ହେଡଲାଇନସ୍:

ବୀମା ଟଙ୍କା ପ୍ରଦାନ ଦାବିରେ ଚାଷୀ ଦେଲା ବନ୍ଦ ଡାକରା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୁଚିଣ୍ଡା (ଶାନ୍ତନୁ ବେହେରା)  ଚାଷୀଙ୍କୁ ବୀମା ଟଙ୍କା ଦେବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୀମା କମ୍ପାନୀ | ଏହାକୁ ନେଇ ଚାଷୀମାନେ ବାରମ୍ବାର ଦାବି  କରିବା ଧାରଣା ଦେବା ସତ୍ତ୍ୱେ ବି କିଛି ସୁଫଳ ମିଳୁନି | ଚାଷୀଙ୍କ ଭିତରେ ଏହାକୁନେଇ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଆଜି  ଇନ୍ସୁରାନ୍ସ ଟଙ୍କା ପ୍ରଦାନ ଦାବୀରେ କୁଚିଣ୍ଡା ସବଡ଼ିଭିଜନ ଚାଷୀ ସଂଗଠନ ତରଫରୁ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବନ୍ଦ ଡାକରା ଦେଇଛନ୍ତି | 

ଆଜି ଚାଷୀ ସଂଗଠନ ତରଫରୁ ଶହ ଶହ ସଂଖ୍ୟାରେ ଚାଷୀ  କୁଚିଣ୍ଡା , ବାମରା, ଜମନକିରା ମଧ୍ୟ୍ୟ ବନ୍ଦ ରେ ସାମିଲ ହୋଇଛନ୍ତି | କୁଚିଣ୍ଡା ଉପଜିଲ୍ଲାପାଳଙ୍କ ସରକାରୀ ଭବନ ସମୁଖରେ ଏକ ସଭା ଅନୁଷ୍ଠିତ ହୋଇଛି | ଏଥିରେ ପାଖ ଅଂଚଳରୁ ଆସି ଥିବା ଶହ ଶହ  ଚାଷୀ ଉପସ୍ଥିତ ଅଛନ୍ତି ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାୟକ ପୂର୍ବ ବିଧାୟକ ରବି ନାରାୟଣ ନାୟକ ଚାଷୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି |

 

 

 

 

 

 

 

 

0
0
0
s2sdefault