ହେଡଲାଇନସ୍:

ଗଡ଼ିଲା "ସମ୍ପର୍କ ରଥ" : ୧୦ ଦିନ ଧରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ବ୍ୟାପି କରାଇବ ସଚେତନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିିିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ  ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ବ୍ୟାପି   ଜନ ସଚେତନତା ପାଇଁ ବାହାରିଥିବା  "ସମ୍ପର୍କ ରଥ" ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର    ଟି. ଆଓ ଏବଂ ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ ମିଳିତ ଭାବେ ଉଭୟେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । ଏହି ଅବସରରେ  ଜିଲ୍ଲାପାଳ ଅନୁପମ ସାହା  ସାମ୍ବାଦିକ ମାନଙ୍କୁ "ସମ୍ପର୍କ ରଥ' ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ ,  ଏହି ସମ୍ପର୍କ ରଥ ଏସ୍ ସି-ଏସ୍ ଟି ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟତଃ ଭାବେ ସରକାରଙ୍କ ୫-ଟି(ଫାଇଭ-ଟି)ରେ ଯେଉଁ ସବୁ କାର୍ଯ୍ୟକ୍ଷେତ୍ର ସବୁ ରହିଛି , ସେ ସବୁ ସମ୍ପର୍କରେ ଜିଲ୍ଲାବାସୀଙ୍କ ଠାରେ କିଭଳି ପହଞ୍ଚା ଯାଇପାରିବ , ସେଥିପାଇଁ ଏହି ସମ୍ପର୍କ ରଥ ଗୁଡିକର ଶୁଭାରମ୍ଭ  କରାଯାଇଛି ।  ଏହି ସମ୍ପର୍କ ରଥ ଗୁଡାକ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳ ଯାଇ  ସରକାରଙ୍କ ୫-ଟିରେ ରହିଥିବା କାର୍ଯ୍ୟକ୍ଷେତ୍ର ଗୁଡିକ ଉପରେ ପ୍ରଚାର କରିବା ସହ ଲୋକଙ୍କୁ  ଆଜି ଠାରୁ ଆରମ୍ଭ କରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଅବଗତ କରାଇ ସଚେତନ କରାଇବେ । ଭୌଗୋଳିକ ସ୍ଥିତି ପ୍ରକାରେ ସମ୍ପର୍କ ରଥ ଗୁଡିକୁ ବିଭକ୍ତ କରାଯାଇ  ସେହି ପ୍ରକାରେ ପ୍ରଚାର ପ୍ରସାର ପାଇଁ ପଠାଯିବ। 

ସରକାରଙ୍କ ୫-ଟି ଯେଉଁ ଚାଲିଛି , ଏସଟି-ଏସସି ଉନ୍ନୟନ ବିଭାଗ ମାଧ୍ୟମରେ ଏବଂ ଏସଡିସି ଓ ମଙ୍ଗଳ ବିଭାଗ ପକ୍ଷରୁ ଟ୍ରାଇବାଲ ହଷ୍ଟେଲ ସବୁ ଚାଲିଛି  , ତାହା ବ୍ୟତୀତ ଏସଡିସି ପକ୍ଷରୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ସବୁ କରାଯାଇଛି , ଯେମିତି ପୂଜାସ୍ଥଳୀ ମାନଙ୍କର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ , ତା ସହିତ ଆମର ଯାହାବି ସିଭିଲ କନଷ୍ଟ୍ରକସନ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ସବୁ ବିଭିନ୍ନ  ଯୋଜନା ମାଧ୍ୟମରେ ହେଉଛି ,  ସେ ସବୁ ଗୁଡାକ ଉପରେ ସମସ୍ତ ଜନ ସାଧାରଣ କିଭଳି ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ସହ ସଚେତନ ହେବେ ଏବଂ ହଷ୍ଟେଲରେ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ ସ୍କଲରସିପ ଏବଂ ଅନ୍ୟାନ୍ୟ ସମସ୍ତ ବିଷୟ ସମ୍ପର୍କରେ ସଚେତନ କରାଯିବ ।  ସେ ସବୁ ସମ୍ପର୍କରେ ଜିଲ୍ଲାବାସୀ କିଭଳି  ଜାଣିପାରିବେ ଏବଂ ଲୋକେ ବିଶେଷ ଭାବେ ଏଥିପ୍ରତି ଉପକୃତ ହୋଇ ପାରିବେ , ସେ ଦିଗରେ  ଏ ସବୁର ସମସ୍ତ ପଦକ୍ଷେପ ନିଆ ଯାଉଛି ବୋଲି କହିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗୁଣୁପୁର ଉପ-ଜିଲ୍ଲାପାଳ ବିଏସ . ବଳିରାମ,  ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଭଞ୍ଜଦେଓ , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ,  ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ  ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault