ହେଡଲାଇନସ୍:

ବଡ଼ବିଲରେ ଆମ ପୋଲିସ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ଦାମୁ ହଟିଂ ଠାରେ ବଡ଼ବିଲ ପୋଲିସ ତରଫରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ଼ବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଓ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଉପସ୍ଥିତ ଥିଲେ। ଏହି ବୈଠକରେ ପୋଲିସ ତରଫରୁ ନାଗରିକଙ୍କୁ ଯୋଗାଇ ଦେଉଥିବା ବିଭିନ୍ନ ସେବା ଉପରେ ଆଲୋକପାତ କରାଯାଇଥିଲା। ବିଶେଷ କରି ଶିଶୁ ଓ ବୟୋଜ୍ୟେଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆ ଯାଉଥିବା ଉପସ୍ଥିତ ପୋଲିସ ଅଧିକାରୀ ସୂଚନା ଦେଇଥିଲେ।

0
0
0
s2sdefault