ହେଡଲାଇନସ୍:

ପୋଲିସ ଡାଳେ ଡାଳେ ଗଲେ ନିଶା ବେପାରୀ ପତରେ ପତରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କମିଛି, ହେଲେ ଥମିନି କଫ ସିରପ ନିଶା ଚୋରା ବେପାର 

 ୧୬୦ ବୋତଲ କଫ ସିରପ ଜବତ,୫ ଗିରଫ 

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ସହରରେ ଦିନ କୁ ଦିନ ବେଆଇନ କଫ ସିରପ କାରବାର ବଢିବାରେ ଲାଗିଛି । ସହରର ଯୁବଗୋଷ୍ଠୀ  କପ ସିରପକୁ ନିଶା ଭାବେ ଗ୍ରହଣ କରି ପଥଭ୍ରଷ୍ଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସଦର ପୁଲିସ ତରଫରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧୬୦ ବୋତଲ କପ ସିରପକୁ ଜବତ କରିଥିଲେ । ବେଆଇନ କଫ ସିରପ ବିକ୍ରି ଅଭିଯୋଗରେ ସହରର ୫ ଜଣ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଛି । ଅଭିଯୁକ୍ତ ମାନେ ହେଲେ ତେଲିପଡ଼ା ର ଦିନେଶ ସୁନା(୩୦), ମନ୍ଦିରପଡ଼ାର ଭୁପେନ ବନଛୋର(୨୭), ଏରିଗେସନ କଲୋନିର ଅତିଶ ମଲ୍ଲିକ(୨୯), ସାଗର ରଂଜନ ବଲ(୨୨), ସିରତୋଲ ସତ୍ୟଜିତ ହରପାଲ(୩୦) । 

       ଗତ କିଛି ବର୍ଷ ତଳେ ଜିଲ୍ଲାର କୋମନା ସହରରେ ପ୍ରଥମେ କପ୍ ସିରପକୁ ଯୁବକମାନେ ନିଶା ଦ୍ରବ୍ୟ ଭାବେ ଗ୍ରହଣ କରିଥିଲେ । ସେଠାରୁ କପ୍ ସିରପ ନିଶା ଜିଲ୍ଲାର ବିଭିନ୍ନ ବ୍ଲକକୁ ବ୍ୟାପିବାରେ ଲାଗିଥିଲା । ଗତ ୨ ବର୍ଷ ହେବ ନୂଆପଡ଼ା ସହରରେ ବେଆଇନ କପ୍ ସିରପ କାରବାରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏସପି ବିନିତ ଅଗ୍ରୱାଲଙ୍କ ନିଦେ୍ର୍ଧଷ କ୍ରମେ ସଦର ଆଇଆଇସି ଆଦିତ୍ୟ ମହାକୁଡ଼ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗଠନ ହୋଇ କପ ସିରପ କାରବାର ଉପରେ ରୋକ ଲଗାଇକୁ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ମଧ୍ୟାହ୍ନରେ ଏହି ପୁଲିସ ଟିମ ତେଲିପଡ଼ା ମଦଭାଟି ନିକଟରେ ଚଢାଉ କରିଥିଲା । ସେଠାରେ ମନ୍ଦିରପଡ଼ାର ଭୁପେନ, ତେଲିପଡ଼ାର ଦିନେଶ ଓ ଇରିଗେସନ କଲୋନୀର ଅତିଶ ଗ୍ରାହାକଙ୍କୁ ବେଆଇନ ଭାବେ କପ ସିରପ ବିକ୍ରି କରୁଥିଲେ । ସେମାନେ ୧୧୬ ଟଙ୍କା ଦର ରହିଥିବା କଫ ସିରପକୁ ଚଢାଉ ଦରରେ ୨୫୦ ଟଙ୍କାରେ ବିକ୍ରି କରୁଥିଲେ । ସେଠାରେ ୧୬୦ ବୋତଲ କଫ ସିରପକୁ ଜବତ କରି ଭୁପେନ, ଦିନେଶ ଓ ଅତିଶଙ୍କୁ ପୁଲିସ ଗିରଫ କରିଥିଲା । ଏହି ଘଟଣାରେ ପଚରା ଉଚୁରା କରିବାରୁ ସାଗର ଓ ସତ୍ୟଜିତଙ୍କ ସମ୍ପୃକ୍ତି ରହିଥିବା ଜଣା ପଡିଥିଲା । ଏବେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । 

    ସହର ଭିତରେ ବେଆଇନ କଫ ସିରପ ବିକ୍ରି ଓ ଚାଳାଣ ବନ୍ଦ କରିବାକୁ ସଦର ପୁଲିସ ଉଦ୍ୟମ ଆରମ୍ଭ କରିଛି । ସହରକୁ କୋରେକ୍ସ ମୁକ୍ତ କରିବାକୁ ପୁଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଅଗଷ୍ଟ ୩ ତାରିଖରେ ସଦର ପୁଲିସ ସ୍ଥାନୀୟ ତେଲିପଡାରେ ଚଢାଉ କରି ୪୭ ବୋତଲ କପ ସିରପ ଜବତ କରିଥିଲା । ବେଆଇନ କଫ ସିରପ ବିକ୍ରି ଅଭିଯୋଗରେ ତେଲିପଡାର ରାଜେନ ବାଗ(୨୦) ଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ତେଲିପଡାର ସରୋଜ ବାଗ(୨୨) ଓ ଜୋଙ୍କ ଥାନା ଖରିଆରରୋଡ ସହରର ପଟେଲ ନଗରର ଟୁନୁ ଅଗ୍ରୱାଲ(୨୫)ଙ୍କୁ ପୁଲିସ ଗିରଫ କରିଥିଲା । ଗତ ସେପ୍ଟେମ୍ବର ୨୪ ତାରିଖରେ ପୁଲିସ ସହରର ଭିତରେ ଚଢାଉ କରି ୧୦୪ ବୋତଲ କଫ ସିରପ ଜବତ କରିଥିଲା । ବେଆଇନ କଫ ସିରପ ଚାଳାଣ ଅଭିଯୋଗରେ ସହରର ସିରତୋଲ ଗାଁର ରଂଜନ ଦାସ ଓରଫ ଟିଟୁ(୪୩) ଓ ଗୋବିନ୍ଦ ତାଣ୍ଡି(୨୪)ଙ୍କୁ ଗିରଫ କରିଥିଲା । ସେହିପରି ସେପ୍ଟେମ୍ବର ୯ ତାରିଖରେ ସଦର ପୁଲିସ ସ୍ଥାନୀୟ ମନ୍ଦିରପଡାରେ ଚଢାଉ କରି ୧୧୧ ବୋତଲ କଫ  ସିରପ ଜବତ କରିଥିଲା । ବେଆଇନ କଫ ସିରପ ବିକ୍ରି ଅଭିଯୋଗରେ ମନ୍ଦିରପଡାର ଦେବେନ୍ଦ୍ର କୁମାର ସାହୁ(୪୦)କୁ ଗିରଫ କରିଥିଲା । ଏଭଳି ପ୍ରାୟ ୬ ମାସ ଭିତରେ ସଦର ପୁଲିସ ୪୨୨ ବୋତଲ କପ ସିରପ ଜବତ କରିବା ସହ ୧୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ସହର ଭିତରେ ବେଆଇନ କଫ  ସିରପ ବିକ୍ରିରେ ରୋକ ଲଗାଇ ଯୁବକ ମାନଙ୍କୁ ମୃତ୍ୟୁ ମୁହଁରୁ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ନିକଟରେ ସହର ବାସୀ ଦାବୀ କରିଛନ୍ତି । ଏନେଇ ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କୁ ପଚାରିବାରୁ, ବେଆଇନ କପ ସିରପ ବିକ୍ରି ଉପରେ ଆମେ କଡା ପଦକ୍ଷେପ ଗ୍ରହଣ କରିଛୁ । ଏବେ ସହର ଭିତରେ ବେଆଇନ କପ ସିରପ ବିକ୍ରି କମି ଯାଇଛି । ଯେଉଁଠି, ଯେତେବେଳେ କପ ସିରପ ବିକ୍ରି ଆଭିଯୋଗ ଆସିଲେ ଚଢାଉ କରୁଛୁ । କାହାରିକୁ ଛାଡିବାର ନାହିଁ, ଯାହାକୁ ଧରୁଛୁ ସିଧା କୋର୍ଟ ଚାଳାଣ କରୁଛୁ । ସହରକୁ କୋରେକ୍ସ ମୁକ୍ତ ସହର ତିଆରି କରିବା ଆମରି ଲକ୍ଷ ବୋଲି କହିଥିଲେ ।  

 

0
0
0
s2sdefault