ହେଡଲାଇନସ୍:

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ କାଶୀନଗର ବ୍ଲକ ଅନ୍ତର୍ଗତ କେ . ସୀତାପୁର ଠାରେ ପାଳିତ ହୋଇଯାଇଛି ।  ଏକ ସ୍ୱଚ୍ଛ , ସଂକଳ୍ପ ବଦ୍ଧ ଓ ସମର୍ପିତ ମନ ହିଁ ଜଣେ ସାଧାରଣ ମଣିଷକୁ ସ୍ବେଚ୍ଛାସେବୀ ଭାବେ ଗଢି ତୋଳିଥାଏ । ମହାତ୍ମାଗାନ୍ଧୀଙ୍କ ବିଚାରଧାରାରେ ସର୍ବଦା ସ୍ୱେଚ୍ଛାସେବୀର ସ୍ଥାନ ସ୍ବତନ୍ତ୍ର । ଗାନ୍ଧୀବାଦ ଓ ସ୍ୱେଚ୍ଛାସେବୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେଣୁ ମହାତ୍ମାଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ଏହି ଶୋଭାଯାତ୍ରାଟି ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଝାନ୍ସିରାଣୀ ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା । ଏହା ବ୍ୟତୀତ ୟୁଥ୍ କ୍ଲବର ଆବଶ୍ୟକତା ତଥା ରକ୍ତଦାନ , ସ୍ବେଚ୍ଛାସେବୀଙ୍କ କର୍ତ୍ତବ୍ୟ , ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାଥମିକ ଉପଚାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।  ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ କେ . ଶିବାଜୀ , ଅକ୍ଷୟ କୁମାର ଏବଂ କେନ୍ଦ୍ରର ସଭାପତି ପ୍ରିୟଙ୍କା ବଡଘର ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault