ହେଡଲାଇନସ୍:

ମାନୁଛ ନିଅ ଚକୋଲେଟ, ନମାନୁଛ ଧର ଅଅଁଳା ଆଉ କଲରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କାହା ମୁହଁମିଠା କରାଇଲେ ତ  କାହା ମୁହଁ  ପିତା କରାଇଲେ ଏସପି ସାରା ଶର୍ମା 

ଗଜପତିରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ : ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇଲେ ଏସପି 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ  ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଡକ ସୁରକ୍ଷା ଉପରେ ବୁଝାଇ ସଚେତନ କରାଇବା ସହ  କମ୍ ଦରରେ  ବାଇକ ଚାଳକ ମାନଙ୍କୁ ହେଲମେଟ ଯୋଗାଇ ଦିଆଯାଇଥିଲା । ଏତଦ୍ ବ୍ୟତୀତ ଅଭିନବ ଉପାୟରେ ଲୋକଙ୍କ ସମେତ ବାଇକ ଓ ଗାଡି ଚାଳକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା ।

   ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ  ଏସପି ସାରା ଶର୍ମା  ବାଇକ ଓ ଯାନବାହାନ ଚାଳକ ମାନଙ୍କୁ ସଡକ ସୁରକ୍ଷା ନୀତିନିୟମର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ଏଥି ସହିତ ସେମାନଙ୍କୁ  ସଡକ ସୁରକ୍ଷା ଉପରେ ଲେଖାଥିବା ଷ୍ଟିକର " ମୁଁ ମାନୁଛି , ଆପଣ ବି ମାନନ୍ତୁ" ବଣ୍ଟନ କରିବା ସହ ବିଭିନ୍ନ ଯାତାୟାତ କରୁଥିବା ଗାଡି ମାନଙ୍କରେ ଲଗାଇଥିଲେ । ବାଇକରେ ଯିବା ଚାଳକ ହେଲମେଟ ପିନ୍ଧି ଥିଲେ ଏବଂ ଚାରି ଚକିଆ ଗାଡ଼ିରେ ଯିବା ଚାଳକ ସିଟ ବେଲ୍ଟ ବାନ୍ଧିଥିଲେ  ତାଙ୍କୁ ଚକଲେଟ ଦେଇ ସ୍ୱାଗତ ଶୁଭେଚ୍ଛା ଜଣାଉଥିଲେ  ଏବଂ ଯେଉଁ ମାନେ ଏହା କରି ନ ଥିଲେ ସେମାନଙ୍କୁ କଲରା ଓ ଅଁଳା ଦେଇ ସଚେତନ କରାଇଥିଲେ ।

   ଏ ସମ୍ପର୍କରେ ଏସପି  ସାରା ଶର୍ମା ସାମ୍ବାଦିକ ମାନଙ୍କୁ ଆଧିକ ସୂଚନା ଦେଇ କହିଛନ୍ତି ଯେ ,  ସଡକ ସପ୍ତାହ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଲୋକଙ୍କ ସମେତ ବାଇକ ଓ ଗାଡି ଚାଳକ ମାନଙ୍କୁ ସଡକ ସୁରକ୍ଷା ନିୟମର ବିଭିନ୍ନ ଦିଗ ଉପରେ ସଚେତନ କରାଯାଉଛି । ଯେଉଁ ମାନେ ସଡକ ସୁରକ୍ଷା ନିୟମ ମାନି ବାଇକରେ ହେଲମେଟ ପିନ୍ଧି ଏବଂ ଗାଡିରେ ସିଟବେଲ୍ଟ ବାନ୍ଧି ଚଳାଉଛନ୍ତି , ସେମାନଙ୍କୁ  ସ୍ୱାଗତ କରାଯାଇ ଚକଲେଟ ବଣ୍ଟନ କରାଯାଇଥିଲା ଏବଂ ଯେଉଁ ବାଇକ ଚାଳକ ହେଲମେଟ ପିନ୍ଧି ନଥିଲା କି ଗାଡି ଚାଳକ ସିଟ ବେଲ୍ଟ ବାନ୍ଧି ନ ଥିଲେ , ସେମାନଙ୍କୁ  କଲରା ଓ ଅଁଳା ଦିଆଯାଇଥିଲା । 

 ଏସମ୍ପର୍କରେ  ଏସପି ଶର୍ମା କହିଥିଲେ , ଯେ କଲରା ଓ ଅଁଳା ଦେବାର ମୁଖ୍ୟ ସିମ୍ବଲିକ ହେଉଛି ଯେ ,  ଭଲ କାମ କଲେ ଯେଭଳି ଜଣକୁ କଙ୍ଗ୍ରାଚୁଲେଟ କରି ମୁହଁ ମିଠା କରାଯାଏ ଏବଂ  ଯେଉଁ ମାନେ ନିୟମ ନ ମାନି ବାଇକ କି ଗାଡି ଚଳାଉଛନ୍ତି ସେମାନଙ୍କୁ କଲରା ଓ ଅଁଳା ଦିଆଯାଇ ସେମାନଙ୍କ ମୁଁହକୁ ପିତା କରାଯାଉଥିଲା , ଯାହାକି ସେମାନେ ଏହି ସଡକ ସୁରକ୍ଷା ନିୟମ  ଉପରେ ସମ୍ପୂର୍ଣ୍ଣ ସଚେତନ ହୋଇପାରିବେ । ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ରିହାତି ଦରରେ ଭଲ ମାନର ହେଲମେଟ ଯୋଗାଇ ଦିଆ ଯାଇଥିଲା । 

   ତେଣୁ  ସମସ୍ତେ ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧନ୍ତୁ , ଗାଡି ଚାଳକ ମାନେ ଗାଡି ଚଳାଇବା ବେଳେ ସିଟ ବେଲ୍ଟ ବାନ୍ଧନ୍ତୁ , ଓଭର ଲୋଡିଙ୍ଗ କରନ୍ତୁ ନାହିଁ , ସଡକ ରେ ଯିବା ନିୟମ ମାନନ୍ତୁ , ଦ୍ରୁତ ଗତିରେ ବାଇକ କି ଗାଡି ଚଳାନ୍ତୁ ନାହିଁ, ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ଅନ୍ୟର ଜୀବନକୁ ରକ୍ଷଣା କରିବାରେ ସହାୟକ ହୁଅନ୍ତୁ ବୋଲି କହି ସଚେତନ କରାଇଥିଲେ ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ତଥା ଉପ-ଜିଲ୍ଲାପାଳ  ରଜନୀ କାନ୍ତ ସ୍ବାଇଁ ,  ଡିଏସପି ପ୍ରକାଶ ଚନ୍ଦ୍ର ଜେନା , ଯାନବାହନ ନିରକ୍ଷୀକ ବସନ୍ତ କୁମାର ମହାପାତ୍ର , ଆଇଆଇସି ବିବେକା ନନ୍ଦ  ସ୍ବାଇଁ ପ୍ରମୁଖ ଉପସ୍ଥିତ  ଥିଲେ ।

0
0
0
s2sdefault