ହେଡଲାଇନସ୍:

ଭଦ୍ରକରେ ଜିଲ୍ଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)ଭଦ୍ରକ ଜିଲ୍ଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,  ଜିଲ୍ଳାପରିଷଦର ସଭାପତି ଦ୍ୱିଜବର ରାଉତ, ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ,  ଜିଲ୍ଲାଯୋଜନା କମିଟି ସଦସ୍ୟ ସଦସ୍ୟା, ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ  । ପ୍ରାରମ୍ଭରେ ଜିଲ୍ଲାଯୋଜନା କମିଟିର  ଅଧ୍ୟକ୍ଷ ତଥା ବିଧାୟକ ଚାନ୍ଦବାଲି ଶ୍ରୀ ରାୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ସମୀକ୍ଷା କରିଥିଲେ । ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖି ଯୋଜନାର କାର୍ଯ୍ୟକାରିତା  ତଥା ତା’ର ସୁଫଳ କିପରି ଲୋକମାନେ ପାଇପାରିବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଅସଂପୂର୍ଣ୍ଣ ଯୋଜନା ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କହିଥିଲେ । ଜିଲ୍ଲା ଯୋଜନା ବିଭାଗର ଉପନିଦେ୍ର୍ଧଶକ ଉମେଶ ଚନ୍ଦ୍ର ମଲ୍ଲିକ, ଭଦ୍ରକ ଜିଲ୍ଲାର ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଯୋଜନାର ଖସଡ଼ା ଜିଲ୍ଲା ପ୍ଲାନିଂ ବିଭାଗ ପକ୍ଷରୁ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ୨୦୧୯ -୨୦ ଆର୍ଥିକ ବର୍ଷ ବାର୍ଷିକ ଯୋଜନାରେ ୧୩୬୦କୋଟି ୭୯ଲକ୍ଷ ୬୦ହଜାର ଟଙ୍କାର ପ୍ରସ୍ତାବ ଅନୁମୋଦନ କରାଯାଇଥିଲା । ଏହି ଯୋଜନାରେ କୃଷି ଓ ଏହା ସହିତ ଅନୁବନ୍ଧିତ ବିଭାଗ ପାଇଁ ୨୭ କୋଟି ୨ଲକ୍ଷ ୩୦ହଜାର ଟଙ୍କା, ଗ୍ରାମାଞ୍ଚଳ ଉନ୍ନୟନ ପାଇଁ ୪୩୭ କୋଟି ୭୪ ଲକ୍ଷ ୨୭ହଜାର, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦକୁ ୧୨୬ କୋଟି ୭୪ଲକ୍ଷ ୪୭ହଜାର, ଶକ୍ତି ବିଭାଗ ନିମନ୍ତେ ୩ କୋଟି ୧୩ଲକ୍ଷ ୭୩ ହଜାର, ଶିଳ୍ପ ପାଇଁ ୨କୋଟି ୭୬ଲକ୍ଷ ୪୭ ହଜାର, ପରିବହନ ସେବା ନିମନ୍ତେ ୨୦୪ କୋଟି ୩୧ଲକ୍ଷ ୩୮ ହଜାର, ବିଜ୍ଞାନ କାରିଗରୀ ଓ ପରିବେଶ ପାଇଁ ୧ କୋଟି ୯୫ଲକ୍ଷ ୮୦ହଜାର, ସାଧାରଣ ଆର୍ଥିକ ସେବା ନିମନ୍ତେ ୨୦କୋଟି ୭୯ ଲକ୍ଷ ୨୭ହଜାର, ସାମାଜିକ ସେବା ନିମନ୍ତେ ୫୩୬ କୋଟି ୩୧ ଲକ୍ଷ ୯୧ ହଜାର ଟଙ୍କା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାବଦରେ ୭୧ଲକ୍ଷ ୮୮ହଜାର ଟଙ୍କାର ଏକ ବାର୍ଷିକ ବ୍ୟୟ ଅଟକଳର ବଜେଟ ସରକାରଙ୍କ ଠାରେ ଉପସ୍ଥାପନ କରାଯାଇଛି । ଶେଷରେ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକର ପୂର୍ବରୁ ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ରାୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଆଦର୍ଶ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ।

 

   

 

 

 

 

 

 

 

 

 

0
0
0
s2sdefault