ହେଡଲାଇନସ୍:

ମନୁଷ୍ୟକୃତ କାରଣ ଯୋଗୁଁ ପଞ୍ଚଭୂତ ଆଜି ବ୍ୟାପକ ଭାବରେ ପ୍ରଦୂଷିତ : ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "କୃଷି ଓଡ଼ିଶା'ର ଉଦଯାପନୀ ଉତ୍ସବ

କୃଷକ ଯେଭଳି ଶାନ୍ତିରେ ରହିବ, ଚାପଗ୍ରସ୍ତ ହେବ ନାହିଁ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ' : ରାଜ୍ୟପାଳ

ଉଚ୍ଚଶିକ୍ଷିତ ଯୁବକମାନେ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୂପେ ଶୁଭଙ୍କର : ଡ଼ ଅରୁଣ 

"ଜୀବଜଗତରେ ପଶୁପକ୍ଷୀ ଆତ୍ମହତ୍ୟା କରୁନଥିବାବେଳେ ମଣିଷକୁ ଅନ୍ନ ଯୋଗାଉଥିବା କୃଷକର ଆତ୍ମହତ୍ୟାର ଖବର ନିଶ୍ଚିତ ରୂପେ ଚିନ୍ତାର ବିଷୟା ଯାହାର ନିଷ୍ଠାପର ଓ ନିସ୍ୱାର୍ଥପର ଏବଂ କଠିନ ପରିଶ୍ରମ ଫଳରେ ମଣିଷର ଜୀବନଧାରଣ ପାଇଁ ଅନ୍ନ ଉତ୍ପନ୍ନ ହେଉଛି, ସେହି କୃଷକ ଯେଭଳି ଶାନ୍ତିରେ ରହିବ, ଚାପଗ୍ରସ୍ତ ହେବ ନାହିଁ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ | "

ଭୁବନେଶ୍ୱର,(ଶାସକ ପ୍ରଶାସକ) :  କୃଷି ଓ ଗୋପାଳନ ଭାରତର ଅର୍ଥନୀତି ଓ ସଂସ୍କୃତିର ଆଧାରା କୃଷି ଓ କୃଷକର ବିକାଶ ହିଁ ଦେଶର ତଥା ରାଜ୍ୟର ବିକାଶା ଏଣୁ ଏହି କ୍ଷେତ୍ର ଅଗ୍ରାଧିକାର ପାଇବା ଦରକାର | ସୁଖର କଥା କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ଅନେକଗୁଡ଼ିଏ ସକାରାତ୍ମକ ପଦକ୍ଷେପ ନେଇଛନ୍ତି |  ତା'ର ସୁଫଳ ଅନୁଭୂତ ହେଉଛି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତିା

ଆଜି ଜନତା ମଇଦାନରେ ପାଞ୍ଚଦିନ ବ୍ୟାପୀ ଚାଲିଥିବା କୃଷି ଓଡ଼ିଶା-୨୦୨୦ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜ୍ୟପାଳ କହିଲେ ଜୀବଜଗତରେ ପଶୁପକ୍ଷୀ ଆତ୍ମହତ୍ୟା କରୁନଥିବାବେଳେ ମଣିଷକୁ ଅନ୍ନ ଯୋଗାଉଥିବା କୃଷକର ଆତ୍ମହତ୍ୟାର ଖବର ନିଶ୍ଚିତ ରୂପେ ଚିନ୍ତାର ବିଷୟା ଯାହାର ନିଷ୍ଠାପର ଓ ନିସ୍ୱାର୍ଥପର ଏବଂ କଠିନ ପରିଶ୍ରମ ଫଳରେ ମଣିଷର ଜୀବନଧାରଣ ପାଇଁ ଅନ୍ନ ଉତ୍ପନ୍ନ ହେଉଛି, ସେହି କୃଷକ ଯେଭଳି ଶାନ୍ତିରେ ରହିବ, ଚାପଗ୍ରସ୍ତ ହେବ ନାହିଁ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ବୋଲି ମାନ୍ୟବର ରାଜ୍ୟପାଳ କହିଥିଲୋ ପଞ୍ଚଭୂତରେ ଗଢ଼ା ଏ ପୃଥିବୀ | ମାତ୍ର ମନୁଷ୍ୟକୃତ କାରଣ ଯୋଗୁଁ ଏହି ପଞ୍ଚଭୂତ ଆଜି ବ୍ୟାପକ ଭାବରେ ପ୍ରଦୂଷିତା ମଣିଷକୁ ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛିା ଏହାର ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ୁଛିା ତେଣୁ ଜୈବିକ କୃଷି ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତିା

ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ କୃଷିର ଉନ୍ନତି କରି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଓ କୃଷି ପଦ୍ଧତିର ବ୍ୟବହାର ଏବଂ ଫସଲର ବିବିଧତା ଆଣିବା ଆବଶ୍ୟକା ଓଡ଼ିଶା ମିଲେଟ୍ ମିଶନରେ ମାଣ୍ଡିଆ ଚାଷର ସଫଳତା ସାରା ଭାରତକୁ ଦିଗ୍ଦର୍ଶନ ଦେଇପାରିଛିା ସଂପ୍ରତି ଉଚ୍ଚଶିକ୍ଷିତ ଯୁବକମାନେ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୂପେ ଶୁଭଙ୍କରା ଏହା ଦ୍ୱାରା ଚାଷୀକୂଳର ସମ୍ମାନ ବୃଦ୍ଧି ପାଇଛିା ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ସହ ଖାପଖୁଆଇବା, ଉଚ୍ଚ ମୂଲ୍ୟଯୁକ୍ତ ଓ କୃଷି ଉତ୍ପାଦର ବିବିଧିକରଣ ଏବଂ କୃଷି ଉତ୍ପାଦ ପାଇଁ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ସମୃଦ୍ଧି-କୃଷି ନୀତି-୨୦୨୦ ପ୍ରଣୟନ କରାଯାଇଛି ବୋଲି ଡ. ସାହୁ କହିଥିଲୋ 

ଉତ୍ସବରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଅଧିକ ଖାଦ୍ୟଶସ୍ୟ ସହିତ ଅଧିକ ପୁଷ୍ଟିକର ଖାଦ୍ୟ ଉତ୍ପାଦନର ଆବଶ୍ୟକତା ଦୃଷ୍ଟିରୁ ଏଥି ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି କହିଥିଲୋା ଏଥି ସହିତ ଓଡ଼ିଶାର ୧୦ଟି କୃଷି ଜଳବାୟୁ ଅଞ୍ଚଳ କୃଷିରେ ବିବିଧତା ପାଇଁ ସୁଯୋଗ ଆଣିଦେଇଛି ବୋଲି ଅତିଥିମାନେ ମତ ଦେଇଥିଲୋ ସ୍ୱାଗତ ଭାଷଣ ଦେବା ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ "କୃଷି ଓଡ଼ିଶା-୨୦୨୦' କୃଷି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବା ସହିତ କୃଷକମାନଙ୍କ ପାଇଁ ନିଶ୍ଚିତ ଲାଭ ଦାୟକ ହେବ ବୋଲି କହିଥିଲୋ ଏହି ଅବସରରେ ରାଜ୍ୟର କୃଷକ ଉତ୍ପାଦନ ସଂଗଠନମାନଙ୍କୁ ବିଶେଷ ସଫଳତା ପାଇଁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲୋ 

                 

0
0
0
s2sdefault