ହେଡଲାଇନସ୍:

 ବାଜାର ତାଳେ ତାଳେ ନାଚିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଓ ପିଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଇତି ଉଦ୍ଯାପନୀ ଉତ୍ସବ : ଭରପୁର ଉପଭୋଗ କଲେ ଦର୍ଶକ

 ରାୟଗଡ(ସରୋଜ କୁମାର ସାହୁ) ଦିର୍ଘ ପାଂଚ ଦିନ ଧରି ଚାଲିଥିବା ଲୋକ  ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତିର ଶେଷ ସନ୍ଧ୍ୟା ବା ଉଦଯାପନି ଦିବସରେ ମୂଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇ କହିଥିଲେ ଯେ, ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଉଥିବା ବେଳେ ସେମାନଙ୍କୁ ଲୋକ ଲୋଚନକୁ ଆଣିବାରେ ଏହି ଭଳି ଚଇତି ମହୋତ୍ସବ ଏକ ମଧ୍ୟମ । ଏହି ଉସôବ ପାଳନ ଦ୍ୱାରା ସେମାନଙ୍କର ଲୁକାୟିତ ପ୍ରତିଭାର ପ୍ରସଫୁଟିତ ହୋଇ ବିଶ୍ୱ ଦରବାରରେ ସ୍ଥାନିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହା ସହ ସେ କହିଥିଲେ ଯେ, ଆଗାମୀ ବର୍ଷ ମାନଙ୍କରେ ଏହି ଭଳି ମହୋସôବ ପାଳନର ଆବଶ୍ୟକତା ରହିଛି ଏବଂ ରହିଥିବ ମଧ୍ୟ । ପାଂଚ ଦିନ ଧରି ଚାଲିଥିବା ଚଇତି ମହୋସôବରେ ରାଜ୍ୟ ତଥା ଦେଶ ବାହାରୁ ନିମନ୍ତ୍ରୀତ କଳାକାର ସେମାନଙ୍କ ପ୍ରଦର୍ଶିତ ଲୋକ ନୃତ୍ୟ କଳା ଉଚ୍ଚକୋଟିର ଥିବା ବେଳେ ସେମାନଙ୍କ ଠାରୁ ଆମ ଜିଲ୍ଲାର କଳାକାର ମାନେ ସେମାନଙ୍କ କଳାନ୍ୟପୁଣତାର କୌଶଳକୁ ଶିଖି ନିଜର ଦକ୍ଷତା ବଢାଇବାରେ ସୁଯୋଗ ଆଣି ଦେଇଥିବା  ଓ ଆମ ଜିଲ୍ଲାର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କ ଜୀବନ ଶୈଳିକୁ ଅତିଥି କଳାକାର ମାନେ ଅତି ନିକଟରୁ ଦେଖିବା ଓ ଜାଣିବାର ଏହି ମଂଚ ହେଉଛି ଚଇତି ମଂଚ । ମନ୍ତ୍ରୀ ଶ୍ରୀ ସାରକା ଦିର୍ଘ ପାଂଚ ଦିନଧିରି ସଫଳତାର ସହ ପାଳନ କରାଇପାରିଥିବାରୁ ଜିଲ୍ଲା ପ୍ରଶାସନ, ସମସ୍ତ ସହଯୋଗୀ  ଓ ରାୟଗଡ ଜିଲ୍ଲାର ସମସ୍ତ ଜନସାଧାରଣ  ଶାନ୍ତିଶୃଙ୍ଖଳା ରକ୍ଷା କରି ଏହି ଲୋକ ମହୋତ୍ସବକୁ ଉପଭୋଗ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ, ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ, ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ପିଏ ଆଇଟିଡିଏ ଟୁକୁ ବାରିକ, ଉପ-ଜିଲ୍ଲାପାଳ ରାୟଗଡ ପ୍ରତାପ ଚନ୍ଦ୍ର ପ୍ରଧାନ, ପଂଚବଟି ସମ୍ପାଦକ ସୁଶାନ୍ତ କୁମାର ନାୟକ ଓ ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ରାୟଗଡ ବୀଣାପଣି ସାହୁକାର ଯୋଗ ଦେଇ ଚଳିତ ବର୍ଷ ଲୋକ ମହୋସôବ ଚଇତିରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସଫଳତା ନିମନ୍ତେ ଧନ୍ୟବାଦ ଦେବା ସହ ଏହି ଭଲି ସହଯୋଗ ପ୍ରତିବର୍ଷ ରହୁ ବୋଲି କାମନା କରିଥିଲେ ।

