ହେଡଲାଇନସ୍:

ପାତାଳୀ ଶ୍ରୀକ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ  ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଠାରେ ଥିବା ପାତାଳୀ କ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ସିନ୍ଦ୍ରିଆବାହାଲ ଏମ୍ଇ ସ୍କୁଲ ପୁରାତନ ଛାତ୍ର ରିଲୁ ପୁରୋହିତ, କାଳିଆ ବେହେରା, କିଶୋର ବଘାର, ସଂଜୀବ ଭୋଇ, ଧନେଶ୍ଵର ଡାଙ୍ଗ, ଟୁନା ପଧାନ ଓ ସାମ୍ବାଦିକ କୁଶ ବଘାର ପ୍ରମୁଖ ସାମିଲ ହୋଇଥିଲେ । ପାତାଳୀ କ୍ଷେତ୍ରର ପରିସରରେ ଥିବା ସମସ୍ତ ମଇଲା ଆବର୍ଜନା ସଫା କରାଯାଇଥିଲା । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନିଶା ସେବନ ନ କରିବାକୁ ସଚେତନତା କରିଥିଲେ । ଏଠାରେ ଥିବା ଦୋକାନୀମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । ଏଭଲି ସଚେତନତା କାର୍ଯ୍ୟକ୍ରମକୁ ଅଞ୍ଚଳରେ ବାସୀ ସ୍ଵାଗତ କରିବା ସହ ଆଗକୁ ଏହି ଜାରିରହିବ ବୋଲି ମତପ୍ରକାଶ କରିଥିଲେ ।

0
0
0
s2sdefault