ହେଡଲାଇନସ୍:

ଜିଲ୍ଲାପାଳଙ୍କ ନିର୍ଦେଶ ପରେ ତତ୍ପର ହେଲେ  ସ୍ୱାସ୍ଥ୍ୟ, ପୋଲିସ ଓ ଅବକାରୀ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଔଷଧ ଦୋକାନ ଉପରେ କଲେ  ମିଳିତ ଚଢଉ 

ରାୟଗଡ (ସରୋଜ ସାହୁ) ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷଣା ହୋଇଥିବା ଏବଂ ଅବୈଧ ଭାବେ ବିକ୍ରୀ ହେଉଥିବା ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡ ମେନ ରୋଡରେ ଥିବା ସାଇ ମଣିକାଣ୍ଟା ମେଡିକାଲ ଷ୍ଟୋର ଉପରେ ଚଢଉ କରାଯାଇଥିଲା । ଦୋକାନୀ ମାନେ କିଭଳି ଭାବେ ନିୟମ ଅନୁଯାୟୀ ନଥିପତ୍ରର ବିବରଣୀ ରଖୁଛନ୍ତି ଏବଂ ତା ସହ ବେଆଇନ ଘୋଷଣା ହୋଇଥିବା ମେଡିସନ ଗୁଡିକ ବିକ୍ରୀ କରୁଛନ୍ତି କି ନାହିଁ ସେ ନେଇ ଟିକିନିକି ଯାଂଚ କରାଯାଇଥିଲା । ବିଶେଷ କରି କଫ ସିରଫ ଏବଂ ଏଟିଂବାଇଟିକ ମେଡିସନ ଗୁଡିକ ଉପରେ ଯାଂଚ କରାଯାଇଥିଲା । ଏହି ଯାଂଚ ସମୟରେ ୩ଟି କଫ ସିରଫ ଏବଂ ୨ଟି ଏଟିଂବାଇଟିକ ମେଡିସନର ମାନ ନିର୍ଦ୍ଧାରଣ କରିବା ପାଇଁ ଲେବକୁ ପଠାଯାଇଥିବା ଡ୍ରଗ୍ସ ନିରୀକ୍ଷକ ରଶ୍ମିରଂଜନ ନାୟକ ପ୍ରକାଶ କରିଛନ୍ତି । ଯଦି ଲେବକୁ ପଠାଯାଇଥିବା ସାମ୍ପଲରେ କିଛି ଗଡବଡ ଦେଖାଯାଏ ତାହା ହେଲେ ମେଡିକାଲ ଷ୍ଟୋର ମାଲିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆଗକୁ ଏପରି ଅଚାନକ ଚଢଉ ଜାରୀ ରହିବ ବୋଲି ମଧ୍ୟ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆଜିର ଏହି ଚଢଉ ସମୟରେ ଅବକାରୀ ବିଭାଗର ସବ-ଇନିସପେକ୍ଟର ସୂର୍ଯ୍ୟନାରାୟଣ ରଥ, ଏଏସଆଇ କେ.ତିରୁପତି ପଟ୍ଟନାୟକ, କନେଷ୍ଟବଳ ରୀନା ବାରିକ,  ଉମେଶ କୁମାର ଦୋରାଙ୍କ ସହ ଭେଷଜ ବିଭାଗର ଅନ୍ୟ କର୍ମଚାରୀ ଚଢଉ ସମୟରେ ସହଯୋଗ କରିଥିଲେ । ଏହି ଚଢାଉ ଫଳର ରାୟଗଡରେ ଥିବା ସମସ୍ତ ଔଷଧ ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ହୋଇଯାଇଛି । ଜିଲ୍ଲାପାଳଙ୍କ ଏପରି ପଦକ୍ଷପକୁ ସାଧାରଣରେ ସ୍ୱାଗତ କାରାଯାଇଛି । 

0
0
0
s2sdefault