ପଦ୍ମପୁର ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ପାଳିତ
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ସହରର ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସ୍କୁଲର ସଭାପତି ସଂଯୁକ୍ତା ମିଶ୍ର ସଭାପତିତ୍ବ କରିଥିବା ବେଳେ ସ୍କୁଲ ଅଧ୍ୟକ୍ଷା ଅପାଲି ଅପରାଜିତା ଦାସ ବାର୍ଷିକ ବିବରଣୀ ଉପସ୍ଥାପନା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ପଞ୍ଚମ ଶ୍ରେଣୀର ସିଦ୍ଧିପ୍ରଜ୍ଞା ହୋତା ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟଅତିଥି ଭାବରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗୋମାଙ୍ଗୋ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସେ ନିଜେ ପାରଂପରିକ ବାଦ୍ୟଯନ୍ତ୍ରରେ ଉତ୍ସବକୁ ନୁଆଁରଙ୍ଗରେ ସଜାଇ ଦେଇ ଥିଲେ। ସଙ୍ଗୀତ ତାଳେ ତାଳେ ନିଜର ପାରଂପରିକ କଳା ମାଧ୍ୟମରେ କାର୍ଯ୍ୟକ୍ରମକୁ ଆଗେଇ ନେଇ ଥିଲେ। ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ଭିନ୍ନ ଚିତ୍ତାକର୍ଷକ ନୃତ୍ୟ, ଇଂରାଜୀ ଭାଷାରେ ନାଟକ ଓ କଳା ପ୍ରଦର୍ଶନ, ମହିଳା ସଶକ୍ତିକରଣ ବିଷୟରେ ବକୃତା ଆଦି ପରିବେଷଣ କରିଥିଲେ ।
ଏହି ଉତ୍ସବରେ ସ୍କୁଲ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀମାନେ ଅକୁଣ୍ଠ ସହଯୋଗ କରିଥିଲେ। ପରିଶେଷରେ ସହକାରୀ ଶିକ୍ଷକ ରୋଷବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।








