ହେଡଲାଇନସ୍:

ଗଂଜେଇ ମାଫିଆଙ୍କୁ ଧରିବାକୁ ଯାଇ ଥାନାଧିକାରୀ ଗୁରୁତର ଆହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭାରସାମ୍ୟ ହରାଇ ପୋଲ ପାଖରେ ପାଲଟିଲା ଗାଡି, ହେଲେ ଜବତ ହେଲା ଗଂଜେଇ 

ଘୁ.ଉଦୟଗିରି/Gagan Pradhan  : ଗଂଜେଇ ମାଫିଆଙ୍କୁ କାବୁ କରିବାକୁ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଲେ ରାଇକିଆ ଥାନାର ଥାନାଧିକାରୀଙ୍କ ଗାଡ଼ି I ହେଲେ ଅଳ୍ପକେ ମୃତ୍ୟୁ ମୁଖର ରକ୍ଷା ପାଇଛନ୍ତି ରାଇକିଆ ଥାନାଧିକାରୀ I ବାଲିଗୁଡା ପଟୁ ଆସୁଥିବା ଏକ ଇଣ୍ଡିଗୋ କର  (OD02J9816) ଦ୍ରୁତ ଗତିରେ ରାଇକିଆ ଅତିକ୍ରମ କରୁଥିବା ବେଳେ କୌଣସି ସୂତ୍ରରୁ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଖବର ପାଇ ଥିଲେ I ସେହି କାରକୁ ଗୋଡେଇ ଧରିବା ପାଇଁ ଚେଷ୍ଟା କରିବା ବେଳେ ବୁଡାମହା ନିକଟରେ ଏକ ଶଙ୍ଖ ତଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିଲା ଥାନାଧୀକାରିଙ୍କ ଗାଡ଼ି I ଆଇଆଇସି ରାଇକିଆ ବହୁତ ଆଘାତ ହୋଇଥିବାବେଳେ ତାଙ୍କୁ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିଲା I ଏହି ଦୁର୍ଘଟଣାରେ  ଥାନାଧିକାରୀଙ୍କ ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ରାଇକିଆ ଆଇଆଇସିଙ୍କ ହାତ ଭାଙ୍ଗିଥିବା ବେଶେଷ ସୂତ୍ରରୁ ଜଣା ପଡିଛି । ଗଞ୍ଜେଇ ଗାଡିଟି ଧରିବା ପାଇଁ ହୁଏତ ସକ୍ଷମ ହୋଇଛି ରାଇକିଆ ପୁଲିସ I ହେଲେ ଖସି ପଳେଇ ଛନ୍ତି ଗଂଜେଇ ମାଫିଆ |

ପୁଲିସ ଦାଉରୁ ରକ୍ଷା ପାଇବା ପାଇଁ କାରକୁ ବୁଡ଼ାମାହା ଗ୍ରାମ ଭିତରକୁ ପୁରେଇ ଦେଇ ଲୁଚିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେବା ଦ୍ୱାରା ସେହି ଗାଡି ଛାଡି ଫେରାର ହୋଇଛନ୍ତି  ଗଞ୍ଜେଇ ମାଫିଆ । ଖବର ସଂଗେ ସଂଗେ ଟିକାବାଲି ଥାନା ଓ ସାରଂଗଡ଼ ଥାନା ଅଧିକାରୀଙ୍କୁ ଦିଆଯାଇଥିଲା ଖବର ପାଇବା ପରେ ଉଭୟ ଥାନାଧିକାରୀ ମିଳିତ ଉଦ୍ୟମରେ ସେ ଗଞ୍ଜେଇ ଭିର୍ତ୍ତି କାର ଜବତ କରିଛନ୍ତି । କାର ଭିତରୁ ବହୁ ମାତ୍ରାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇକୁ ପୁରା ସିଲ କରି ସେଲଟପ ମାଧ୍ୟମରେ ବାନ୍ଧି ନେଉଥିବା ଦେଖିବାକୁ ମିଳିଛି । ଆମେ ଟିକାବାଲି ଆଇଆଇସି ଓ ସାରଂଗଡ଼ ଆଇଆଇସିଙ୍କୁ ଅପରେସନ ବିଷୟରେ ପଚାରି ବୁଝିଥିଲୁ I ଖବର ପାଇବା ପରେ ସାରଙ୍ଗଗଡ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ, ହେଲେ କେତେ ପରିମାଣରେ ଗଂଜେଇ ଥିଲା ଏବଂ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ନାହାନ୍ତି |

0
0
0
s2sdefault