ହେଡଲାଇନସ୍:

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ   : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଆସନ୍ତା କାଲି କଂଗ୍ରେସ ଓ କମୁ୍ୟନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି | ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନ ମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ କରିସାରିଲାଣି । କାରଣ ସେମାନେ ବୁଝିସାରିଲେଣି ଯେ ଏହି ନାଗରିକ ସଂଶୋଧନ ଆଇନରେ ସେମାନଙ୍କର କିଛି କ୍ଷତି ହେବ ନାହିଁ । ହେଲେ ବାମପନ୍ଥୀ, କଂଗ୍ରେସ ଓ ଅନ୍ୟ କେତେକ ଦଳ ସାଧାରଣ ଲୋକଙ୍କ ମନରେ ମିଛ ଗୁଜବ ପ୍ରଚାର କରି ହିଂସା କରିବା ପାଇଁ ଉସୁକାଉଥିଲେ । ହେଲେ ଦେଶର ନାଗରିକ ମାନେ ସେମାନଙ୍କର ଏହି ମିଛ ଗୁଜବକୁ ବୁଝିସାରିଲାପରେ ଏବେ ସେମାନେ ଦେଶରେ ବନ୍ଦପାଳନ କରିବା ପାଇଁ ଡାକରା ଦେଇଛନ୍ତି । ଦେଶର ଜନତା ଏମାନଙ୍କର ଏହି ବନ୍ଦ ପାଳନକୁ ସମର୍ଥନ କରିବେ ନାହିଁ । କଂଗ୍ରେସ ଓ କମ୍ୟୁନିଷ୍ଟ ମାନେ ସବୁବେଳେ ବନ୍ଦ ପାଳନ ନାଁରେ ହିଂସାକାଣ୍ଡ କରନ୍ତି । ସାରା ଦେଶରେ ଓ ଓଡିଶାରେ ଅନେକ ଥର ଏପରି ହୋଇଛି । କଂଗ୍ରେସ ଓ କମ୍ୟୁନିଷ୍ଟର ଏହି ବନ୍ଦ ପାଳନ କେବଳ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଧିଷ୍ଟ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମିର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶା ପୋଲିସ ଆଗୁଆ ପଦକ୍ଷେପ ନେଇ କିପରି ଏହି ଦୁଇ ଦଳର ଗୁଣ୍ଡାମାନେ କାଲି ହିଂସା ପୋଡାଜଳା ନକରିବେ ସେଥିପ୍ରତି ସଜାଗ ରୁହନ୍ତୁ । ସାଧାରଣ ଲୋକମାନେ କେମିତି ଏମାନଙ୍କର ଗୁଣ୍ଡାରାଜରେ ପ୍ରଭାବିତ ହେବେନାହିଁ ସେଥିପାଇଁ ଧ୍ୟାନ ଦିଅନ୍ତୁ । କଂଗ୍ରେସ ଓ ବାମପନ୍ଥୀମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି । ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ରାଷ୍ଟ୍ରହିତରେ ଅନେକ ଦକ୍ଷେ ନେଇଛନ୍ତି । ଧାରା ୩୭୦ର ଉଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ଦକ୍ଷେ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି । ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି । କେବଳ ନିଜର ପରିଚୟ ବଂଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault