ହେଡଲାଇନସ୍:

ଘେଁସରେ ବୀରତା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) ବରଗଡ ଜିଲ୍ଲା ଘେଁସ ଶହୀଦ ପୀଠ ବୀରଭୂମି ଠାରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ବୀରତା ଦିବସ ପାଳିତ ହୋଇଯାଇଛି। ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଲୋକ କବି ରତ୍ନ ପଦ୍ମଶ୍ରୀ ହଲଧର ନାଗ ତଥା ଅନ୍ଯାନ୍ଯ ଅତିଥି ଏବଂ ଜନ ସାଧାରଣ ସଂଗ୍ରାମୀ ବୀର ମାଧୋସିଂଙ୍କ ବାସ ଭବନ କୁ ଯାଇ ତାଙ୍କର ଦାୟଦ ଙ୍କ ସହ ସାକ୍ଷାତ ପୂର୍ବ କ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଶହୀଦ୍ ସ୍ମୃତି ପୀଠରେ ଉପ ଜିଲ୍ଲାପାଳ, ଅନ୍ଯାନ୍ଯ ଅତିଥି ମାନ୍ଯଗଣ୍ଯ ବ୍ଯକ୍ତି ତଥା ଶହୀଦ ପରିବାର ସଦସ୍ୟ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଞାପନ କରିଥିଲେ। ଏହା ପରେ ଶହୀଦ ବାସଗୃହ ସମ୍ମୁଖରେ ଅନୁଷ୍ଠିତ ସ୍ମୃତି ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ମୁକ୍ତି ସଂଗ୍ରାମର ପୃଷ୍ଠଭୂମି ତଥା ବୀରତ୍ବର ଇତିହାସ କୁ ବଞ୍ଚାଇ ରଖିବା ପାଇଁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଲୋକ କବି ରତ୍ନ ପଦ୍ମଶ୍ରୀ ହଲଧର ନାଗ, ସୋହେଲା ବିଡିଓ ବିଶ୍ବ ରଂଜନ କର, ଜିଲ୍ଲା ପରିଷଦ ସଦସ୍ଯ ଦୟାନିଧି ପଟେଲ ଓ ସଂଗ୍ରାମୀ ପରିବାର ଦାୟଦ ରଣଜିତ ସିଂ ବରିହା ଯୋଗ ଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ। ମୁଖ୍ଯ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଡଃ ସୁବାଷ ମେହେର ଯୋଗଦାନ କରି ଶହୀଦ ପରିବାରର ବୀରତ୍ବର ଇତିହାସ କୁ ତାଙ୍କ ବକ୍ତବ୍ୟରେ ପ୍ରତିପାଦିତ କରିଥିଲେ। ସଭା ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇ ଥିଲେ।ସଭା ଶେଷରେ ଘେଁସ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବରାଜ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଘେଁସ ଗ୍ରାମ୍ଯ କମିଟି ସଦସ୍ଯ, ମାନ୍ଯଗଣ୍ଯ ବ୍ଯକ୍ତି, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ, ସାମ୍ବାଦିକ ଗଣ, ଜନ ସାଧାରଣ ଯୋଗଦାନ କରିଥିଲେ।

0
0
0
s2sdefault