ହେଡଲାଇନସ୍:

ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା :  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସଂପୂର୍ଣ୍ଣ ଉଚ୍ଛେଦ ହୋଇଛି ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ଦେୟ  ଓ ବାର୍ଷିକ ଦେୟ   

  • ୧ ବର୍ଷରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି ପଞ୍ଜିକୃତ ଶ୍ରମିକଙ୍କ ନବୀକରଣର ଅବଧି

  • ପଞ୍ଜୀକୃତ ଅଣସଂଗଠିତ ଶ୍ରମିକମାନଙ୍କ ଶିକ୍ଷା ନିମନ୍ତେ ଶିକ୍ଷା ସହାୟତା ଓ ମେଧାବୀ ପିଲାଙ୍କୁ ଛାତ୍ରବୃତ୍ତି ପ୍ରସ୍ତାବ ବିଚାରାଧୀନ 

  • ଘରୋଇ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ କଥା ଚିନ୍ତା କରୁଛନ୍ତି ସରକାର 

ଭୁବନେଶ୍ୱର, (ଶାସକ ପ୍ରଶାସକ) :ଅଣସଂଗଠିତ ଶ୍ରମିକମାନଙ୍କ ତ୍ୟାଗ, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ବୋଲି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ପଞ୍ଚମ ବୈଠକରେ ଶ୍ରମ,କର୍ମଚାରୀ ରାଜ୍ୟବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି  ଭାବେ ଯୋଗଦାନ କରି କହିଲେ ଯେ, 

ଏହି ପରିପ୍ରେକ୍ଷୀରେ ନିକଟରେ ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା ନିୟମାବଳୀକୁ ସଂଶୋଧନ କରାଯାଇ ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ଦେୟ ୩୦ ଟଙ୍କା ଓ ବାର୍ଷିକ ଦେୟ ୫୦ ଟଙ୍କାକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି ଏବଂ ପଞ୍ଜିକୃତ ଶ୍ରମିକଙ୍କ ନବୀକରଣର ଅବଧିକୁ ୧ ବର୍ଷରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ, ବୋଡର଼୍ ତରଫରୁ ଅନ ଲାଇନ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀ ପଞ୍ଜୀକରଣ ଓ ସହାୟତା ପ୍ରଦାନ ସହିତ ବୋର୍ଡର ସମସ୍ତ କାର୍ଯ୍ୟାବଳୀ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହାର ନିଜ ୱେବ ସାଇଟ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ।

ଏହାବ୍ୟତୀତ,ବୋର୍ଡ ତରଫରୁ କିଛି ନୂତନ ସାମାଜିକ ସୁରକ୍ଷା ଯୋଜନା ଯଥା- ପଞ୍ଜୀକୃତ ଅଣସଂଗଠିତ ଶ୍ରମିକମାନଙ୍କ ପିଲାମାନଙ୍କୁ ସାଧାରଣ ତଥା ବୈଷୟିକ ଶିକ୍ଷା ନିମନ୍ତେ ଶିକ୍ଷା ସହାୟତା ଏବଂ ମେଧାବୀ ପିଲାମାନଙ୍କୁ ଛାତ୍ରବୃତ୍ତି ସହାୟତା ସହିତ ଘରୋଇ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ ବାବଦରେ ଆଲୋଚନା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛିା ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯିବ ଏବଂ ଏହିସବୁ ଯୋଜନା ଅଣସଂଗଠିତ ଶ୍ରମିକ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ର ସିଂହ ମତବ୍ୟକ୍ତ କରିଥିଲେ | 

ଏହି ବୈଠକରେ ରାଜ୍ୟ ଶ୍ରମ କମିଶନର ଡ. ଏନ୍. ଥିରୁମାଲା ନାୟକ, ବିଧାୟକ ରାଜନଗର ଶ୍ରୀ ଧ୍ରୁବଚରଣ ସାହୁ, ଡେପୁଟି କମିଶନର ଶ୍ରୀ ଅଜୟ କୁମାର ପଟ୍ଟନାୟକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଧାକରଣ ବୁର୍ଗୀ, ଉପ ଶାସନ ସଚିବ ଶ୍ରୀ ଜ୍ୟୋତିର୍ମୟ ନାୟକଙ୍କ ସମେତ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ସଦସ୍ୟ ଥିବା କର୍ମକର୍ତ୍ତା ସର୍ବଶ୍ରୀ ଯୋଗେନ୍ଦ୍ର ନାଥ ତି୍ରପାଠୀ, ସୌରୀବନ୍ଧୁ କର, ବିଷ୍ଣୁଚରଣ ମହାନ୍ତି, କିଶୋର ଜେନା, ମହେନ୍ଦ୍ର ପରିଡ଼ା, ମୋହନ ନାୟକ ପ୍ରମୁଖ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ | 

 

0
0
0
s2sdefault