ହେଡଲାଇନସ୍:

ସୌମେନ୍ଦ୍ରଙ୍କୁ କ୍ରାଇମ ବ୍ରାଞ୍ଚ, ଅନୁପ ହେଲେ ଅତିରିକ୍ତ କମିଶନର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି | କ୍ରାଇମ ବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ  ଦାୟିତ୍ୱରେ ଥିବା ବରିଷ୍ଠ  ଆଇପିଏସ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କ ମହା ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦିଆ ଯାଇଥିବା ବେଳେ ତାଙ୍କୁ ସେଠାରୁ ବଦଳି କରାଯାଇ ଜେଲ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ଆର ପି କୋଚେଙ୍କୁ ସ୍ପେସିଆଲ ଆର୍ମଡ଼ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି | ବରିଷ୍ଠ ଆଅପିଏସ ଅଫିସର ତଥା ଆଇଜି(କାର୍ମିକ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ପଦକୁ ପଦୋନ୍ନତି ଦିଆଯାଇ ତାଙ୍କୁ ଗୁରୁତ୍ୱ ପୁର୍ଣ ଆଇନ ଶୃଙ୍ଖଳା ସହ କ୍ରାଇମବ୍ରାଞ୍ଚ-ସିଆଇଡି ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି | ସେହିପରି ସ୍ପେସିଆଲ ଆର୍ମଡ଼ ପୋଲିସରଆଇଜି ଥିବା ଯତୀନ୍ଦ୍ର କୋୟଲଙ୍କୁ  ଆଇଜି ପ୍ରୋଭିଜନିଙ୍ଗ ଭାବେ ବଦଳି କରାଯାଇଛି | ଭୁବନେଶ୍ୱର ଡିସିପି ଥିବା ଅନୁପ ସାହୁଙ୍କୁ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇ ଦ୍ୱୈତ ନଗରୀର ଅତିରିକ୍ତ ପୋଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି | 

 

0
0
0
s2sdefault