ହେଡଲାଇନସ୍:

କିଶୋରକୁ  ହରାଇ ସେମି ଫାଇନାଲରେ ପ୍ରବେଶ କଲା ୟାଜଦାନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ର ଉ୨ୟ ଦିନ ମ୍ୟାଚରେ କିଶୋର କ୍ଳବ ଭୁବନେଶ୍ୱରକୁ ୦-୨ ଗୋଲରେ ହରାଇ ୟାଜଦାନି କ୍ଳବ ଭୁବନେଶ୍ୱର ବିଜୟ ହାସଲ କରିବା ସହିତ ସେମି ଫାଇନାଲରେ ପ୍ରବେଶ  ହୋଇଛି । ଆଜି ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା । ପାଗ ଖରାପ ଥିଲେ ମଧ୍ୟ ଖେଳର ପ୍ରଥମାର୍ଦ୍ଧ ସଙ୍ଘର୍ଷପୂର୍ଣ୍ଣ ଥିଲା । ପ୍ରତିପକ୍ଷ କେହି କାହାରିକୁ ଗୋଲ ଦେଇପାରିନଥିଲେ । ଦିତୀୟାର୍ଦ୍ଧରେ ଖେଳ ଜମି ଆସବା ବେଳକୁ ୧୬ ମିନିଟ୍ ପରେ ୟାଜଦାନି କ୍ଳବ୍ ୯ ନମ୍ବର ଜର୍ସୀ ତୋଫାନ ନାୟକ ପ୍ରତିପକ୍ଷକୁ ଏକ ଗୋଲଦେବାକୁ ସକ୍ଷମ ହୋଇଥିଲେ । ପରେ ୨୭ ମିନିଟରେ ଏହି ଦଳର ୧୨ନମ୍ବର ଜର୍ସୀ ଶ୍ୟାମସୁନ୍ଦର ମାରାଣ୍ଡି ଅନ୍ୟ ଏକ ଗୋଲ ଦେଇଥିଲେ । ଆକ୍ରମଣାତ୍ମକ ଖେଳ ଖେଳି ମଧ୍ୟ  କିଶୋର କ୍ଲବ୍ କୈାଣସି ଗୋଲ କରି ନଥିଲା । ବିଜୟୀ ଦଳର ତୋଫାନ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଦିାାଯାଇଥିଲା । ରେଫରି ଶିବଶଙ୍କର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ରତ୍ନାକର  ବାରିକ, ସରୋଜ ଦାଶ, ପ୍ରିୟବ୍ରତ ବାହିନିପତୀ ସହାୟତା କରିଥିଲେ । ଆଜିର ଅତିଥି ଭାବେ ରବିଗାଡ଼ିଆ ସରପଂଚ ଗୋକୁଳ ଚନ୍ଦ୍ର ପ୍ରଧାନ, ଗୈାଡ଼ପୁଟ ସରପଂଚ ମାନସ ପ୍ରଧାନ, ସମାଜ ସେବୀ ରବିନାରାୟଣ ପୃଷ୍ଟି, ଆଡଭୋକେଟ ଗୋବିନ୍ଦ  ଚନ୍ଦ୍ର ସାହୁ, ଓଡ଼ଗାଁ ବନାଂଚଳ ଅଧିକାରୀ, ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।  ଆବାହକ ଲୋକନାଥ ସାହୁ ପରିଚାଳନା କରିଥିଲେ । ଶନିବାର ଦିନ ସାଇସ୍ପୋଟ୍ସ ଟ୍ରେନିଙ୍ଗ ହଷ୍ଟେଲ୍(ହାଲ)ସୁନାବେଡା କୋରାପୁଟ୍ ଏବଂ ଉତ୍କଳ  ସ୍ପୋର୍ଟିଂ  ଜଟଣି ମଧ୍ୟରେ ୩ୟ ମ୍ୟାଚ ଅନୁଷ୍ଠିତ  ହେବା । 

0
0
0
s2sdefault