ହେଡଲାଇନସ୍:

ଗୋଆରେ ଓଡ଼ିଆ ନାବାଳିକାଙ୍କୁ ନିର୍ଯାତନା :  ଉଦ୍ଧାର କଲେ ଆଶା ଚାଇଲ୍ଡ ଲାଇନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ପଶ୍ଚିମ ଓଡିଶାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି I ହେଲେ ଏଥିରେ ଦାଦନ ଦଲାଲ ମାମଲା ହେଉଥିବା ବେଳେ ଦାଦନ ଶ୍ରମିକଙ୍କ ସୁଦୂର ରାଜ୍ୟମାନଙ୍କର ନିର୍ଯ୍ୟାତନା ବଢିବା ସହିତ ମ୍ରୁତ୍ୟୁ ସଂଖ୍ୟା କ୍ରମଶଃ ବଢି ଚାଲିଛି I ହେଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଜରାଙ୍ଗ ଗ୍ରାମର ଜନୈକ ନାବାଳିକା ଶ୍ରମିକ ଦଲାଲଙ୍କ ପ୍ରଲୋଭନରେ ପଡି ସୁଦୂର ଗୋଆକୁ କାମ କରିବାକୁ ଯାଇ ସେଠାକାର ଏକ ପରିବାର ଦ୍ୱାରା ନିର୍ଯ୍ୟାଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି I ଅଭିଯୋଗ ପରେ ଆଶା ଚାଇଲ୍ଡ ଲାଇନ ଚାରମାଳ,ରେଢାଖୋଲ ପକ୍ଷରୁ ଏକ ଦଳ ଯାଇ ଗୋଆରୁ ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି I 

ପରିବାର ଲୋକଙ୍କ କହିବା ତଥା ଉଦ୍ଧାରକାରୀଙ୍କ କହିବା ଅନୁଯାୟୀ ,ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଅନ୍ତର୍ଗତ ମହେନ୍ଦ୍ର ଭେଙ୍ଗରା ଙ୍କ ଝିଅ ଏକ କନ୍ୟାଶ୍ରମ ସ୍କୁଲ ରେ ୭ମ ଶ୍ରେଣୀ ରେ ପାଠ ପଢିବା ସହିତ ୨୦୧୯ ମସିହାରେ  ଗ୍ରୀଷ୍ମ ଅବକାସ ଛୁଟିରେ ତାଙ୍କ ମାଉସୀଘର ଚାରମାଳ ଥାନା ଅନ୍ତର୍ଗତ ଝାଙ୍କରପଡା ଗ୍ରାମ କୁ ଯାଇଥିଲେ I ନାବାଳିକାଙ୍କ ମାଉସୀ ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ସ୍ଥିତ RC ଚର୍ଚ୍ଚ ର ଫାଦର ପିଣ୍ଟୁଙ୍କ ସହିତ ପୂର୍ବରୁ ପରିଚିତ ଥିଲେ I ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାରୁ ଏହି ନାବାଳିକା ଙ୍କୁ ସୁଦୂର ଗୋଆରେ କାମ କରାଇ ନେବାକୁ ମାଉସୀ  ଓ ଫାଦର ପିଣ୍ଟୁଙ୍କ ମଧ୍ୟରେ କଥା ହେବା ପରେ ଉଭୟ ନାବାଳିକାଙ୍କ ପରିବାରରେ କଥା କରି ଗୋଆକୁ କାମ କରିବାକୁ ଫାଦର ପିଣ୍ଟୁ ପଠାଇଥିଲେ I ହେଲେ ନାବାଳିକା ଜଣକ  ଗୋଆ ସହରର ଜଲିଆ ଡି ସୋଜାଙ୍କ ଘରେ ଘରୋଇ  କାମରେ ନିୟୋଜିତ କରାଇଥିଲେ I ହେଲେ ନାବାଳିକା ଜଣକଙ୍କକହିବା ଅନୁଯାୟୀ  ଗୋଆର ଉକ୍ତ ପରିବାରେ ୩ମାସ ପର୍ଯ୍ୟନ୍ତ ଠିକ୍ ଠାକ ଚାଲିଥିଲା I ମାତ୍ର ୩ ମାସ ପରେ ଏହି ନାବାଳିକାଙ୍କ ଉପରେ ଗାଳି ଗୁଲଜ ଓ ମାଡ ମାରିବା ଭଳି ନିର୍ଯ୍ୟାତନା ହୋଇ ଆସିଲା I ଏପରିକି ନାବାଳିକା ଜଣକ ଖ୍ରୀଷ୍ଟ ଧର୍ମାବଲମ୍ବି ହୋଇଥିବାରୁ ସେ ବଡ ଦିନରେ ନିଜ ଘରକୁ ଆସିବାକୁ ଇଛାଥିବା ବେଳେ ତାଙ୍କୁ ଛଡ଼ାଯାଇନଥିଲା ଓ ନିସ୍ତୁକ ମାଡ ମରାଯାଇଥିଲା I ଫଳରେ ନାବାଳିକା ଜଣକ ଦିନକୁ ଦିନ ନିର୍ଯ୍ୟାତନା ର ଶିକାର ହେବା ସହିତ ଗୋଆର ଏକ ପଡୋଶୀ ଘର ମାଧ୍ୟ୍ୟମରେ  ନିଜ ମା ବାପା ପାଖକୁ ଘଟଣା ସଂପର୍କରେ ଖବର ଜଣାଇଥିଲେ I ଏହା ପରେ ନାବାଳିକା ବାପା ଗୋଆକୁ  କାମ ପାଇଁ 

 ପଠାଇଥିବା ଫାଦର ପିଣ୍ଟୁ କୁ ଫୋନରେ ଯୋଗାଯୋଗ କରିଥିଲେ | ଜେଲଏ  ସେ ଆଉ ଫୋନ ଉଠାଇ ନଥିଲେ I ଫଳରେ ନାବାଳିକାଙ୍କ ପରିବାର ରେଢାଖୋଲ ବ୍ଲକ ଚାରମାଳ ସ୍ଥିତ ଆଶା ଚାଇଲ୍ଡ ଲାଇନକୁ ଯୋଗାଯୋଗ କରି ଘଟଣା ସଂପର୍କରେ ଅଭିଯୋଗ କରି ତାଙ୍କ ନାବାଳିକା ଝିଅକୁ ଗୋଆରୁ ଉଦ୍ଧାର କରିବାକୁ ଗୁହାରି କରିଥିଲେ I ଆଶା ଚାଇଲ୍ଡ ଲାଇନ ସଂଯୋଜକ ସଂଜୟ କୁମାର ସାଗର ପ୍ରମୁଖ ଗୋଆର ଚାଇଲ୍ଡ ଲାଇନଙ୍କ ସହିତ ପୋଲିସକୁ ଯୋଗାଯୋଗ କରି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଇଛନ୍ତି I ଏପରିକି ପରିବାର ଲୋକେ ଶ୍ରମିକ ଦଲାଲଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି ଇ ଏ ସାମ୍ପଲାରେ ଫାଦର ପିଣ୍ଡୁଙ୍କ ମତାମତ ହାସଲ କରିବା ସମ୍ଭବ ହୋଇପାରିନାହିଁ |

0
0
0
s2sdefault