ଏହି ଅବସରରେ ବହୁ ଲେଖକ, କବି ଓ ସାହିତ୍ୟକ ମାନଙ୍କ ଦ୍ୱାରା ଲେଖା ପ୍ରକାଶିତ ହୋଇଥିବା ଚଇତାଳିକୁ ଉପସ୍ଥିତ ଅତିଥି ମାନେ ଉନ୍ମୋଚନ କରିଥିଲେ । ଚଇତିର ଶେଷ ରଜନୀରେ ଯୁକ୍ତ ୨ ରେ ଜିଲ୍ଲାରେ ସର୍ବୋଚ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରୀ ଡି. ଲିରିସା ଓ ଛାତ୍ର ଉପେନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଏହି ଉତ୍ସବର ଅଧ୍ୟକ୍ଷତା କରି କହିଥିଲେ ଯେ, ଜିଲ୍ଲାର ଥିବା ଲୁକାୟିତ ପ୍ରତିଭାର ବିକାଶ ହେଲେ ଜିଲ୍ଲାର ବିକାଶ ହେବ । ଆଦିବାସୀ ଲୋକ ପରମ୍ପରାକୁ ଚଇତି ମାଧ୍ୟମରେ ବଂଚାଇ ରଖିବାର ଏକ ପ୍ରୟାସ ଏବଂ ଏହି ମଣ୍ଡପ ଦ୍ୱାରା ହିଁ ସେମାନେ ଦେଶ ବିଦେଶରେ ନିଜର କଳା ପ୍ରଦର୍ଶନ କରି ଜିଲ୍ଲାକୁ ସୁନାମ ଆଣିବାରେ ସଫଳ ହେବେ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏବଂ ଲୋକ ମହୋତ୍ସବ   ଚଇତି – ୨୦୧୯ କୁ ସଫଳତାର ସହ ସମାପନ କରାଯାଇଥିବାରୁ ସେ ଜିଲ୍ଲା ବାସୀ, ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ଏହି ଉତ୍ସବର ସହଯୋକାରୀଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ । ରାୟଗଡର ପ୍ରମୂଖ କମେଡିଆନ ପ୍ରଭାକର ମିଶ୍ର ଓରଫ ଟୁନା ଟନଟନ ଓ ମେଜିକ ସିଆନ ପୋଲିସ କନେଷ୍ଟବଲ ଅନୁପ ଶତପଥୀ ଉପସ୍ଥିତ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲେ । ଚଇତି ଶେଷ ସନ୍ଧ୍ୟାର ଉଦଘୋଷକ ଓ ଉଦଘୋଷିକା ଆଧ୍ୟାପକ ଦିଲୀପ ହୋତା ଓ ବିଦିଶା ଶତପଥୀଙ୍କ ସଂଯୋଜନାରେ ପୁରୁଲିଆ ଛଉ ନୃତ୍ୟ, ସ୍ୱରସାଗରର ବେଙ୍ଗଲି ବିହୁ, ଆଜାଦ ହିନ୍ଦ ୟୁଥ ଆସୋସିଏସନର ଢୋମସା, ନୃତ୍ୟ କଲା ପରିଷଦର ମିଲେ ସୂର ମେରା ତୁମହାରା, ସମ୍ବଲପୁରୀର ଲାହରି ଓ ତୃତୀୟ ଲିଙ୍ଗ ନୃତ୍ୟ ଦଳ ହାଇ ହାଇ ଡ୍ୟାନନ୍ସ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଚଳିତ ବର୍ଷ ଲୋକ ମହୋତ୍ସବ  ଚଇତି ଓ ପଲ୍ଲିଶ୍ରୀ ମେଳାରେ ମୋଟ ୩୦୪ ଗୋଟି ଷ୍ଟଲ କରାଯାଇ ବିଭିନ୍ନ ପ୍ରକାରର ବ୍ୟବହାର୍ଯ୍ୟ ଜିନିଷ ବିକ୍ରୀବଟା ହୋଇଥିଲା । ସୂଚନା ପ୍ରକାରେ ପ୍ରଥମ ଦିନରେ ୩୦ ଲକ୍ଷ ୪୨ ହଜାର ଟଙ୍କାର ସାମଗ୍ରୀ ବିକ୍ରୟ ହୋଇଥିବା ବେଳେ ଦ୍ୱତୀୟ ଦିନରେ ୮୮ ଲକ୍ଷ ୨୯ ହଜାର ଟଙ୍କା, ତୃତୀୟ ଦିନରେ ୧ କୋଟି ୩୫ ଲକ୍ଷ ୨୬ ହଜାର ଟଙ୍କା, ଚତୁର୍ଥ ଦିନରେ ୧ କୋଟି ୩୭ ଲକ୍ଷ ୯୬ ହଜାର ଟଙ୍କା ଓ ଶେଷ ଦିନରେ ୬୬ ଲକ୍ଷ ୫୯ ହଜାର ଟଙ୍କାର କାରବାର ହୋଇଥିଲା । ଶେଷ ସନ୍ଧ୍ୟାରେ ସୁଦୁର ଆମେରିକାରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଗାରଥ ଇ କାଭିଏଲ, କାର୍ଲିଫକ୍ସ ଓ ସମାନଙ୍କ କୁନି କୁନି ଦୁଇ ଝିଅ ଚଇତିର ମଜା ନେଇ ଉଚ୍ଚ ପ୍ରଶଂସା କରିଥିଲେ । ଶେଷ ସନ୍ଧ୍ୟାର ପ୍ରମୂଖ ଆକର୍ଷଣ ଥିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାଦ୍ୟର ତାଳେ ତାଳେ  ଆଦିବାସୀ ନୃତ୍ୟାଙ୍ଗନାଙ୍କ ସହ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ପିଡି ଅମ୍ରିତ ଋତୁରାଜଙ୍କ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମଧ୍ୟରେ ଏକ ମଜାଳିଆ ବାତାବରଣ ଖେଳି ଯାଇଥିଲା । ଏହି ଅବସରରେ ଜିଲ୍ଲା ସୁଚନା ଓ ଲେକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ  ଅଧିକାରୀ ନୃସିଂହ ଚରଣ ପଟନାୟକ, ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଦୁଷ୍ମନ୍ତ ମହାନ୍ତ. ସହ-ସଂଯୋଜକ ରମେଶ ଲିମା, ସହ-ସଂଯୋଜିକା ରୀତାରାଣୀ ମିଶ୍ର, ଓ ସେଂଚୁରିଆନ ଆଂଚଳିକ ନିର୍ଦେଶକ ରାଜେଶ କୁମାର ପାଢୀ ମଂଚ ପରିଚାଳନା କରିଥିଲେ । ଚଇତି ଶେଷ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୋରାପୁଟ ସାଂସଦ ଝିନ ହିକକା, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରୀକା, ସ୍ୱତନ୍ତ୍ର ପିପି ବ୍ରଜସୁନ୍ଦର ନାୟକ, ସୁନିଲ ପଣ୍ଡା, ପୂର୍ବତନ ଲୋକ ସଂପର୍କ ବିଭାଗର ସହକାରୀ ନିର୍ଦେଶକ ଜଳନ୍ଧର ପୁସିକା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ପ୍ରମୂଖ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା  ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

 

0
0
0
s2sdefault