ହେଡଲାଇନସ୍:

ପୁରା ସିଷ୍ଟମ ନିଶାରେ ନା କଣ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ୮ ତାରିଖରେ ବନ୍ଦ ଡାକରା ଦିଆ ଯାଇଛି | ସରକାର ସବୁକୁ ନଜରରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ନ ଘଟେ, ତେଣୁ ସତର୍କତା ମୂଳକ  ପଦକ୍ଷେପ ଭାବେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରି | ଅତି ଉତ୍ତମ ନିଷ୍ପତ୍ତି | ସରକାରଙ୍କ ଗୋଟେ ଚିନ୍ତା ଅଛି ପିଲାଙ୍କ ନିରାପତ୍ତା ପାଇଁ ଏହା ପ୍ରମାଣିତ ହେଲା | ଆଉ ସେହି ଆଧାରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପୃଥକ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କଲେ | ଉଚ୍ଚ ଶିକ୍ଷା ବିଭାଗ ଚିଠିରେ ଟିକେ ଗୁରୁ ଚାଣ୍ଡାଳ ଦୋଷ ରହିଗଲା | ସେତ ଗୋଟେ ମାଇନର ମିଷ୍ଟେକ, ହେଲେ ମେଜର ଏମ୍ବାରାସମେଣ୍ଟ | ଅବଶ୍ୟ ଜଣାପଡିବା  ପରେ ସାଙ୍ଗେ ସଂଗେ ଖେଳ ବୁଲିଗଲା | ହେଲେ ଘଟି ଯାଇଥିବା ଘଟଣାରୁ ଯାହା ଲାଗିଲା ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କ ଏବେ ବି ହାଙ୍ଗ ଓଭର ଯାଇନି ପୁରୁଣା ବର୍ଷର | ଆସନ୍ତାକାଲି ୦୮-୦୧-୨୦ | ହେଲେ ବିଜ୍ଞପ୍ତିରେ  ବାହାରିଲା ଯେ  ବନ୍ଦ ଡାକରାକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ୦୮-୦୧-୧୯କୁ   ଛୁଟି ଘୋଷଣା କରାଯାଇଛି | ଇଏ ଗୋଟେ ଜାଗାରେ ନୁହେ, ଚିଠି ନମ୍ବର ଯେଉଁଠି ପଡ଼ିଛି ସେଠି ବି ତାରିଖ ଆଜିର ପଡିଛି ୦୭-୦୧-19 | ଆହୁରି ମଜାର କଥା ହେଉଛି ୟା;ଏ ଯେଉଁ ଅତିରିକ୍ତ ସଚିବ ଦସ୍ତଖତ କରିଛନ୍ତି ସେ ବି ସନ୍ତକ କରିଛନ୍ତି ଆଜି ତାରିଖ  ଲେଖିଛନ୍ତି ୦୭ -୦୧-୧୯ | ଜଣେ କିଏ ଭୁଲ କରିଦେଲା , ଦେଖିବା ଲୋକବି ଦେଖିନି ! ଦସ୍ତଖତ କରିବା ଲୋକ ବି କେମିତି ଦେଖି ପାରିଲେନି | ସୋସିଆଲ ମିଡ଼ିଆ ରୁ ହସ୍ତଗତ ଏହି ଚଠି ଯଦି ସତ୍ୟ ତେବେ  ଏ ବାଉଳି ଚାଉଳି  କାହିଁକି କେଜାଣି | ପୁରୁଣା ବର୍ଷର ହଙ୍ଗଓଭର ଯାଇନି ନା ଆଉ କିଛି ହାଙ୍ଗ ଓଭର  ଜଳ ସ୍ଥଳ ଅବା ଆକାଶ ବାହିନୀର | 

0
0
0
s2sdefault