ହେଡଲାଇନସ୍:

କୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ,ଇକୋ ରିଟ୍ରିଟ ଉପଭୋଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାର ପର୍ଯ୍ୟଟନ କ୍ଷେତ୍ର ବିକାଶ ହିଁ ଦ୍ରୁତ ପ୍ରଗତି ଆଣିବ -ଧର୍ମେନ୍ଦ୍ର ପ୍ରଧାନ

 ରାଜ୍ୟରେ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ସମସ୍ତଙ୍କ ଦାୟିତ୍ୱ

 ସରକାରଙ୍କ ଏଭଳି ଉଦ୍ୟମର କଲେ ପ୍ରଶଂସା

କୋଣାର୍କ(ଶାସକ ପ୍ରଶାସକ) –ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ବୁଲି ଉପଭୋଗ କରିବା ସହ ଏହି ଉଦ୍ୟମର ପ୍ରଶଂସା କରିଛନ୍ତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | 

ସୋମବାର କୋଣାର୍କ ସ୍ଥିତ ବାଖ୍ୟାନ କେନ୍ଦ୍ର (ଇଂଟରପ୍ରିଟେସନ ସେଂଟର) ବୁଲିଦେଖିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଲେ ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ଏହି କ୍ଷେତ୍ରର ବିକାଶ ହିଁ ରାଜ୍ୟର ଦ୍ରୁତ ପ୍ରଗତି ଆଣିବ " |

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଉଚ୍ଚମାନର ପର୍ଯ୍ୟଟନ ସ୍ଥଳ ହେଲେ ବିଶ୍ୱରେ ଓଡିଶାର ଭଷା, ସଂସ୍କୃତି ଓ କଳାର ପ୍ରଚାରପ୍ରସାର ହେବ । ସବୁଠୁ ଅଧିକ ରୋଜଗାର ଉପଲବ୍ଧ କରିବାରେ ପର୍ଯ୍ୟଟନ ବିଭାଗର କ୍ଷମତା ରହିଛି । ଓଡିଶାରେ ପର୍ଯ୍ୟଟନ କ୍ଷେତ୍ର ଭଲ ଭୂମିକା କାମ କରିପାରିବ ବୋଲି ମନ୍ତ୍ରୀ କହିଥିଲେ |

ତାପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଥିବା ଏକ ରିଟ୍ରିଟକୁ ଯାଇଥିଲେ | ତାହା ବୁଲିବା ସହ ରାତିରେ ସାଂସ୍କୃତିକ କାଯ୍ୟକ୍ରମ ମଧ୍ୟ ଉପଭୋଗ କରିଥିଲେ | ଇକୋ ରିଟ୍ରିଟର ଅନୁଭବ  ନେବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି " ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆ ଯାଇଥିବା ଏହି ଛୋଟିଆ ପଦକ୍ଷେପ ସ୍ୱାଗତଯୋଗ୍ୟ | ଏହି କାର୍ଯ୍ୟ କ୍ରମରେ ଓଡିଶା ବାହାରର ଓ ଓଡ଼ିଶାର ବହୁ ପର୍ଯ୍ୟଟକ ଆସୁଛନ୍ତି | ଜଣେ ଓଡ଼ିଆ ପର୍ଯ୍ୟଟକ କହିଲେ ସେ ସବୁ ବର୍ଷ ବିଦେଶ ଯାଉଥିଲେ | ହେଲେ ଏଥର ପରିବାର ନେଇ ଏଠାକୁ ଆସିଛନ୍ତି |  ଏଭଳି କାର୍ଯ୍ୟକ୍ରମ ରାଜ୍ୟର ପର୍ଯ୍ୟଟନ ବିକାଶ ଦିଗରେ ସହାୟକ ହୋଇପାରିବ | ୪୮୦କିମିରୁ ଅଧିକ ଲମ୍ୱା ଆମର ଉପକୂଳକୁ ପର୍ଯ୍ୟଟନ ବିକାଶ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି | 

0
0
0
s2sdefault