ହେଡଲାଇନସ୍:

ନିୟମଗିରିକୁ  ବେଦାନ୍ତ ହାତରେ ଟେକି ଦେବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୀରବତା ଭାଙ୍ଗିଲେ ମାଓବାଦୀ: କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରେ ତାଣ୍ଡବ ଲୀଳା   

ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରେ ପୁଣିଥରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବଲିଳା । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ପାରସାଲି ପଂଚାୟତ ଅନ୍ତର୍ଗତ ନାରୀଙ୍ଗତୋଲା ଗ୍ରାମ ଠାରୁ ଗୁମ୍ମା ଗ୍ରାମକୁ ଠିକ୍ ରାସ୍ତା ନଥିବାରୁ ସେଠାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ବାରମ୍ବାର ଦାବୀ କରିଆସୁଥିଲେ । ଏହି ଦାବୀକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିଲା । ଅଭିଯୋଗ ଅନୁଯାୟୀ ରାସ୍ତା କାମକୁ ବିରୋଧ କରି ଗତ କାଲି ମଧ୍ୟରାତି ପ୍ରାୟ ୧୨ ଘଣ୍ଟା ସମୟରେ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ମାଓବାଦୀ କ୍ୟାମ୍ପ ନିକଟରେ ପହଂଚି ପ୍ରଥମେ ୨ ଜଣ ଶ୍ରମୀକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରି ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ  ଏବଂ ସେଠାରେ ଥିବା ୪ ଗୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ସେଥିମଧ୍ୟରେ ଦୁଇଟି ଜେସିବି, ଗୋଟିଏ ରୋଲର ଓ ଗୋଟିଏ ମିକଶ୍ଚର ମେସିନ ଥିବା ଜଣାପଡିଛି । ନିୟମଗିରିକୁ ରାସ୍ତା ନିର୍ମାଣ କରି ବେଦାନ୍ତ କମ୍ପାନୀ ଖଣି ଉତ୍ତୋଳନ  କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏବଂ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲିଖିତ ଥିବା ତିନୋଟି ପୋଷ୍ଟର ଲଗାଇଥିବା ଜଣାପଡିଛି । ଏହି ଘଟଣା ପରେ ସେହି ଅଂଚଳରେ ବ୍ୟାପକ ଭାବେ କୁମ୍ବିଂ ଅପରେସନ କରାଯାଉଥିବା ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ ପ୍ରକାଶ କରିଛନ୍ତି ।     

      

0
0
0
s2sdefault