ହେଡଲାଇନସ୍:

ଲୋକଙ୍କୁ ଅନୁରୋଧ କଲେ ଏସପି : ଆମେ ସଚେତନ ହେଲେ ଦୁର୍ଘଟଣା କମିବ ଓ ଅନେକ  ନିରୀହ ଜୀବନ ବି ବଂଚିଯିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ପୋଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୁଲ୍ୟରେ ଚାଲିଥିବା ସପ୍ତାହ ବ୍ୟାପି ସଡକ ସୁରକ୍ଷା ସପ୍ତାହ ଉଦଯାପିତ  

ରାୟଗଡ (ସରୋଜ ସାହୁ):  ରାୟଗଡ ଜିଲ୍ଲାରେ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସପ୍ତାହ ଧରି ଚାଲିଥିବା ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଅଛି । ସ୍ଥାନୀୟ ରେଲବାଇ ପଡିଆ ଠାରେ ଥିବା ଅଭିନନ୍ଦନ ହଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  ଏବଂ ସଚେତତନା କାର୍ଯ୍ୟକ୍ରମ ମାଧ୍ୟମରେ  ଏହି ଉଦଯାପନୀ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ ସର୍ବଣା ବିବେକ ଏମ ଯୋଗଦେଇଥିଲେ । ସ୍ଥାନୀୟ ଜିସିଡି ହାଇସ୍କୁୁଲ ଠାରୁ ଜିସିଡି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତତନା ରାଲି ବାହାରି ବସଷ୍ଟାଣ୍ଡ, କୋରାପୁୁଟ ଛକ ଦେଇ ଅଭିନନ୍ଦନ ହଲ ଠାରେ ପହଂଚିଥିଲା ।  ମୁଖ୍ୟ ଅତିଥି ଡଃ ସର୍ବଣା ବିବେକ ଏମ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, ଖାଲି ଏକ ସପ୍ତାହ ନୁହେଁ ବରଂ ସବୁ ଦିନ ସଡକ ନିୟମକୁ ମାନି ଗାଡି ଚଳାଇବା ଉଚିତ  । ଏଥି ସହ ବିଶେଷ କରି ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ ଏବଂ ଚାରିଚକିଆ ଯାନ ଚଲାଇବା ସମୟରେ ସିଟ ବେଲ୍ଟ ବାନ୍ଧି ଗାଡି ଚଲାଇବା ପାଇଁ ଏସପି ପରାମର୍ଶ ଦେଇଥିଲେ । ଜନସାଧାରଣ ଏବଂ ଗାଡି ଚାଳକମାନଙ୍କ ସଚେତନତା ଆସିଲେ ହିଁ ଦୁର୍ଘଟଣାକୁ କମ କରାଯାଇପାରିବ ବୋଲି ମଧ୍ୟ ଏସ.ପି ଶ୍ରୀ ବିବେକ ମତ ପ୍ରକାଶ କରିଥିଲେ । ୨୦୧୯ ମସିହାରେ ରାୟଗଡ ଜିଲ୍ଲାରେ ୪୧ ଗୋଟି ମଟର ସାଇକଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ସେଥିମଧ୍ୟରୁ ୩୫ ଜଣକ ମୃତ୍ୟୁ ହୋଇଥିଲା | ସେହିପରି ୨୪୬ଟି ଚାରିଚକିଆ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ୧୧୮ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା  । ଏଥି ସହ ଦୁର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତିଙ୍କୁ ବିନା ଭୟରେ ସ୍ଥାନୀୟ ଡାକ୍ତରାଖାନାରେ ଭର୍ତି କରିବା ପାଇଁ ଏସ.ପି ଡଃ ସର୍ବଣା ବିବେକ ଏମ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନିବେଦନ କରିଥିଲେ । ୨୦୧୯ ମସିହାରେ ୩୬ ଜଣ ପୋଲିସ କର୍ମଚାରୀ ଏବଂ ନଜସାଧାଣଙ୍କୁ ଦୁର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରିଥିବା ଜୀବନରକ୍ଷାକାରୀଙ୍କୁ  ଏସ.ପି ନଗଦ ୨ ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ସ୍କୁଲ ସ୍ତରୀୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲ । ରାୟଗଡର ଶିବା ଡେନ୍ସ ଗ୍ରୁପ  ଦ୍ୱାରା  ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ, ଡିଏସପି ସିବୁନ ନାୟକ, ଏସଡିପିଓ ତପନ ନାରାୟଣ ରଥ, ଆଇଆଇସି ନିହାର ରଂଜନ ପ୍ରଧାନ, ରାୟଗଡା ଜିଲ୍ଲା ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ପଣ୍ଡା, ଉପଦେଷ୍ଟା ନରସିଂହ ନାଥ ପାଢୀ, ସତ୍ୟବାଦୀ ପତି, ଲାଲବିହାରୀ ଲେଙ୍କା, ଡାଲି ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।   

0
0
0
s2sdefault