ହେଡଲାଇନସ୍:

ନୂଆପଡା ପୋଲିସକୁ ବଡ ସଫଳତା : ୮୧୨୩ ବୋତଲ କଫ୍ ସିରପ୍ ଜବତ ୪ଜଣ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ ଅମିତ ପୁରୋହିତ  :  ବାରମ୍ବାର ପୁଲିସ ର ଚଢାଉ ଓ ଗିରଫଦାରି ପରେ ମଧ୍ୟ ଥମୁନି ଜିଲ୍ଲାରେ ବେଆଇନ ନିଶା କାରବାର । ଦିନକୁଦିନ ଜିଲ୍ଲାକୁ ଚାଳାଣ ହେଉଛି ବହୁମାତ୍ରାରେ କଫ୍ ସିରପ୍ । ଏହାକୁ ଦୃଷ୍ଟିରେ ରଖି ପୁଲିସ ଏହାଉପରେ କଡା ନଜର ରଖିଥିବା ବେଳେ ବିପୁଳ ପରିମାଣରେ ଚାଲାଣ ହେଉଥିବା କଫ୍ ସିରପ୍ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ କୁ ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନେଇ ଆଜି ସଦର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀଅଧିକ୍ଷକ ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ  ଗତ ୨୨ତାରିଖରେ  ଛତିଶଗଡ ରାଜ୍ୟ ରାୟପୁର ରୁ ନୂଆପଡ଼ା ଜିଲ୍ଲାର କୋମନାକୁ କଫ୍ ସିରପ୍ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଏସପି ଶ୍ରୀ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ଟିମ ସକାଳ ୬.୩୦ସମୟରେ ଖରିଆରରୋଡ-ନୂଆପଡ଼ା ମଧ୍ୟସ୍ଥ ସିଲଦା ଗ୍ରାମ ନିକଟରେ ଏକ ଟାଟା ଏସିଇ ଜିପ ନଂ ଓଡି ୧୯ଇ ୭୦୯୪ ରେ ବେଆଇନ କଫ୍ ସିରପ୍ ବୋଝେଇ ହୋଇ  ଯାଉଥିବା ବେଳେ ପୁଲିସ ଜବତ କରିଥିଲା । ପରେ ସହକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡ୍ରଗ୍ସ ଇନ୍ସପେକ୍ଟର ବେଞାମିନ ଦାସ ଉକ୍ତ ସିରପ୍ ଗୁଡିକକୁ ଯାଚଂ କରି ଚାଲାଣ ହେଉଥିବା ୬୪ କାଟୁନ ରେ ଥିବା ୮୧୨୩ ବିଭିନ୍ନ ବ୍ରାଣ୍ଡର କଫ୍ ସିରପ୍ କୁ ଜବତ କରିଥିଲେ । ଜବତ ହୋଇଥିବା କଫ୍ ସିରପ୍ ର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଚାଲାଣ ହେଉଥିବା ଗାଡିକୁ ଜବତ କରିବା ସହ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ମୋବାଇଲ ଫୋନ, ୧୨ଶହ ଟଙ୍କା ଓ କଫ୍ ସିରପ୍ ବୋତଲରେ ଲଗାଇବା ଏସକଫ କମ୍ପାନୀ ଷ୍ଟିକର ମଧ୍ୟ ଜବତ କରାଯାଇଥିଲା । ଅଭିଯୁକ୍ତ ମାନେ ହେଲେ କୋମନା ପାଇକପଡାର ସୁମିତ କୁମାର ବୈଠାରୁ(୩୦), କୃିଷ୍ଣା ଗ୍ରାମର ସଂଜୟ କୁମାର ଯୋଷୀ(୩୬), ଖରିଆରରୋଡ ୱାର୍ଡ ନଂ ୧ ର ରମେଶ ସାହୁ(୩୦), ୱାର୍ଡ ନଂ ୮ର ପ୍ରକାଶ କୁକରେଜା(୬୧) | ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଏସଆଇ ବିନୟ କେରକେଟା, ବି,ଆର ପୁହାଣ, କନେଷ୍ଟବଲ ବିରେନ୍ଦ୍ର କୁମାର ପଣ୍ଡା, ଚନ୍ଦ୍ରକାନ୍ତି ମାଝୀ, ରଶ୍ମିତା ନାୟକ, ହୋମଗାର୍ଡ ଶରତ ହଂସ ଓ ଉଗ୍ରେସନ ସାହୁ ସାମିଲ ଥିଲେ 

0
0
0
s2sdefault