ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ୨୦୨୦ ଜାତୀୟ ଉତ୍ସବ  ବିଭିନ୍ନ କାର୍ଯ୍ୟକ୍ରମର ସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ୦୩.୦୧.୨୦୨୦ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ପରିସରରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାଶିକ୍ଷାଧିକାରୀଧୃବଚରଣ ବେହେରା, ବାରିପଦା ସଦର ଉପଖଣ୍ଡ ପୋଲିସ ଅଧିକାରୀ ପିକେ ହରିପ୍ରସାଦ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ, ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ/ଶକ୍ଷୟତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ବରିଷ୍ଠ ନାଗିରକ ଓ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତିରେ  ଚଳିତ ସାଧାରଣତନ୍ତ୍ର ଦିବସ ୨୦୨୦ ଜାତୀୟ ଉସôବ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । 

ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସିଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସାଧାରଣତନ୍ତ୍ର ଦିବସ ଜିଲ୍ଲା ସ୍ତରୀୟ ଉସôବକୁ ସମ୍ମାନ ତଥା ମର୍ଯ୍ୟାଦା ସହକାରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଉପରେ ସବିଶେଷ ଅଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକମ ସ୍ଥିରିକୃତ ହୋଇଛି । ଏହି ଉପଲକ୍ଷେ ପ୍ରତୁ୍ୟଷ ଘ. ୪.୩୦ମି. ସମୟରେ ସହରାଂଚଳରେ ରାମଧୂନ ପ୍ରଚାର, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସକାଳ ଘ.୭.୩୦ମି. ସମୟରେ ପ୍ରଭାତ ଫେରୀ କରାଯିବା ସହିତ ସକାଳ ଘ.୮.୩୦ମି ସମୟରେ ଜିଲ୍ଲା ମହକୁମା ବାରିପଦା ରିଜଭ୍ ପୋଲିସ ପ୍ୟାରେଡ୍ ପଡିଆଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ  ପାଳନ ସମାରୋହରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାର ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତଳୋନ ଓ ଅଭିବାଦନ ଗ୍ରହଣ । ପରେ ପରେ ରିଜଭ୍ ପୋଲିସ ବାହିନୀ, ଓ.ଏସ୍.ଏପି. ହୋମ୍ଗାଡ୍ ବାହିନୀ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ୍.ସି.ସି., ସ୍କାଉଟ୍ ଗାଇଡ୍, ରେଡ୍କ୍ରସ୍ ଓ ସିଭିଲିୟାନ ଟ୍ରୁପ ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ୍ ଓ ସରକାରଙ୍କ ବିଭିନ୍ନ  ବିଭାଗ ଦ୍ୱାରା କାର୍ଯ୍ୟକାରୀ ଉନ୍ନୟନ ଓ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ରମ ସଂପର୍କିତ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଏବଂ ଦେଶାତ୍ମକବୋଧ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା , ପ୍ରବନ୍ଧ, ହିନ୍ଦୀ ନିବନ୍ଧ,ସାଧାରଣଜ୍ଞାନ/କୁଇଜ, ଜିମ୍ନାଷ୍ଟିକ୍ ଓ ଆଦି ପ୍ରତିଯୋଗିତା ଏବଂ ବହୁଭାଷୀ କବି ସମ୍ମଳନୀ, ସେଚ୍ଛାକୃତ ରକ୍ତଦାନ ଶିବିର, ବନ୍ଧୁତପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଓ ଭଲି ବଲ୍ ମ୍ୟାଚ୍ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପୃକ୍ତ ସାରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନ , ସ୍ୱେଚ୍ଛାସେବୀ ସଂଗଠନ ତତ୍ୱାବଧାନରେ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ରିଜଭ୍ ପୋଲିସ ପଡିଆଠାରେ ବେରିକେଡି ଓ ଟେଣ୍ଟ ସେଡ୍ ତଥା ଆନୁସଙ୍ଗିକ ସାଜସଜା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ସହରାଂଚଳ ସଫେଇ କାର୍ଯ୍ୟକ୍ରମ ସଂପୃକ୍ତ ବିଭାଗୀୟ ଅଧିକାରୀତ୍ତଙ୍କ ତତ୍ୱାବଧାନରେ କରାଯିବା ପାଇଁ ନିଷ୍ପତି ନିଆଯାଇଛି । 

ଅଭ୍ୟାସ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିମନ୍ତେ ଜାନୁଆରୀ ୨୨,୨୩ ଓ ୨୪ ତାରିଖ ପ୍ରତ୍ୟେହ ସକାଳ ଘ.୭.୩୦ମି. ସମୟରେ ଅଭ୍ୟାସ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରିଜଭ୍ ପୋଲିସ ପ୍ୟାରେଡ୍ ପଡିଆରେ ଠାରେ ରିଜର୍ଭ ପୋଲିସ ଇନ୍ସପେକ୍ଟର ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ହେବ । ଏହି ଦିବସ ପାଳନ ଅବସରରେ ସଂପୃକ୍ତ ସ୍ୱଚ୍ଛାସେବୀ ଅନୁଷ୍ଠାନ/ଜିଲ୍ଲା ରେଡ୍କ୍ରସ୍ ସଂସ୍ଥା ପକ୍ଷରୁ ଯଥା କ୍ରମେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅନ୍ତେବସୀ ରୋଗୀ, ଲଷ୍ମୀପୋଷୀ ଭିନ୍ନକ୍ଷମ  ଓ ଗୋପବନ୍ଧୁ ବାଳାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀ ଏବଂ ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିବା ଟ୍ରୁପ୍ ମାନଙ୍କୁ ଫଳ ଓ ବିସ୍କୃଟ ବଣ୍ଟନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । 

ଏହି ଦିବସ ଅବସରରେ ସଂଧ୍ୟା ଘ.୬.୦୦ମି. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା/ଫେସିଲିଟେସନ୍ ସଭାଗୃୃହ ଠାରେ ଆୟୋଜିତ ପୁରଷ୍କାର ବିତରଣୀ ଉସôବରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଅନୁଷ୍ଠିତ  ଉକ୍ତ ବୈଠକରେ ଡି.ଏସ୍.ପି, ଡି.ଆଇ.ବି ଶ୍ରୀ ବାମଦେବ ସିଂ, ରିଜର୍ଭ ପୋଲିସ ଇନ୍ସପେକ୍ଟର କୁଳମଣି ଗିରି, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ  ପ୍ରମୁଖ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ପଦାଧିକାରୀ, ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ ଓ ଅଧ୍ୟାପକ / ଅଧ୍ୟାପିକା, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା,ବରିଷ୍ଠ  ନାଗରିକ, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ନାୟକ ପ୍ରାରମ୍ଭରେ ସ୍ୱାଗତ ଜଣାଇ ଉପସ୍ଥାପିତ କାର୍ଯ୍ୟସୂଚୀ ଉପରେ ସବିଶେଷ ଆଲୋଚନା କରିବା ସହ  ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault