ହେଡଲାଇନସ୍:

ଆମେ ଆପଣଙ୍କ ସହିତ , ପ୍ରତିଟି ମୁହୂର୍ତ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆପଣମାନଙ୍କ  ଭଲ ପାଇବା ପାଇଛୁ  ।  ଆପଣମାନଙ୍କ ସମାଲୋଚନା ଆମକୁ ମାର୍ଜ୍ଜିତ କରିଛି  । ଆପଣମାନଙ୍କ ପରାମର୍ଶ ଆମକୁ ବାଟ ଦେଖାଇଛି  । ଆପଣମାନଙ୍କ  ସମର୍ଥନ ଆମକୁ ପରିଚୟ ଦେଇଛି  ।

ଆମେ ଲଢିଛୁ ଆପଣମାନଙ୍କ ପାଇଁ,ଆମେ ରଖିଛୁ ଆପଣମାନଙ୍କ କଥା  । ଆମେ ବାର୍ତ୍ତାବହ ସାଜିଛୁ ଆପଣଙ୍କ ଭାବନାର, ଆମେ ଆପଣମାନଙ୍କ କଥା ରଖିଛୁ ସରକାରଙ୍କ ପାଖରେ ।  ଆମେ ଗୁଣ୍ଡୁଚି ମୁଷା ପରି ଉଦ୍ୟମ ଜାରି ରଖିଛୁ  । ଚାଲୁଛୁ, ଝୁଣ୍ଟୁଛୁ, ପଡୁଛୁ, ଉଠିକି ପୁଣି ଚାଲୁଛୁ  । ଚାଲିଛୁ, ଚାଲିବୁ ଆପଣମାନଙ୍କ ସାଥିରେ  । କିଛି ଲୋଡାନାହିଁ, ଆପଣଙ୍କ ଶ୍ରଦ୍ଧାର ପିଠି ଥାପୁଡା ଟିଏ ଲୋଡା ! ଆଉ ସେଇ ଥାପୁଡାର ପାଞ୍ଚ ଆଙ୍ଗୁଳି ଛାପ ନେଇ ସାରା ଜୀବନ ଗୁଣ୍ଡୁଚି ମୂଷା ପରି ପରିବର୍ତ୍ତନର ସେତୁରେ ଧୂଳି ଝାଡି ଚାଲିଥିବୁ  । ଏମିତି ଟିକିଏ ଭଲ ପାଉଥାନ୍ତୁ , ‘ଶାସକ ପ୍ରଶାସକ’କୁ  । ରଖିଥାନ୍ତୁ ଆପଣମାନଙ୍କ ପାଖରେ..ଆପଣମାନଙ୍କ ହୃଦୟ ଭିତରେ  । 

ନୂଆବର୍ଷ ୨୦୨୦ ପାଇଁ ହୃଦୟରୁ ଅଭିନନ୍ଦନ   ‘ଶାସକ ପ୍ରଶାସକ’ ପରିବାର ତରଫରୁ  ।

0
0
0
s2sdefault