ହେଡଲାଇନସ୍:

ଏସସିବି ମେଡିକାଲ କଲେଜ ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ ଆଉ ପାଦେ ବଢିଲେ ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ କଲେ ଅନୁମୋଦନ

ଭୁବନେଶ୍ୱର (ଶାସକ ପ୍ରଶାସକ) କଟକର ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।ରାଜ୍ୟର ପ୍ରମୁଖ ଚିକିତ୍ସା ସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ କରି ଏହାକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ  ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ।ତଦନୁଯାୟୀ ଏହାର ସମ୍ପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଟାନ  ଭାବରେ ଗଢିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପେ୍ଲକ୍ସ, ସ୍ଥାୟୀ ଦୋନାକ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ , କ୍ଲବ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଆବାସିକ ଅଂଚଳ: ସ୍ଥିତିବାନ ସତ୍ୱେଥିବା ଜମି ମାଲିକ ମାନଙ୍କର ଘର ଓ ଜମି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକି୍ରୟାରେ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ କରାଯିବ ।

କ୍ଷତିପୂରଣ:  Right to Fair Compensation and Transparency in Land Acquisiton, Rehabilitation and Resettlement Act-  ୨୦୧୩ ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ।

ସ୍ଥାନାନ୍ତର ସହାୟତା: ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।

ଅନଧିକୃତ ବାସଗୃହ: ଏକକାଳୀନ ସହାୟତା: ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।

ଅସ୍ଥାୟୀ ଆବାସ: କଟକ ମହାନଗର ନିଗମ ଓ ଜିଲା ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଅଂଚଳରେ ପ୍ରତି ପରିବାର ପାଇଁ ୧୫-୧୫ପ୍ଲଟରେ ଅସ୍ଥାୟୀ ଭାବରେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ମହାନଗର ନିଗମ ଦ୍ୱାରା ସେହି ଅଂଚଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସୁଲଭ ଗୃହ ନିର୍ମାଣ  ପ୍ରକଳ୍ପରେ ଏହି ପରିବାରଗୁଡ଼ିକୁ ଚୂଡାନ୍ତ ଭାବରେ ଥଇଥାନ କରାଯିବା ପରେ ସେମାନେ ଅସ୍ଥାୟୀ ବାସଗୃହକୁ ଛାଡିବେ ।

ଖାଦ୍ୟ ସହାୟତା: ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ୮ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ । ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ ।

ମାଛ ମାର୍କେଟ କମ୍ପ୍ଲେକ୍ସ : ମହାନଗର ନିଗମରେ ରେଜିଷ୍ଟି୍ରଭୁକ୍ତ ହୋଇଥିବା ଦୋକାନୀମାନଙ୍କୁ /ମାଛ ବିକ୍ରେତାମାନଙ୍କୁ ଏକକାଳୀନ ଏକଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ମହାନଗର ନିଗମ ସେମାନଙ୍କର ସିକୁ୍ୟରିଟି  ଡିପୋଜିଟ୍ ଫେରାଇ ଦେବେ । ସେହିପରି କ୍ଷତିଗ୍ରସ୍ତ ଉଠାଦୋକାନୀମାନଙ୍କୁ ମହାନଗର ନିଗମ ଭେଣ୍ଡିଂ ଜୋନରେ ଆଗ୍ରାଧିକାର ଭିତିରେ ସ୍ଥାନ ଯୋଗାଇ ଦିଆଯିବ ।

ସ୍ଥାୟୀ ଦୋକାନ ଘର: ସ୍ଥିତିବାନ ଥିବା ସତ୍ୱେ ଜମିରେ ନର୍ମିତ ସମସ୍ତ ଦୋକାନ ଘରଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକି୍ରୟ୍ରାରେ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ।

ସ୍ଥାନାନ୍ତର ସହାୟତା: ପ୍ରତି କ୍ଷତିଗ୍ରସ୍ତଙ୍କୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦୁଇଟି କିସ୍ତିରେ ଦିଆଯିବ । ପ୍ରଥମ କିସ୍ତି ଆରମ୍ଭରେ ଦିଆଯିବ । ପ୍ରଥମ କିସ୍ତି ଆରମ୍ଭରେ ଦିଆଯିବ ଓ ଜମି ଖାଲି କଲା ପରେ ଦ୍ୱିତୀୟ କିସ୍ତି ଦିଆଯିବ ।

ଅନଧିକୃତ ଦୋକାନଘର : ପ୍ରତି ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ହଜାର ଟଙ୍କାଲେଖାଏଁ ସହାୟତା ଦିଆଯିବ ।

ଉଠାଦୋକାନୀ:  ପ୍ରତି ଉଠାଦୋକାନୀମାନଙ୍କୁ ୨୦ହଜାର ଟଙ୍କା ସହାୟତା ଦିଆଯିବ ।

ସ୍ଥାନାନ୍ତାରିତ ଧାର୍ମିକ ଅନୁଷ୍ଠାନ /କ୍ଲବ: ପ୍ରତି ଧାର୍ମିକ ଅନୁଷ୍ଠାନ  ଓ କ୍ଲବ ପାଇଁ କଟକ ଜିଲାପାଳ ଏକ ଲକ୍ଷ ଟଙ୍କାଲେଖାଏଁ ଏକକାଳୀନ ସହାୟତା ଯୋଗାଇ ଦେବେ ।

ଗାଈ ଗୁହାଳ: ସ୍ଥାନାନ୍ତରିତ ପ୍ରତି ଗୁହାଳ ପିଛାଏକକାଳୀନ ୨୦ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

ସ୍ୱତନ୍ତ୍ର ସହାୟତା: ସରାକରୀ କ୍ୱାର୍ଟସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଘରଭଡ଼ା ସହିତ ୧୨ମାସ କିମ୍ବା ନୂଆ କ୍ୱାର୍ଟସ ମିଳିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହାୟତା ଦିଆଯିବ । ଚତୁର୍ଥ ଶ୍ରେଣୀ ୫୦୦୦,   ତୃତୀୟ ଶ୍ରେଣୀ ୭୫୦୦,ଦ୍ୱିତୀୟ ଶ୍ରେଣୀ ୧୦,୦୦୦ ଓ ପ୍ରଥମ ଶ୍ରେଣୀ ୧୨,୫୦୦ଟଙ୍କା ଦିଆଯିବ ।

ଅନୁଷ୍ଠାନ  ପାଇଁ ଭଡ଼ାଘର ବ୍ୟବସ୍ଥା: ଆରଡିସିଙ୍କ ନେତୃତ୍ୱରେ ଗଠିତ କମିଟି ବଜାର ଦର ଅନୁଯାୟୀ ନିଷ୍ପତି ଗ୍ରହଣ କରିବ ।

ଅନ୍ୟାନ୍ୟ ବ୍ୟବସ୍ଥା: ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାିଯବ । ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତି ଅଧିଗ୍ରହଣ ଆଲୋଚନା ଭିତିରେ କରାଯିବ, ସେଥିପାଇଁ କେନ୍ଦ୍ରାଂଚଳ ଆରଡିସିଙ୍କ ଅନୁମୋଦନ କ୍ରମେ କଟକ ଜିଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ଓ ପରିବର୍ତନ ସମ୍ପର୍କରେ ନିଷ୍ପତି ନେଇପାରିବେ । ଏହି ଥଇଥାନ ପୁର୍ନବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ ।

 

0
0
0
s2sdefault