ହେଡଲାଇନସ୍:

ବଲାଙ୍ଗିର ଲୋକ ଉତ୍ସବ ଉଦଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବଲାଙ୍ଗିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,୦୩ା୦୧- ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ସକାଳ ୯ଟାରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଚଞ୍ଚର ବିଭିନ୍ନ ସାଂସ୍କୃତିକ ଦଳକୁ ନେଇ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମଞ୍ଚ ପୂଜାରେ ବଲାଙ୍ଗିର ଅତିରିକ୍ତ ଜିଲାପାଳ ପରିକ୍ଷୀତ ସେଠୀ,ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ପୂଜାକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ପୂଜକ ଭାବେ ଡ.ସତ୍ୟବ୍ରତ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ମଞ୍ଚ ପୂଜା ସମୟରେ ଜିଲାର ବହୁ କଳାକାର ଓ ସାଂସ୍କୃତିକ ଅନୁଷ୍ଠାନ  ସମେତ ଆୟୋଜକ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  ମଞ୍ଚ ପୂଜନ ପରେ ପତାକା ଉତ୍ତୋଳନ ଓ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବରିଷ୍ଠ ସାମ୍ବାଦିକ ତଥା ବର୍ଷିୟାନ କଳାକାର ସତ୍ୟ ନାରାୟଣ ବେହେରା, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,  ଗୁରୁଶ୍ରୀ ଡ.ଘାସିିରାମ ମିଶ୍ର, କାଳୀ ପ୍ରସାଦ ଷଡ଼ଙ୍ଗୀ, ସମାଜସେବୀ ଲଲିତ କୁମାର ନାୟକ, ମଧୁ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ,ଅଭ୍ୟର୍ଥନା କମିଟି ସହ ସମ୍ପାଦକ ସତ୍ୟସୁନ୍ଦର ଭଞ୍ଜ, ସମ୍ପାନ କମିଟିର ସହ ଅଧ୍ୟକ୍ଷ ସନାତନ ଠାକୁର,ସାଂସ୍କୃତିକ କମିଟି ସହ ଅଧ୍ୟକ୍ଷ କୁନା ବାଗ, ପ୍ରଚାର ପ୍ରସାର କମିଟି ସହ ଅଧ୍ୟକ୍ଷ ଚିତରଂଜନ ମିଶ୍ର, ମଂଚ କମିଟି ସହ ଅଧ୍ୟକ୍ଷ ଜ୍ୟୋତିରଂଜନ ପାଣିଗ୍ରାହୀ, ସ୍ମରଣିକା କମିଟିର ସହ ସମ୍ପାଦକ ଆନନ୍ଦଚନ୍ଦ୍ର ସାହୁ , ପଡିଆ ପରିଚାଳନା କମିଟିର ସହ ଅଧ୍ୟକ୍ଷ ସୋମନାଥ ମିଶ୍ର, ଅଭ୍ୟର୍ଥନା କମିଟି ତରଫରୁ ଗୋପାଳ ପ୍ରଧାନ, ସୁରୁ ମଟାରୀ, ନୂତନ ଦାସ,ଜୟରାମ ମିଶ୍ର, ରାମ ନାରାୟଣ ଦାଶ, ରଂଜିତ ମିଶ୍ର,ବିଭୁ କଲ୍ୟାଣ ଗଡତ୍ୟା, ପଙ୍କଜିନୀ ପଣ୍ଡା, ନଟରାଜ କଳା ପରିଷଦ,ବିଙ୍ଗ ହୁ୍ୟମେନର ସଦସ୍ୟମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ପ୍ରଥମ କରି ଗ୍ରାମାଚଂଳର କଳାକାର ମାନଙ୍କ ସମାଗମ ସାଂସ୍କୃତିକ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ବହୁ ଉତ୍ସାହର ସହ ଗ୍ରାମୀଣ କଳାକାର ମାନେ ସେମାନଙ୍କ ଅଭିନୟ ଓ କଳା ପ୍ରଦର୍ଶନ କରିଥିଲେ । ଜିଲାର ବିଭିନ୍ନ ବ୍ଲକରୁ କଳାକାର ସଂଘ ସମେତ ବହୁ କଳାକାର ଏଥିରେ ଯୋଗ ଦେଇଥିଲେ । 

0
0
0
s2sdefault