ହେଡଲାଇନସ୍:

ଏକା ସାଙ୍ଗରେ ଗାଇଲେ ନାଚିଲେ ୩୦୦୦ କରମ ସାନୀ  ମାନ୍ଦଲ ବାଦକ ଓ ଗାହାକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ସମ୍ବଲପୁରୀ ଫୋକ ଏକାଡେମି ତରଫରୁ ଲିମକା ବୁକରେ ସ୍ଥାନ ପାଇବା ସକାଶେ ପ୍ରାୟ ୩୦୦୦ କରମ ସାନୀ  ମାନ୍ଦଲ ବାଦକ ଓ ଗାହାକମାନଙ୍କୁୁ ଏକ ସଙ୍ଗରେ ଦର୍ଶକ ଙ୍କ ଦେଖିବା ସୁଯୋଗ ଦେବା ସକାଶେ ଅନୁଷ୍ଠାନର ସମ୍ପାଦକ ରବିରତନ ସାହୁ ଶରଧାପାଲି ର ମହାଜନ ଡୁଙ୍ଗରି ଉପରେ ଏହି ନୃତ୍ୟ କା୍ୟ୍ୟକ୍ରମ ଅନୁଷ୍ଠିତ କରିଥିଲେ । ପ୍ରକାଶ ଥାଉକି ଏହି ଅନୁଷ୍ଟାନ ତରଫରୁ ଗତ ବର୍ଷ ତିନି ଦିନ ଧରି ବୁରୋମୁଣ୍ଡା ରେ କରମଶାନୀ କଲାକାର ସମ୍ବିଲନୀ ଅନୁଷ୍ଠିତ  କରା ଯାଇଥିଲା । ଏହି କରମା ଉସôବ ରେ ଆଖ ପାଖ ତଥା ଦୁର ଦୁରାନ୍ତ ରୁ ହଜାର ହଜାର ବାଦକ(ବାହାକ) ଓ ଗାହାକ  ଯୋଗ ଦେଇ ପଯ୍ୟାୟ କ୍ରମେ ତାଙ୍କ କଲା ପ୍ରଦର୍ଶନ କରିଥିଲେ । ଚଲିତ ବର୍ଷ ଏକା ଥର ରେ ସମସ୍ତ କଲାକର ନିଜ ନିଜ ନୃତ୍ୟ ପରି ବେଶନ କରିବେଏଣୁ ଏହାଦେଖିବା ସକାଶେ ପାହାଡ(ଡୁଙ୍ଗରି) ଉପରେ କରା ଯାଇଥିଲା । ଆଜି ପ୍ରାୟ ୩୦୦୦ ହଜାର ମହିଲା ଓ ପୁରୁଷ କଲାକାର ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ସୁବାଷ ଚୌହାନ , ବିଜେପୁର ବିଧାୟିକା ରିତା ସାହୁ , ଛତିଶଗଡ ଲୋକକଲା କଲାକାର ପଦ୍ମଶ୍ରୀ ଅନୁପ ରଂଜନ ପାଣ୍ଡେ , ପଦମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁୱାନ, ଗାଇସିଲାଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉପଭୋଗ କରିଥିଲେ । ମୁଖ୍ୟ ଅତଥି ଚୌହାନ କଲାକାର ଓ କଲା ବଞ୍ଝନ୍ତୁ ବୋଲି କହିଥିଲେ ।

0
0
0
s2sdefault