ହେଡଲାଇନସ୍:

ଅବାର ସିଂ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରା.ଉଦୟଗିରି ବ୍ଳକର ଅବାର ସିଂ ଗ୍ରାମ ପଞ୍ଚାୟତ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନୁପମ ସାହା  ଯୋଗଦେଇ ଜନ ସାଧାରଣଙ୍କ  ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।  ଏହି ଅବସରରେ  ମୋଟ ୧୦୩ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୫୯ ଗୋଟି ବ୍ୟକ୍ତିଗତ ଏବଂ ୪୪ ଗୋଟି ସାମୁହିକ ତଥା ଗ୍ରାମ୍ୟ ସ୍ତରର ଅଭିଯୋଗ ସବୁ ରହିଥିଲା । ଏହି କାର୍ଯ୍ୟକ୍ରମ ସ୍ଥଳରେ ମୋଟ ୧୧ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।

  ମୁଖ୍ୟତ ୫ ଗୋଟି ଆବେଦନ ଉପରେ ଜିଲ୍ଲାପାଳ ଶ୍ରୀ ସାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୬୫ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଜଣେ ରୋଗୀକୁ ୨୦୦୦ (ଦୁଇ ହଜାର ଟଙ୍କା) ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ରା.ଉଦୟଗିରି ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକ ଯୋଗଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।  ଆର୍.ଉଦୟଗିରି ଏସ୍.ଡି.ପି.ଓ ଅଶୋକ କୁମାର ମହାନ୍ତି , ବ୍ଲକ ଅଧ୍ୟକ୍ଷା ଅମିତା ମଣ୍ଡଳ , ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଓ ଅବାର ସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଜାନକୀ ଦେବୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ  ବୃନ୍ଦ ଉପସ୍ଥିତ ଥିଲେ ।

ରା.ଉଦୟଗିରି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ସୁପ୍ରଭା ମଣ୍ଡଳ ଉପସ୍ଥିତ ରହି ରୋଗୀଙ୍କୁ ଚେକ୍ ପ୍ରଦାନ କରିଥିଲେ। ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault