ନତମାନନର ହେଉ ଆଉ ପିଲାମାନେ ପାଠ ପଢି ଭଲ ରେଜଲ୍ଟ କରନ୍ତୁ ବୋଲି ମୁଁ ଚାହୁଁଛି | ଉଚ୍ଚ ଶିକ୍ଷାକୁ ଗୋଟେ ଷ୍ଟାଣ୍ଡାର୍ଡକୁ ନେବାକୁ ଚାହୁଁଛି | ଟ୍ରାନ୍ସଫରମେସନ ମାନେ ଆଉ କଣ ? ଆପଣମାନେ ମୁ କଣ ଚାହୁଁଛି ସହଯୋଗ କରୁନାହାନ୍ତି |"  

ମନ୍ତ୍ରୀ ଜଣେ ଅଧ୍ୟାପକଙ୍କୁ ପଚାରିବା ବେଳେ ସେ କହିଲେ "ଚାଲିଛି ସାର" |

ସେଠୁ ମନ୍ତ୍ରୀ ପଚାରିଲେ " ଆପଣଙ୍କ କୋଉ ଡିପାର୍ଟମେଣ୍ଟ " 

ଅଧ୍ୟାପକ କହିଲେ " ସାର ହିଷ୍ଟ୍ରୀ"

ଆପଣଙ୍କ କେତେ ପିଲା !

ସାର ୬୭ 

ଆପଣ ପ୍ରୋକ୍ଟରିଆଲ କ୍ଲାସ ଓ ମେଣ୍ଟରିଂ କରୁଛନ୍ତି"

ହଁ ସାର 

କଣ କରୁଛନ୍ତି ?

ସାର ଦି ଥର ପ୍ୟାରେଣ୍ଟସଙ୍କୁ ଡାକିକି ମିଟିଂ କଲିଣି

ଆଛା, ୬୭ ଜଣ ପିଲାଙ୍କ ନା କହିପାରିବେ !

ମନ୍ତ୍ରୀ ତାପରେ ସମସ୍ତଙ୍କୁ ପୁଣି ଅନୁରୋଧ କରିଥିଲେ ଆଉ ପରାମର୍ଶ ଦେଇଥିଲେ ଯେ ପିଲାଙ୍କ ଭବିଷ୍ୟତ ପାଇଁ  ଟ୍ରାନ୍ସଫରମେସନ ପାଇଁ ନିହାତି ଭାବେ ଆନ୍ତରିକତାର ସହ ପ୍ରୋକ୍ଟରିଆଲ ଓ ମେଣ୍ଟରିଂକୁ କାର୍ଯ୍ୟକାରୀ କରନ୍ତୁ ବୋଲି କହି ସେଠାରୁ ବିଦାୟ ନେଇଥିଲେ | ତାପର ବାଟରେ ପୋଲସରାର ବିଜ୍ଞାନ ମହା ବିଦ୍ୟାଳୟରେ ବି ସେମିତି ଅଚାନକ ପଶିଲେ | ସେଠାରେ ସେଇ ପ୍ରୋକ୍ଟରିଆଲ ଓ ମେଣ୍ଟରିଂ କ୍ଲାସ ସମ୍ପର୍କରେ ଆଲୋଚନା ଓ ଗୁରୁତ୍ୱ ଦେବା ସହ ସବୁ ବିଷୟରେ ପଚାରି ବୁଝିଥିଲେ | ସେଠାରେ ଜଣେ ଅଧ୍ୟାପିକା ଉତ୍ତରରେ ମନ୍ତ୍ରୀ କିଛିଟା ସନ୍ତୁଷ୍ଟ ହୋଇଥିଲେ , କାରଣ ସେ ୧୬ ଜଣ ପିଲାଙ୍କୁ ନେଇ ପ୍ରୋକ୍ଟରିଆଲ ଓ ମେଣ୍ଟରିଂ ଜାରିରଖିଛନ୍ତି ବୋଲି କହିଥିଲେ |   ସମସ୍ତଙ୍କୁ ପ୍ରୋକ୍ଟରିଆଲ ଓ ମେଣ୍ଟରିଂକୁ କଡାକଡି ଭାବେ ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ | ଆଉ କଲେଜର କେମିତି ଆଉ କଣ ବିକାଶ କରିହେବ ବା ଆଉ କଣ କରିହେବ ସେ ବିଷୟରେ ଆଲୋଚନା କରିବା ସହ ଚାଲିଗଲେ ଛତ୍ରପୁର ଅଭିମୁଖେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ | 

0
0
0
s2sdefault